Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମସ୍ତିଷ୍କରୁ ୫୦୦ ଗ୍ରାମ୍ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହେଲେ ସମ୍ ସର୍ଜନ
ଆଜିର ଖବର

ମସ୍ତିଷ୍କରୁ ୫୦୦ ଗ୍ରାମ୍ ଓଜନର ଟ୍ୟୁମର ବାହାର କରିବାରେ ସଫଳ ହେଲେ ସମ୍ ସର୍ଜନ

November 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଣେ ଯୁବକଙ୍କ ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଏକ ବଡ ଟ୍ୟୁମରକୁ ସଫଳତାର ସହ ବାହାର କରିପାରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସକ। ଅନ୍ୟ ଏକ ହସ୍ପିଟାଲ୍‌ରେ ଅପରେସନ୍ କରିବା ପରେ ମଧ୍ୟ ସୁଫଳ ନ ମିଳିବାରୁ ଏବଂ ମୁଣ୍ଡରେ ଗୋଟିଏ ଅଂଶ ଫୁଲି ବାହାରକୁ ବାହାରିଥିବାରୁ ଯୁବକ ଜଣକ ନିକଟରେ ସମ୍ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆସିଥିଲେ।

ରୋଗୀଙ୍କର ଏମ୍‌ଆର୍‌ଆଇ ସ୍କାନ୍ କରାଯିବା ପରେ ତାଙ୍କ ମୁଣ୍ଡରେ ଏକ ବଡ ଟ୍ୟୁମର୍ ସୃଷ୍ଟି ହୋଇଥିବାର ଜଣାପଡ଼ିଥିଲା ଯାହାକି ଖପୁରୀ ହାଡ ବାହାରକୁ ବାହାରି ଆସିବା ସହ ମସ୍ତିଷ୍କରେ ଏକ ବଡ ଯାଗା ମାଡିବସିଥିଲା। ଏହା ଛଡା ମସ୍ତିଷ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ
ଧମନୀ ଚାରିପଟେ ଏହି ଟ୍ୟୁମର ବେଡି ରହିଥିଲା। ଏହା ଏକ କଷ୍ଟକର ପରସ୍ଥିତି ଥିଲା ଏବଂ ଅସ୍ତ୍ରୋପଚାର ନିଷ୍ପତି ମଧ୍ୟ ସର୍ଜିକାଲ୍ ଟିମ୍ ପାଇଁ ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। କାରଣ ଏହାଦ୍ୱାରା
ପ୍ରଚୁର ରକ୍ତସ୍ରାବ ଅଥବା ଶରୀରର କୌଣସି ଅଂଶ ପକ୍ଷାଘାତ ହେବାର ମଧ୍ୟ ସମ୍ଭାବନା ରହିଥିଲା।

ତେବେ ସମ ହସ୍ପିଟାଲ୍‌ର ସିନିୟର ନ୍ୟୁରୋସର୍ଜନ୍ ଓ ପ୍ରଫେସର ଡାକ୍ତର ସୌଭାଗ୍ୟ ପାଣିଗ୍ରାହୀ ଅସ୍ତ୍ରୋପଚାର କରିବାର ନିଷ୍ପତି ନେଇ ସମସ୍ତ ଯୋଜନା କରିଥିଲେ। ଯଦିଓ ଏହି ପ୍ରକ୍ରିୟା ଖୁବ୍ ଜଟିଳ ଥିଲା ତେବେ ସମ୍ପୂର୍ଣ୍ଣ ୫୦୦ ଗ୍ରାମର ଟ୍ୟୁମର ଏବଂ କ୍ଷତିଗ୍ରସ୍ତ ହୋଇଥିବା ମସ୍ତିଷ୍କର ଧମନୀଟିକୁ ବାହାର କରାଯାଇଥିଲା। ସାଧାରଣତଃ ଜଣେ ବୟସ୍କ ବ୍ୟକ୍ତିଙ୍କର ମସ୍ତିଷ୍କର ଓଜନ ୧୩୦୦ ରୁ ୧୪୦୦ ଗ୍ରାମ ରହିଥାଏ।

ପ୍ରଫେସର ଡାକ୍ତର ପାଣିଗ୍ରାହୀ ଆନେସ୍‌ଥେସିଷ୍ଟ ଡାକ୍ତର ସୁଦୀପ୍ ମହାପାତ୍ର ଏବଂ ଡାକ୍ତର ସୁନୀତା ସ୍ୱାଇଁଙ୍କ ସହଯୋଗରେ ବିନା କୌଣସି ସମସ୍ୟାରେ ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ କରିଥିଲେ।

ରୋଗୀ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟୁଥିବା ବେଳେ ଅସ୍ତ୍ରୋପଚାର ପରେ କୌଣସି ପ୍ରକାର ସମସ୍ୟା ଉପୁଜି ନଥିଲା। ନ୍ୟୁରୋ ଇନ୍‌ଟେନ୍‌ସିଭିଷ୍ଟ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ସୁସ୍ଥ ହେବା ପରେ ରୋଗୀଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

ମସ୍ତିଷ୍କ ସମ୍ ସର୍ଜନ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.