
ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ମାରାଥନ ପ୍ରଚାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଯୋଗଦେଇ ଚିଲିକା କାର୍ଡ ଖେଳିଛନ୍ତି। ଚିଲିକା ଆମର ମାଆ ଏବଂ ଓଡିଶାର ଗୌରବ। ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି ବୋଲି କହିବା ସହିତ ଚିଲିକାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ନବୀନ। ବିଜେପି ଚିଲିକାକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲା। ବିଜେଡି ତାହାକୁ ରୋକିଛି। ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ବାର୍ଥ ନଷ୍ଟ ହେବାକୁ ଦେବି ନାହିଁ। ମୁଁ ସବୁବେଳେ ଆପଣଙ୍କ ସହ ଅଛି ବୋଲି ନବୀନ କହିଥିଲେ। ଏହା ସହିତ କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି କହି ନବୀନ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ପାଇଁ ଜନତାଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ତରଫରୁ ପୃଥିୀରାଜ ହରିଚନ୍ଦନ ଓ କଂଗ୍ରେସ ତରଫରୁ ପ୍ରଦୀପ ସ୍ବାଇଁ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପୁରୀ ଲୋକସଭା ପ୍ରାର୍ଥୀ ପିନକୀ ମିଶ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ପୁରୀ ଲୋକସଭା କ୍ଷେତ୍ର ପାଇଁ ତ୍ରିକୋଣୀୟ ଲଢେଇ ବେଶ୍ ସରଗରମ। ତିନି ଦଳଙ୍କ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାକୁ ନେଇ ସାଧାରଣ ଜନତା ବେଶ୍ ଉତ୍ସାହୀ ରହିଛନ୍ତି। ଏହି ଲୋକସଭା ପାଇଁ ବିଜେଡ଼ି ତରଫରୁ ପିନାକୀ ମିଶ୍ର ରହିଥିବାବେଳେ ବିଜେପି ତରଫରୁ ଅଛନ୍ତି ସମ୍ବିତ ପାତ୍ର ଓ କଂଗ୍ରେସ ତରଫରୁ ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଏହି କ୍ଷେତ୍ରରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା।
( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)