Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ଆନ୍ଦୋଳନ ଡାକରା
ଆଜିର ଖବର

ରନ୍ଧନଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ଆନ୍ଦୋଳନ ଡାକରା

November 17, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ। ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ। ଦଳର ବରିଷ୍ଠ ନେତ୍ରୀ ପ୍ରମିଲା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ବିଜେଡିର ଏହି ତିନି ନେତା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟ ଢେର ବୃଦ୍ଧି ପାଇଛି ଯାହା ରାଜ୍ୟର ମା’ ଓ ଭଉଣୀମାନଙ୍କ ସହ ସମଗ୍ର ରାଜ୍ୟକୁ ପ୍ରଭାବିତ କରିବା ସହିତ ଓଡିଶାର ୪.୫ କୋଟି ଲୋକଙ୍କ ଉପରେ ପ୍ରଭାବ ପକାଉଛି। ବିଗତ ସାଢେ ୩ବର୍ଷ ଭିତରେ ଏଲପିଜି ରନ୍ଧନ ଗ୍ୟାସର ମୂଲ୍ୟରେ ୭୦% ବୃଦ୍ଧି ଘଟିଛି।

୨୦୧୬-୧୭ ରେ ୧୪.୨ କିଲୋଗ୍ରାମ ରନ୍ଧନଗ୍ୟାସ ଥିବା ଗୋଟିଏ ସିଲିଣ୍ଡରର ମୂଲ୍ୟ ୫୪୯ ଟଙ୍କା ୬୯ପଇସା ଥିବାବେଳେ ଏହା ବୃଦ୍ଧି ପାଇ ବର୍ତ୍ତମାନ ୯୨୬ ଟଙ୍କାରେ ପହଞ୍ଚିଛି। ଏହାର ବୃଦ୍ଧି ଏତେ ପରିମାଣରେ ହୋଇଛି ଯେ ସିଲିଣ୍ଡର ପିଛା ମାତ୍ର ୩.୫ ବର୍ଷରେ ୩୭୬.୩୧ ବଢିଛି । ଭାରତରେ ଏତେ କମ୍‍ ସମୟ ମଧ୍ୟରେ ରନ୍ଧନଗ୍ୟାସ ଦର ୭୦% ବୃଦ୍ଧି ପାଇବା ପୂର୍ବରୁ କେବେ ଦେଖାଯାଇ ନଥିଲା।

୨୦୨୧ ମସିହା ଅଗଷ୍ଟ ୨ ତାରିଖରେ ଲୋକସଭାରେ ଏକ ଅଣତାରକା ପ୍ରଶ୍ନ ନମ୍ବର ୨୧୩୦ର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗୋଟିଏ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୦୧୬-୧୭ ରେ ୫୪୯.୬୯ ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ତାହା ୬୯୫.୧୫ ଟଙ୍କାକୁ ବଢିଥିଲା ଏବଂ ବର୍ତ୍ତମାନ ଏହା ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି । ରନ୍ଧନ ଗ୍ୟାସର ମୂଲ୍ୟରେ ଏହି ୭୦% ବୃଦ୍ଧି ଅତ୍ୟନ୍ତ କଷ୍ଟଦାୟକ ଏବଂ ଆମେ, ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ଏକାଠି ହୋଇ ଏହି ଅହେତୁକ ମୂଲ୍ୟ ବୃଦ୍ଧିକୁ ନିନ୍ଦା କରୁଛୁ ଯାହା ଓଡିଶାର କୋଟି କୋଟି ମା’ ଭଉଣୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏଲପିଜି ରନ୍ଧନ ଗ୍ୟାସର ବ୍ୟାପକ ମୂଲ୍ୟ ବୃଦ୍ଧି ସମସ୍ୟା ଯାହା ଓଡିଶାର ମା’ ଏବଂ ଭଉଣୀମାନେ ଆଜି ସାମ୍ନା କରୁଛନ୍ତି ତାହା ସେମାନଙ୍କର ଏକମାତ୍ର ସମସ୍ୟା ନୁହେଁ।

ରନ୍ଧନଗ୍ୟାସ ଦର ବୃଦ୍ଧି ସହିତ ଏବେ କେନ୍ଦ୍ରର ଉଜ୍ୱଳା ବିଫଳତା ପଦାରେ ପଡିଛି। ଏହି ଯୋଜନାଟି ସମାଜର ଅବହେଳିତ ଲୋକଙ୍କୁ ଶସ୍ତାରେ ସିଲିଣ୍ଡର ଯୋଗାଇବା ପାଇଁ ବହୁତ ଆଡମ୍ବରର ସହ ଆରମ୍ଭ ହୋଇଥିଲା କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ଏହା ବିଫଳ ହୋଇଛି। ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚ୍‍ଏସ୍‍) ସୂଚନା ଅନୁଯାୟୀ ବହୁ ପ୍ରଚାରିତ ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସର ବ୍ୟବହାର ବହୁତ କମ୍‍ ରହିଛି।

ଯେତେବେଳେ କେନ୍ଦ୍ର ସରକାର ଦାବି କରୁଛନ୍ତି ଯେ ଭାରତରେ ଏଲପିଜି କଭରେଜ୍ ପ୍ରାୟ ୯୮% ଅଟେ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚ୍‍ଏସ୍‍) କହିଛି ଯେ ଦେଶରେ ସ୍ୱଚ୍ଛ ରନ୍ଧନ ଗ୍ୟାସ ବ୍ୟବହାର ମାତ୍ର ୨୦% ବୃଦ୍ଧି ପାଇଛି। ଅତୀତରେ, ସିଏଜି ତାଙ୍କ ରିପୋର୍ଟ \”ପର୍ଫମାନ୍ସ ଅଡିଟ୍‍ ଅଫ୍‍ ଉଜ୍ୱଳା ଯୋଜନା\’ ରେ ହିତାଧିକାରୀମାନେ ରନ୍ଧନଗ୍ୟାସ ସିଲିଣ୍ଡର ରିଫିଲ୍ କମାଇବା ସହିତ ଏହାର ବ୍ୟବହାର ମଧ୍ୟ କମ୍‍ କରୁଛନ୍ତି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉଜ୍ୱଳା ଯୋଜନା ହେଉଛି ଓଡିଶା ଲୋକଙ୍କୁ ଭୂତେଇବା ପାଇଁ ଏକ ବଡ ନାଟକ ଯାହା ବାସ୍ତବରେ ବହୁଳ ଭାବେ ବିଫଳ ହୋଇଛି। ଅହେତୁକ ଦର ବୃଦ୍ଧି ଯୋଗୁଁ ଗରିବ ଲୋକମାନେ ଉଜ୍ୱଳା ସିଲିଣ୍ଡରରେ ଗ୍ୟାସ ଭରିପାରୁ ନଥିବାରୁ ଏବେ ପୁଣି ଥରେ ରୋଷେଇ ଘରେ କାଠ ଚୂଲି ବ୍ୟବସ୍ଥାକୁ ଫେରିବାରେ ଲାଗିଛନ୍ତି।

ଉଭୟ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ଅଧ୍ୟୟନ ଏଭଳି ବିଫଳତା ଉପରେ ଆଲୋକପାତ କରୁଥିବାବେଳେ କେନ୍ଦ୍ର ସରକାର କିନ୍ତୁ ଉତ୍ତର ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଉଜ୍ୱଳା-୨ ଆରମ୍ଭ କରିଦେଇଛନ୍ତି। ଆମେ ଓଡିଶାର ଲୋକଙ୍କର ପ୍ରତିନିଧି, ଆମେ ସାଢେ ୪କୋଟି ଓଡିଆଙ୍କ ପାଇଁ ସଂଗ୍ରାମ କରିବା ସହିତ ଆମର ମା’ ଭଉଣୀଙ୍କ ସହିତ ସର୍ବଦା ଛିଡା ହୋଇ ରହିଛୁ। ବିଜୁ ମହିଳା ଜନତା ଦଳ, ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ମିଳିତ ଭାବରେ ଦୃଢ ବିରୋଧ କରିବା ସହିତ କେନ୍ଦ୍ର ସରକାର ତୁରନ୍ତ ଯେଭଳି ରନ୍ଧନଗ୍ୟାସ ଦର ହ୍ରାସ କରିବେ ସେଥିପାଇଁ ଆନ୍ଦୋଳନକୁ ଓହ୍ଲାଇବେ।

ଆମେ ବର୍ତ୍ତମାନ ଓଡିଶାର ତିନି ଆରଡିସି ଦପ୍ତର ସମ୍ମୁଖରେ ବିରୋଧ, ଆନ୍ଦୋଳନ, ଧାରଣା ଏବଂ ଘେରାଉ କାର୍ଯ୍ୟକ୍ରମ କରିବୁ। ୨୨ ନଭେମ୍ବର, ୨୦୨୧ରେ କଟକରେ ଥିବା କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ଆଗରେ ଆମେ ବିରୋଧ ଏବଂ ଆନ୍ଦୋଳନ କରିବୁ। ୨୩ ନଭେମ୍ବର, ୨୦୨୧ରେ ସମ୍ବଲପୁରରେ ଥିବା ଉତ୍ତରାଞ୍ଚଳ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏବଂ ୨୪ ନଭେମ୍ବର, ୨୦୨୧ରେ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଏଲ୍‍ପିଜି ଗ୍ୟାସର ମୂଲ୍ୟ ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଆନ୍ଦୋଳନ କରିବୁ। ଅମେ ଆରଡିସିଙ୍କ ମାଧ୍ୟମରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବୁ, ଓଡ଼ିଶା ଏବଂ ଭାରତର ମହିଳାମାନଙ୍କ ଏହି କଷ୍ଟ ପ୍ରତି ତାଙ୍କର ଧ୍ୟାନ ଆକର୍ଷଣ କରି ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ତାଙ୍କର ହସ୍ତକ୍ଷେପ ଲୋଡିବୁ।

ଯଦି କେନ୍ଦ୍ର ଆମର ଦାବି ପ୍ରତି ଧ୍ୟାନ ଦେବ ନାହିଁ, ତେବେ କେନ୍ଦ୍ରର ବିଫଳତା ସହିତ ଏଲ୍‍ପିଜି ଦର ବୃଦ୍ଧି ଯୋଗୁଁ ରୋଷେଇ ଘରେ ଆମର ମା’ ଭଉଣୀମାନେ ଭୋଗୁଥିବା କଷ୍ଟ ସଂକ୍ରାନ୍ତରେ କେନ୍ଦ୍ରର ମୁଖା ଖୋଲିବାପାଇଁ ସମଗ୍ର ରାଜ୍ୟରେ ଆମେ ଆମର ଆନ୍ଦୋଳନକୁ ଆହୁରି ତୀବ୍ର କରିବୁ ବୋଲି ବିଜେଡିର ତିନି ନେତା ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ।

ଆନ୍ଦୋଳନ ଡାକରା ଦରବୃଦ୍ଧି ବିଜୁ ଜନତା ଦଳ ରନ୍ଧନଗ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.