Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂବିଧାନ ଦିବସ: ଭୁବନେଶ୍ବରର ଏଜି ଛକକୁ ‘ଆମ୍ବେଦକର ଛକ’ ନାମରେ ନାମିତ କରିବାକୁ ବିଜେପିର ଦାବୀ
ଆଜିର ଖବର

ସଂବିଧାନ ଦିବସ: ଭୁବନେଶ୍ବରର ଏଜି ଛକକୁ ‘ଆମ୍ବେଦକର ଛକ’ ନାମରେ ନାମିତ କରିବାକୁ ବିଜେପିର ଦାବୀ

November 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଂବିଧାନ ଦିବସ: ଭୁବନେଶ୍ବରର ଏଜି ଛକକୁ 'ଆମ୍ବେଦକର ଛକ' ନାମରେ ନାମିତ କରିବାକୁ ବିଜେପିର ଦାବୀ

ଭୁବନେଶ୍ୱର : ଆଜି ନଭେମ୍ବର ୨୬ ତାରଖ ସଂବିଧାନ ଦବିସ ଉପଲକ୍ଷ ରାଜ୍ୟ ବିଜେପି ତରଫରୁ ଅନୂସୁଚିତ ଜାତି ମୋର୍ଚ୍ଚା ସଭାପତି ଡ. ବିଭୁ ପ୍ରସାଦ ତରାଇଙ୍କ ନେତୃତରେ ବିଜେପିର ବିଭିନ୍ନ ଛାମୁଆ ସଂଗଠନ ତରଫରୁ ଭୁବନେଶ୍ୱର ଏ.ଜି ଛକ ଠାରେ ଥିବା ସଂବିଧାନ ପ୍ରଣେତା ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ପ୍ରତିମୃତିରେ ମାର୍ଲ୍ୟାପଣ କରାଯାଇଥିଲା ।

ପୂର୍ବାହ୍ନ ୧୧ଟା ବେଳେ ଡଃ. ତରାଇଙ୍କ ସଭାପତିତ୍ୱରେ ଏକ ସମ୍ବିଧାନ ସମ୍ମାନ ସଭା ରାଜ୍ୟ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ଓ ସାଧାରଣ ସଂମ୍ପଦେକ (ସଂଗଠନ) ଶ୍ରୀ ମାନସ ମହାନ୍ତି ସମ୍ମାନିତ ଅତିଥି ଓ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା ରୁପେ ଯୋଗଦେଇଥିଲେ ।

ଅତିଥି ଭାବେ ମୋର୍ଚ୍ଚାର ଜାତୀୟ ଅନୁସୁଚିତ ଜାତି କାର୍ଯ୍ୟକାରିଣୀ ସଦସ୍ୟ ତଥା ମିଡିଆ ପ୍ରମୁଖ ଦିଲ୍ଲୀପ କୁମାର ମଲି୍ଲକ, ଜାତୀୟ ଅନୁସୁଚିତ ଜାତି କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ମଂଚାସୀନ ଥିଲେ ।

ଏହି ସଭାରେ ବକ୍ତାମାନେ ସଂବିଧାନ ଦିବସରେ ସଂବିଧାନ, ସବିଧାନ ପ୍ରଣେତା ଓ ପ୍ରଣୟନ ସଭା ପ୍ରତି ସମ୍ମାନ ଜଣାଇବା ଏବଂ ସାଂବିଧାନକ ମୂଲ୍ୟବୋଧ ଓ ସଚେତନାତାର ପ୍ରଚାର ପ୍ରସାର ଉପରେ ମତାମତ ରଖିଥିଲେ । ଏହି ସଭାରେ ରାଜ୍ୟ ସଂଯୋଜକ ଡ଼. ରବିନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ଓ ଉତର ଭୁବନେଶ୍ୱର ମଣ୍ଡଳ ସଭାପତି ଶ୍ରୀ ଦାମୋଦର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସଭାରେ ଏଜି ଛକକୁ ଡ. ଆମ୍ବେଦକରଙ୍କ ନାମରେ “ଆମ୍ବେଦକର ଛକ ‘ ବା “ଆମ୍ବେଦକର ଚୈାକ’ ନାମରେ ନାମିତ କରିବାକୁ ଏକ ପ୍ରସ୍ଥାବ ପାରିତ ହେବା ସହିତ ଏ ଦିଗରେ ବିହିତ କର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସଭାପତି, ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ମହୋଦୟଙ୍କୁ ଆନୁଷ୍ଠାନିକଭାବେ ଅନୁରୋଧ କରିବା ପାଇଁ ନିବେଦନ କାରାଯାଇଥିଲା ।

ଡ. ଭୀମରାଓ ରାମଜୀ ଆମ୍ବେଦକର ବିଜେପି ସମୀର ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026
Latest News

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026

ପାଠପଢ଼ାର ଚାପ ଏବଂ ଥକାପଣ ଦୂର କରିବା ପାଇଁ ଆପଣ କଳାକୁ ବ୍ୟବହାର କରିପାରିବେ: ପ୍ରଧାନମନ୍ତ୍ରୀ

February 10, 2026

ବସ୍ତର ପାଣ୍ଡମ ୨୦୨୬ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଅମିତ ଶାହ

February 10, 2026

ଉଚ୍ଚ ସ୍ତରୀୟ କମିଟି ସହ ଓଡିଶା ଏନ.ପି.ଏସ. ମାଧ୍ୟମିକ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ନେଇ ଆଲୋଚନା

February 10, 2026

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.