
ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏମ୍ସ) ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଏକ ବଡ ବିବୃତ୍ତି ଦେଇଛନ୍ତି। କୋଭିଡ-୧୯ ର ପ୍ରଥମ ଦୁଇଟି ତରଙ୍ଗ ଭଳି ତୃତୀୟ ତରଙ୍ଗ ସମାନ ତୀବ୍ରତାର ଆସିବାର ସମ୍ଭାବନା ନାହିଁ। ଏହି ସମୟରେ ସଂକ୍ରମଣର ବୃଦ୍ଧି ହେବାର ସମ୍ଭାବନା କମ ରହିଛି। କରୋନା ଭାଇରସଠାରୁ ଟିକାଗୁଡ଼ିକ ରକ୍ଷା କରିଥାଏ। କିନ୍ତୁ ବର୍ତ୍ତମାନ ତୃତୀୟ ବୁଷ୍ଟର ଡୋଜର କୌଣସି ଆବଶ୍ୟକତା ନାହିଁ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି।