Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଦେଶ କଂଗ୍ରେସର ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପାଳିତ
ଆଜିର ଖବର

ପ୍ରଦେଶ କଂଗ୍ରେସର ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପାଳିତ

November 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପାଳିତ

ଭୁବନେଶ୍ୱର:  ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସମ୍ବିଧାନ ବଂଚାଓ ଦିବସ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନ ଠାରେ ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଛି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ସମ୍ବିଧାନର ସୁରକ୍ଷା ନ ହେଲେ ଦେଶ ସୁରକ୍ଷିତ ହୋଇପାରିବ ନାହିଁ ।

ବର୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ବିଧାନରେ ଥିବା ନିତି, ନିୟମ ଓ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛନ୍ତି । ପ୍ରତ୍ୟେକ ନାଗରିକ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ରହିଥିଲେ ମଧ୍ୟ ଆଜି ତାହା ଦିନକୁ ଦିନ ଅବକ୍ଷୟ ହେବାରେ ଲାଗିଛି । ଆମେ ପ୍ରତ୍ୟେକ ନାଗରିକ ଏ ଦିଗରେ ସଚେତନ ରହି କାର୍ଯ୍ୟକରିବା ଦରକାର । ସମ୍ବିଧାନ ପ୍ରତି ସମ୍ମାନ ଜଣାଇ ଓ ଏହାର ସୁରକ୍ଷା ପାଇଁ ଆଜି ନେତୃବୃନ୍ଦ ଓ କର୍ମୀମାନେ ବୈଠକରେ ଶପଥ ନେଇଥିଲେ ।

ଉଦ୍‌ବୋଧନ ଦେଇ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ, ପୂର୍ବତନ ବିଧାୟକ ବିପିନ ଦାସ, ଉପସଭାପତି ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ସସ୍ମିତା ବେହେରା, ରତ୍ନମଣି ଉଲ୍ଲାକା ଓ ପଦ୍ମାକର ଗୁରୁ ପ୍ରମୁଖ ଅନୁସୂଚୀତ ଜାତିର ଉନ୍ନତି ତଥା ସୁରକ୍ଷା ନିମନ୍ତେ ଉପାଦେୟ ପରାମର୍ଶମାନ ଦେଇଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ କଂଗ୍ରେସ ନେତ୍ରୀ ଶ୍ରୀମତୀ ସସ୍ମିତା ବେହେରା, ରତ୍ନମଣି ଉଲ୍ଲାକା, ଜାନକୀ ମଲ୍ଲିକ ଓ ଦିନବନ୍ଧୁ ଅଧିକାରୀଙ୍କୁ ଏବଂ ଅନୁସୂଚିତ ଜାତି ବିଭାଗର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ସର୍ବଶ୍ରୀ ଜୟନ୍ତ ଭୋଇ, ନରୋତମ ନାୟକ, ସୁବାଷ ପ୍ରଧାନ, ସନ୍ତୋଷ କୁମ୍ଭାର, ତାପସ ସେଠୀ, ଶିବଶଙ୍କର ବେହେରା, ପ୍ରଫୁଲ୍ଲ ଦିଗଲ ଓ ଦେବେନ୍ଦ୍ର ପ୍ର୍ରସାଦ ଦାସଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ନାନିତ କରିଥିଲେ ।

ବୈଠକର ପ୍ରାରମ୍ଭରେ ଡ. ବି. ଆର ଅମ୍ବେଦକରଙ୍କ ପ୍ରତିମୂର୍ତି ଓ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ମନୋରଞ୍ଜନ ଦାଶ, ପ୍ରତିମା ମଲ୍ଲିକ, ରଶ୍ମି ମହାପାତ୍ର, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, କନକଲତା ମଲ୍ଲିକ, ପ୍ରକାଶ ମିଶ୍ର, ଆଲୋକ ମହାନ୍ତି, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି ଦୀପକ ମହାପାତ୍ର, ଦେବୀ ପ୍ରସାଦ ବାହାଲିଆ, ଗୋବିନ୍ଦ ମଲ୍ଲିକ, ନିମାଇ ରାଉତ, ସଂକୁନା କହଁର, ଏମଡି ସାହାଦୁଲ୍ଲା, କୁଳମଣି ସାହୁ, ମୁନି ଥାପ୍ପା, ସୁକାନ୍ତ ତିଆଡ଼ି, ମଂଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣା : ୬ ମୃତ୍ୟୁ

May 26, 2026

ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର

May 26, 2026

ସିଏନଜି ଦରରେ ବୃଦ୍ଧି

May 26, 2026

ଇବୋଲା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା

May 26, 2026
Latest News

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଦୁର୍ଘଟଣା : ୬ ମୃତ୍ୟୁ

May 26, 2026

ପୁଣି ବ୍ରହ୍ମପୁରରେ ଏନକାଉଣ୍ଟର

May 26, 2026

ନେଲ୍ ପଲିସ୍ ମଧ୍ୟ କର୍କଟ ରୋଗର କାରଣ ହୋଇପାରେ!

May 26, 2026

ସିଏନଜି ଦରରେ ବୃଦ୍ଧି

May 26, 2026

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବ କି? ସିଦ୍ଧରମୈୟା କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ

May 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.