ଟୋକିଓ: ବିଶ୍ବର ପ୍ରଥମ ରାଷ୍ଟ୍ର ଭାବରେ ୬-ଜି ଲଞ୍ଚ କରିବାକୁ ଯାଉଛି ଏହି ରାଷ୍ଟ୍ର। ସମଗ୍ର ବିଶ୍ବର ଅଧିକାଂଶ ରାଷ୍ଟ୍ରରେ ବର୍ତ୍ତମାନ ୫-ଜି ଲଞ୍ଚ ହୋଇ ନଥିବା ବେଳେ ପ୍ରଥମ ଦେଶ ଭାବରେ ୬-ଜି ଲଞ୍ଚ କରିବାକୁ ଯାଉଛି ଜାପାନ। ଆସନ୍ତା ୨୦୩୦ ମସିହାରେ ଜାପାନ ୬-ଜି ଲଞ୍ଚ କରିବାକୁ ଯାଉଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ମତ ଦିଆଯାଇଛି। ୫-ଜିର ସ୍ପିଡ୍ ଅପେକ୍ଷା ଏହାର ସ୍ପିଡ୍ ୧୦ ଗୁଣା ଅଧିକ ରହିବ ବୋଲି ଜାପାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଟାକାଓ ସାନାଏ ମତ ଦେଇଛନ୍ତି। ୬-ଜି ଇଣ୍ଟରନେଟ୍ ସେବା ପାଇଁ ବୈଷୟିକ କୌଶଳ ନିମନ୍ତେ ଜାପାନ ସରକାର ଏନ୍ଟିଟି ଏବଂ ତୋଷିବା ସହିତ ଚୁକ୍ତି କରିଛନ୍ତି। ୬-ଜି ଇଣ୍ଟରନଟ ସେବା ପାଇଁ ଜାପାନ ସରକାର ୭ ବିଲିୟନ୍ ଡଲାରର ବଜେଟ୍ ସ୍ଥିର କରିଛନ୍ତି।