Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାନବିକ ଆଚରଣ ଆତଙ୍କବାଦୀକୁ ମଧ୍ୟ ଦେଶପ୍ରେମୀରେ ପରିଣତ କରିପାରେ: ସେନା ଅଧିକାରୀ
ଆଜିର ଖବର

ମାନବିକ ଆଚରଣ ଆତଙ୍କବାଦୀକୁ ମଧ୍ୟ ଦେଶପ୍ରେମୀରେ ପରିଣତ କରିପାରେ: ସେନା ଅଧିକାରୀ

November 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାନବିକ ଆଚରଣ ମନୁଷ୍ୟର ହୃଦୟକୁ ପରିବର୍ତ୍ତନ କରିବା ନିମନ୍ତେ ଏକ ଶାଣିତ ଅସ୍ତ୍ର। ଏହା ଜଣେ ଆତଙ୍କବାଦୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ସମର୍ଥ।

ପାକିସ୍ଥାନରେ ଦୁଇବର୍ଷ ତାଲିମ ପାଇବା ପରେ କାଶ୍ମୀରର ଜଣେ ଯୁବକ ଆତଙ୍କବାଦୀ ସଂଗଠନ ହୁଜିରେ ଯୋଗ ଦେଇଥିଲେ। ଅବିଶ୍ବାସ ମନେ ହେଲେ ମଧ୍ୟ ୨୦୦୧ ଡିସେମ୍ବର ମାସରେ ସେନା ବାହିନୀ ଦ୍ଵାରା ଅନନ୍ତନାଗ ଜିଲ୍ଲାରେ ଧରା ପଡ଼ିଥିବା ଏହି ଯୁବକ ଆଜି ସ୍ଥଳ ବାହିନୀରେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି।

ଏହି ବିଷୟ ବର୍ଣ୍ଣନା କରିଛନ୍ତି ସେନା ବାହିନୀର ଅବସରପ୍ରାପ୍ତ ଅଫିସର ମେଜର ଜେନେରାଲ ଜସପ।ଲ୍ ମୋର।

ରବିବାର ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ଟେଡ ଏକ୍ସ କାର୍ଯ୍ୟକ୍ରମରେ ଯୋଗ ଦେଇ ମେଜର ଜେନେରାଲ ମୋର ନିଜର ବ୍ୟକ୍ତିଗତ ଅଭିଜ୍ଞତାରୁ ଆତଙ୍କବାଦୀଙ୍କର ଏହି ପରିବର୍ତ୍ତନ ବିଷୟରେ ବର୍ଣ୍ଣନା କରିଥିଲେ।

କିସ୍ତୱାର ଅଞ୍ଚଳର ଏହି ଯୁବକ ସେନା ସହିତ ଏକ ମୁକାବିଲା ରେ ଗୋଡ଼ରେ ବୁଲେଟ ଆଘାତ ପାଇଥିଲେ। ପରେ ତାଙ୍କୁ ଏକ ଦୁର୍ଗମ ଅଞ୍ଚଳ ମଧ୍ୟଦେଇ ଅନ୍ୟ ମିଲିଟାଣ୍ଟ ମାନେ ଅନନ୍ତନାଗ କୁ ନେଇ ଆସିଥିଲେ।

ସେନା ବାହିନୀ ଦ୍ଵାରା ଧରାପଡ଼ିବା ପରେ ସେ ନିଶ୍ଚୟ ଭାବି ଥିବେ ଯେ ତାଙ୍କୁ ମାରି ଦିଆଯିବ। ଆତଙ୍କବାଦୀଙ୍କ ଧରାପଡ଼ିବା ବିଷୟ ସେନା ବିଭାଗ ଓ ପୋଲିସ କୁ ଜଣାଇ ଦିଆ ଯିବl ପରେ ତାଙ୍କୁ ପଚରା ଉଚରା ପାଇଁ ଶ୍ରୀନଗର କୁ ନିଆ ଯାଇଥିଲା। ମାତ୍ର ଅଳ୍ପ ଦିନ ପରେ ତାଙ୍କୁ ପୁଣି ଅନନ୍ତନାଗ ପଠାଇ ଦିଆଗଲା।

ମେଜର ଜେନେରାଲ ମୋର ସେତେବେଳେ ଅନନ୍ତନାଗରେ ରାଷ୍ଟ୍ରୀୟ ରାଇଫେଲ୍ସର କମ୍ପାନୀ କମାଣ୍ଡର ଭାବେ ଅବସ୍ଥାପିତ ହୋଇଥିଲେ।

“ମୁଁ ସେହି ଯୁବକଙ୍କ ଠାରୁ ତାଙ୍କ ଜୀବନ କାହାଣୀ ଶୁଣିବାକୁ ଚାହିଁଥିଲି ଓ ସେ ମଧ୍ୟ ସବୁ ବିଷୟ ମୋତେ ଜଣାଇଲେ। ଧିରେ ଧିରେ ଆମ ଦୁଇ ଜଣଙ୍କର ବନ୍ଧୁତ୍ୱ ବଢିଲା।”

ଆହତ ଆତଙ୍କବାଦୀଙ୍କ ଚିକିତ୍ସା କରାଯିବାରୁ ସେ କ୍ରମଶଃ ସୁସ୍ଥତା ଲାଭ କଲେ। ମାତ୍ର ତାଙ୍କ ପିତାମାତାଙ୍କ ନିମନ୍ତେ ସେ ଚିନ୍ତିତ ହେଉଥିଲେ କାରଣ ସେମାନେ ପୁଅ ନିଶ୍ଚିତଭାବେ ମୃତ୍ୟୁବରଣ କରିଛି ବୋଲି ଭାବିଥିଲେ।

ଅଫିସର ତାଙ୍କୁ ପିତାଙ୍କ ନିକଟକୁ ଚିଠି ଲେଖି ସେ ସେନା ବାହିନୀ ଦ୍ଵାରା ଧୃତ ହେବାପରେ ସୁରକ୍ଷିତ ଅଛନ୍ତି ବୋଲି ଜଣାଇବାକୁ କହିଲେ।
ଚିଠି ପାଇ ବାପା ପୁଅ କୁ ଦେଖିବା ପାଇଁ ଧାଇଁ ଆସିଲେ। ପିତା ପୁତ୍ରଙ୍କର ମିଳନ ଏକ ହୃଦୟସ୍ପର୍ଶି ଦୃଶ୍ୟ ଥିଲା ବୋଲି ମେଜର ଜେନେରାଲ ମୋର କହିଥିଲେ।

“ଦିନେ ଏହି ଯୁବକ ମୋତେ କହିଲେ ଯେ ଭାରତୀୟ ସେନା ବାହିନୀ ବିଷୟରେ ଆତଙ୍କବାଦୀ ଭାବେ ତାଲିମ ନେବା ବେଳେ ତାଙ୍କୁ ଯାହା କୁହାଯାଇଥିଲା ତାହା ସମ୍ପୂର୍ଣ୍ଣ ଭୁଲ ଥିଲା।”

ସୁଷ୍ଥତ। ପାଇବା ପରେ ତାଙ୍କୁ ଅ।ର୍ମି କ୍ୟାମ୍ପ ର ରୋଷେଇଘରେ କାର୍ଯ୍ୟ କରିବା ନିମନ୍ତେ କୁହାଗଲା। ପରବର୍ତ୍ତୀ କାଳରେ ସେ ସେନା ବାହିନୀରେ ଯୋଗ ଦେଇ ଏବେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି। ସେ ବିବାହ କରିଛନ୍ତି ଓ କିସ୍ତୱାର ରେ ଏକ ଘର ତିଆରି କରିଛନ୍ତି। ଅନ୍ୟ ମାନଙ୍କ ପ୍ରତି ମାନବିକ ଆଚରଣ କଲେ ଏହା ସେମାନଙ୍କ ଜୀବନ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇ ଥାଏ ବୋଲି ସେ କହିଛନ୍ତି l

ଏହି ଟେଡ୍ଏକ୍ସ କାର୍ଯ୍ୟକ୍ରମ କୁ ଶିକ୍ଷା ଓ ଅନୁସନ୍ଧାନ ର ଉପସଭାପତି ଶ୍ରୀମତୀ ଶାଶ୍ଵତୀ ଦାସ ଉଦଘାଟନ କରିଥିଲେ। ଏହା ପୂର୍ବରୁ ଶ୍ରୀମତୀ ଦାସ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା କୃଷି ମହାବିଦ୍ୟାଳୟରେ ଏକ ୫୦୦ ଆସନ ବିଶିଷ୍ଟ ଆଧୁନିକ ପ୍ରେକ୍ଷlଳୟ କୁ ମଧ୍ୟ ଉଦ୍ଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବଲିଉଡ୍ ଗୀତିକାର କୁମାର, ସଙ୍ଗୀତ ସଂଯୋଜକ ନିଲେଶ ଆହୁଜା, ରେଡିଓ ଜକି ରାଘବ, ଫିଲାନ୍ତ୍ରୋପିଷ୍ଟ ଅକ୍ଷିତ l ଏମ. ଭଞ୍ଜଦେଓ, ଇନଫ୍ଲୁଏନ୍ସର ଫର ଗ୍ଲୋବାଲ ଡେଭଲପମେଣ୍ଟ ଗୋଲ୍ସ କମାଲ ପ୍ରସାଦ ସେଠ୍ ଓ ପେନ୍ସିଲ ଫର ଚେଞ୍ଜ ର ପ୍ରତିଷ୍ଠାତା ପଟ୍ଟନାୟକ ଓମପ୍ରୀୟ ମହାନ୍ତି ମଧ୍ୟ ଯୋଗ ଦେଇଥିଲେ।

ଆତଙ୍କବାଦୀ ସେନା ଅଧିକାରୀ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026
Latest News

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.