Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀ: ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଆଉ ଜଣେ ଚାଷୀ
ଆଜିର ଖବର

ଟାଙ୍ଗୀ: ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଆଉ ଜଣେ ଚାଷୀ

November 29, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସମ୍ଭାବ୍ୟ ଲଘୁଚାପଜନିତ ବର୍ଷାକୁ ଦେଖି ଚାଷୀ ବର୍ତ୍ତମାନ ଚିନ୍ତାରେ ଅଛି। ସେଥିପାଇଁ ଧାନ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନେ ବ୍ୟସ୍ତ ଅଛନ୍ତି। ହେଲେ ଚାଷ ଜମିକୁ ଯାଇଥିବା ଜଣେ ଚାଷୀର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବର୍ଷା ଦାୟୁରୁ ଧାନ ଫସଲକୁ ସୁରକ୍ଷିତ ରଖିବା ପାଇଁ ଟାଙ୍ଗୀ ଥାନା ଉଦୟ ଗିରି ଗ୍ରାମର ଧ୍ୱଜ ପାତ୍ର (୬୫) ନିଜ ଜମିକୁ ଯାଇଥିଲେ। ବର୍ଷା ଓ ହାତୀ ଉପଦ୍ରବ ଭୟରେ ଟାଙ୍ଗୀ ବ୍ଲକର ଉଦୟ ଗିରି ଗାଁର ଚାଷୀ ମାନେ ଅଧା କଂଚା ଧାନ ଫସଲକୁ ଅମଳ କରିବାକୁ ବ୍ୟଗ୍ର ହୋଇ ପଡିଥିଲେ। ଆଜି କେତେ ଜଣ ଚାଷୀ ନିଜ ଚାଷ ଜମିରୁ ଧାନ ଅମଳ କରି ନିଜ ଘରକୁ ଆଣୁଥିଲେ। ସେହିଭଳି ଧ୍ୱଜ ପାତ୍ର ନିଜ ଚାଷ ଜମିରେ ଧାନ କାଟି ଟ୍ରାକ୍ଟରରେ ଫସଲକୁ ଖଳା ବାଡିକୁ ଆଣିବା ପାଇଁ ନିଜ ଚାଷ ଜମିରେ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ୧୯ ଟିକିଆ ହାତୀ ପଲ ତାଙ୍କ ଚାଷ ଜମି ଦେଇ ଯାଉଥିଲେ। ସେହି ହାତୀ ପଲ ମଧ୍ୟରୁ ଏକ ଦନ୍ତା ହାତୀ ବାହାରି ଆସି ଚାଷୀ ଧ୍ୱଜ ପାତ୍ରଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କର ଗୋଡ ଓ ଅଣ୍ଟାରେ ଗୁରୁତର କ୍ଷତ ହୋଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ଗାଁ ଲୋକଙ୍କ ସହ ଘଟଣା ସ୍ଥଳରେ ପହଂଚି ଗୁରତର ବୃଦ୍ଧଙ୍କୁ ଉଦ୍ଧାର କରି ଭୁବନେଶ୍ୱର ସ୍ଥାନାନ୍ତର କରିଥିଲେ।

ତେବେ ଭୁବନେଶ୍ୱର ଯାଉଥିବା ବେଳେ ଧ୍ଵଜଙ୍କର ମୃତ୍ୟୁ ହୋଇଥିବା ଟାଙ୍ଗୀ ବନ ବିଭାଗ ରେଂଜର ରବିନ୍ଦ୍ର ନାଥ ପଣ୍ଡା ପ୍ରକାଶ କରିଛନ୍ତି। ଏହା ସହ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାରକୁ ସରକାରୀ କ୍ଷତି ପୂରଣ ଦିଆଯିଵ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଟାଙ୍ଗୀ ପ୍ରାଣ ହରାଇଲେ ହାତୀ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.