ଶିବସେନାରେ ଯୋଗଦେଲେ ପ୍ରିୟଙ୍କା

Published: Apr 19, 2019, 3:30 pm IST

ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସରୁ ଇସ୍ତଫା ଦେବା ପରେ ବିଧିବଦ୍ଧ ଭାବରେ ଶିବସେନାରେ ଯାେଗଦେଇଛନ୍ତି । ଦଳର ପ୍ରମୁଖ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ସେ ଏହି ଦଳରେ ଯୋଗ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେବା ସହିତ ସମସ୍ତ ପଦ ସହ ସଦସ୍ୟସତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।  ଉତ୍ତର ପ୍ରଦେଶରେ କିଛି ଗୁଣ୍ଡାଙ୍କୁ ଟିକଟ ଦିଆଯିବା ପ୍ରତିବାଦରେ ଦଳ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଛନ୍ତି ପ୍ରିୟଙ୍କା। ଏହା ସହିତ ଟ୍ବିଟ୍ଟରରେ ଦଳୀୟ ନେତୃତ୍ବକୁ କଡା ସମାଲୋଚନା କରିଛନ୍ତି ପ୍ରିୟଙ୍କା। ଏହି ଅବସରରେ ପ୍ରିୟଙ୍କା କହିଛନ୍ତି ଯେ, ସେ କଂଗ୍ରେସ ପାଇଁ ୧୦ ବର୍ଷ କାର୍ଯ୍ୟ କରିଛନ୍ତି । କିନ୍ତୁ ତାଙ୍କୁ ଅପମାନ ତଥା ତାଙ୍କ ସହିତ ଖରାପ ବ୍ୟବହାର କରିଥିବା ଲୋକଙ୍କୁ ପାର୍ଟି ପୁଣିଥରେ ସାମିଲ୍‌ କରିବା ନେଇ ସେ ବହୁତ କ୍ଷୁବ୍ଧ ହୋଇଛନ୍ତି । ତେଣୁ ସେ ବହୁତ ଭାବିଚିନ୍ତି ଶିବସେନାରେ ଯୋଗଦେଇଛନ୍ତି ବୋଲି କହିଛନ୍ତି ।  ପାର୍ଟିର ମଜବୁତ ପାଇଁ ସେ କାମ କରିବେ ବୋଲି କହିଛନ୍ତି ପ୍ରିୟଙ୍କା

Related posts