ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କଲେ ଆଡମିରାଲ ଆର ହରି କୁମାର

Published: Nov 30, 2021, 11:44 am IST

ନୂଆଦିଲ୍ଲୀ: ଆଡମିରାଲ ଆର ହରି କୁମାର ଭାରତୀୟ ନୌସେନାର ନୂତନ ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଅବସରପ୍ରାପ୍ତ ନୌସେନା ମୁଖ୍ୟ ଆଡମିରାଲ କରାମବୀର ସିଂ ଭାରତୀୟ ନୌସେନାର କମାଣ୍ଡର ଆଡମିରାଲ ଆର ହରି କୁମାରଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି। ଉପ-ଆଡମିରାଲ ଆର ହରି କୁମାରଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ ଦେଇଥିଲା। ହରି କୁମାର ଏହାପୂର୍ବରୁ ନୌସେନାର ୱେଷ୍ଟର୍ଣ୍ଣ କମାନର କମାଣ୍ଡିଂ ଏବଂ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ।

ଦାୟିତ୍ଵ ଗ୍ରହଣ କରିବା ପରେ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ, ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ପାଇଁ ସେ ସଂପୂର୍ଣ୍ଣ ପ୍ରୟାସ କରିବେ। ନୋସେନାର ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଡମିରାଲ୍ ଆର ହରିକୁମାର ତାଙ୍କ ମାତା ବିଜୟ ଲକ୍ଷ୍ମୀଙ୍କ ପାଦ ଛୁଇଁଲେ ଏବଂ ଆଶୀର୍ବାଦ ଗ୍ରହଣ କଲେ।

Related posts