ମହାକାଶରୁ ମିଳିଲା ବିଶ୍ବର ପ୍ରଥମ କଣିକାର ସନ୍ଧାନ

Published: Apr 19, 2019, 2:09 pm IST

ହିଲିୟମ୍‌ ହାଇଡ୍ରାଇଡ୍‌ ଆୟନ ଯାହାକୁ ବିଶ୍ବର ପ୍ରଥମ କଣିକା ବୋଲି ବିବେଚନା କରାଯାଏ ମହାକାଶରେ ଏହାର ଆବିଷ୍କାର କରିଛନ୍ତି ବୈଜ୍ଞାନିକ। ନାସାର ପରୀକ୍ଷଣ ଯାନ ସୋଫିଆ ଏହି କଣିକାର ସନ୍ଧାନ କରିଛି। ପ୍ରାୟ ୧୪ ଶହ କୋଟି ବର୍ଷ ପୂର୍ବରୁ ସୃଷ୍ଟି ହୋଇଥିବା ଏହି କଣିକାକୁ ପ୍ରଥମ ଥର ପାଇଁ ମହାକାଶରେ ଦେଖିବାକୁ ମିଳିଛି। ନେବୁଲା ଏନଝଜିସି ୭୦୨୭ରେ ଏହି କଣିକାଟିକୁ ଆବିଷ୍କୃତ କରାଯାଇଛି। ପୃଥିବୀରୁ ୩ ହଜାର ଆଲୋକ ବର୍ଷ ଦୂରରେ ଥିବା ଏହି ବାଇଗଣୀ ଗ୍ରହର ବାୟୁମଣ୍ଡଳରେ ଏହି କଣିକା ଦେଖିବାକୁ ପାଇଛନ୍ତି ବୈଜ୍ଞାନିକ। ୧୪ ଶହ କୋଟି ବର୍ଷ ପୂର୍ବରୁ ପୃଥିବୀ ସୃଷ୍ଟି ଏହି କଣିକାରୁ ହୋଇଥିବା ବିଶ୍ବାସ କରୁଥିବା ବୈଜ୍ଞାନିକଙ୍କ ପାଇଁ ଏହି କଣିକାର ସନ୍ଧାନ ଏକ ନୂତନ ଆଶା ପ୍ରଦାନ କରିଛି। ଏହି କଣିକାକୁ ପ୍ରଥମ ଥର ପାଇଁ ୧୯୨୫ ମସିହାରେ ପରୀକ୍ଷାଗାରରେ ପ୍ରସ୍ତୁତ କରାଯାଇଥିଲା। ବିଗ୍‌ ବ୍ୟାଙ୍ଗ ପରେ ପ୍ରଥମେ ଏହି କଣିକା ସୃଷ୍ଟି ହୋଇଥିଲା ବୋଲି ବୈଜ୍ଞାନିକ ମାନେ ବିଶ୍ବାସ କରନ୍ତି।

Related posts