ଭୁବନେଶ୍ବର: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଉଟସୋର୍ସିଙ୍ଗରେ ୪ ଟି ବିଭାଗରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲୋକାଲ ଫଣ୍ଡ ଅଡିଟ, ସବରେଜିଷ୍ଟ୍ରି, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ଲାଗି ନିର୍ଦ୍ଦେଶ ହୋଇଛି।
ଏହି ସମସ୍ତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ୩ ମାସରେ ନିୟମିତ କରିବା ସହ ସମସ୍ତ ସୁବିଧା ଯୋଗେଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୪ ଟି ବିଭାଗର ୧ ହଜାର ୫ ଶହରୁ ଉର୍ଦ୍ଧ୍ଵ ଠିକା କର୍ମଚାରୀ ଉପକୃତ ହୋଇପାରିବେ।