Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ଚିଲିକା କାର୍ଡ ଖେଳିଲେ ନବୀନ
ଆଜିର ଖବର

ବାଣପୁରରେ ଚିଲିକା କାର୍ଡ ଖେଳିଲେ ନବୀନ

April 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ମାରାଥନ ପ୍ରଚାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଯୋଗଦେଇ ଚିଲିକା କାର୍ଡ ଖେଳିଛନ୍ତି। ଚିଲିକା ଆମର ମାଆ ଏବଂ ଓଡିଶାର ଗୌରବ। ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି ବୋଲି କହିବା ସହିତ ଚିଲିକାକୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ନବୀନ। ବିଜେପି ଚିଲିକାକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲା। ବିଜେଡି ତାହାକୁ ରୋକିଛି। ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ବାର୍ଥ ନଷ୍ଟ ହେବାକୁ ଦେବି ନାହିଁ। ମୁଁ ସବୁବେଳେ ଆପଣଙ୍କ ସହ ଅଛି ବୋଲି ନବୀନ କହିଥିଲେ। ଏହା ସହିତ କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି କହି ନବୀନ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ପାଇଁ ଜନତାଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ। ଏହି ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ତରଫରୁ ପୃଥିୀରାଜ ହରିଚନ୍ଦନ ଓ କଂଗ୍ରେସ ତରଫରୁ ପ୍ରଦୀପ ସ୍ବାଇଁ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପୁରୀ ଲୋକସଭା ପ୍ରାର୍ଥୀ ପିନକୀ ମିଶ୍ରଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ପୁରୀ ଲୋକସଭା କ୍ଷେତ୍ର ପାଇଁ ତ୍ରିକୋଣୀୟ ଲଢେଇ ବେଶ୍‌ ସରଗରମ। ତିନି ଦଳଙ୍କ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାକୁ ନେଇ ସାଧାରଣ ଜନତା ବେଶ୍‌ ଉତ୍ସାହୀ ରହିଛନ୍ତି। ଏହି ଲୋକସଭା ପାଇଁ ବିଜେଡ଼ି ତରଫରୁ ପିନାକୀ ମିଶ୍ର ରହିଥିବାବେଳେ ବିଜେପି ତରଫରୁ ଅଛନ୍ତି ସମ୍ବିତ ପାତ୍ର ଓ କଂଗ୍ରେସ ତରଫରୁ ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ ଏହି କ୍ଷେତ୍ରରେ କିଏ ବାଜି ମାରୁଛି, ତାହା ଦେଖିବାକୁ ବାକି ରହିଲା।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

chilka naveenpttanaik rally thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026

ମୁନିଗୁଡାଠାରେ ‘ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଉଦ୍ଘାଟିତ

February 6, 2026

ଆସନ୍ତା ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

February 6, 2026
Latest News

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.