Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ଟିକସ: ରାଜ୍ୟ ଅଂଶ ବାବଦରେ ଓଡିଶାକୁ ଦୁଇ କିସ୍ତିରେ ମିଳିଲା ୪୩୦୫.୩୨ କୋଟି
ଆଜିର ଖବର

କେନ୍ଦ୍ରୀୟ ଟିକସ: ରାଜ୍ୟ ଅଂଶ ବାବଦରେ ଓଡିଶାକୁ ଦୁଇ କିସ୍ତିରେ ମିଳିଲା ୪୩୦୫.୩୨ କୋଟି

November 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର ଅର୍ଥମନ୍ତ୍ରୀ
୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ପକ୍ଷରୁ ଦେଶର ୨୮ଟି ରାଜ୍ୟକୁ ଟିକସ ବାବଦ ଅଂଶ ଆକାରରେ ଦୁଇ କିସ୍ତିରେ ମୋଟ ୯୫୦୮୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପ୍ରତି ମାସରେ ସ୍ୱାଭାବିକ ଆକାରରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକସ ଅଂଶବାବଦରେ ୪୭, ୫୪୧ କୋଟି ଟଙ୍କା ଯୋଗାଇଥାନ୍ତି।

ଚଳିତମାସ ୧୫ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ଆଭାସୀ ବ୍ୟବସ୍ଥାରେ ସେମାନଙ୍କର ଆର୍ଥିକ ସ୍ଥିତି ଓ ହାଲଚାଲ ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ରାଜ୍ୟସମୂହଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଏବଂ ପୁଞ୍ଜିନିବେଶ, ଭିତ୍ତିଭୂମି ନିର୍ମାଣ ଓ ଅଭିବୃଦ୍ଧି ପ୍ରକ୍ର୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅଧିକ ଅର୍ଥ ଯୋଗାଇ ଦେବାକୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ପ୍ରତିଶ୍ରୁତି ଦେଇଥିଲେ।

ସେହି ପ୍ରତିଶ୍ରୁତି ମୁତାବକ ଦୁଇ କିସ୍ତିରେ ଏହି ଟିକସ ଅଂଶ ବାବଦ ଅର୍ଥ ଏକକାଳୀନ ନଭେମ୍ବର ୨୨ତାରିଖରେ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଟିକସ ଓ ଶୁଳ୍କକୁ ରାଜ୍ୟମାନେ ନିର୍ଦ୍ଦିଷ୍ଟ ଅନୁପାତରେ ଭାଗ ପାଇଥାନ୍ତି।

ଓଡିଶାକୁ ଏ ବାବଦରେ ମୋଟ ୪୩୦୫.୩୨ କୋଟି ଟଙ୍କା ମିଳିଛି। କେଉଁ ରାଜ୍ୟକୁ କେତେ ଟଙ୍କା ଏ ବାବଦରେ ଯୋଗାଇ ଦିଆଯାଇଛି ତାହା ନିମ୍ନରେ ପ୍ରଦତ୍ତ ତାଲିକାରେ ଦର୍ଶାଯାଇଛି।

Sl. No. State Amount released

(In  crore)

1 ଆନ୍ଦ୍ରପ୍ରଦେଶ 3847.96
2 ଅରୁଣାଚଳପ୍ରଦେଶ 1670.58
3 ଆସାମ 2974.16
4 ବିହାର 9563.30
5 ଛତିଶଗଡ 3239.54
6 ଗୋଆ 367.02
7 ଗୁଜରାତ 3306.94
8 ହରିୟାଣା 1039.24
9 ହିମାଚଳ ପ୍ରଦେଶ 789.16
10 ଝାଡ଼ଖଣ୍ଡ 3144.34
11 କର୍ଣ୍ଣାଟକ 3467.62
12 କେରଳ 1830.38
13 ମଧ୍ୟପ୍ରଦେଶ 7463.92
14 ମହାରାଷ୍ଟ୍ର 6006.30
15 ମଣିପୁର 680.80
16 ମେଘାଳୟ 729.28
17 ମିଜୋରାମ 475.42
18 ନାଗାଲାଣ୍ଡ 541.02
19 ଓଡିଶା 4305.32
20 ପଞ୍ଜାବ 1718.16
21 ରାଜସ୍ଥାନ 5729.64
22 ସିକ୍କିମ 368.94
23 ତାମିଲନାଡୁ 3878.38
24 ତେଲଙ୍ଗାନା 1998.62
25 ତ୍ରିପୁରା 673.32
26 ଉତ୍ତର ପ୍ରଦେଶ 17056.66
27 ଉତ୍ତରଖଣ୍ଡ 1063.02
28 ପଶ୍ଚିମବଙ୍ଗ 7152.96

କେନ୍ଦ୍ରୀୟ ଟିକସ ଓ ଶୁଳ୍କ ବାବଦ ଆୟରୁ ୨୦୨୧ ନଭେମ୍ବରରେ ରାଜ୍ୟମାନଙ୍କୁ ଦିଆଯାଇଥିବା ଅଂଶର ହିସାବ। (ପି.ଆଇ.ବି.)

ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

September 8, 2025

ବାଣପୁରରେ ନକଲି ଘିଅ ବିକ୍ରି ଅଭିଯୋଗରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଚଢ଼ାଉ

September 8, 2025

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025

ଭୁବନେଶ୍ବର ଗାଡ଼କଣ ଅଳିଆ ଗଦା ସ୍ଥିତି ସମୀକ୍ଷା କରିବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

September 8, 2025
Latest News

ବାଣପୁର ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ – ‘ଉଲ୍ଲାସ’ ଅନୁଷ୍ଠିତ

September 8, 2025

ଚିଲିକା: ସ୍ବର୍ଗତ ଶ୍ରୀ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି

September 8, 2025

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ: ଏଣିକି ପ୍ରତ୍ୟେକ ସୋମବାର ‘ପଲ୍ଲୀରେ ପ୍ରଶାସନ’ କାର୍ଯ୍ୟକ୍ରମ

September 8, 2025

ବାଣପୁରରେ ନକଲି ଘିଅ ବିକ୍ରି ଅଭିଯୋଗରେ ଖାଦ୍ୟ ଓ ସୁରକ୍ଷା ବିଭାଗର ଚଢ଼ାଉ

September 8, 2025

ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କରିବା ପାଇଁ ଦାବୀ କଲା ପ୍ରଦେଶ କଂଗ୍ରେସ, ହେଲେ କାହିଁକି ?

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.