
ଦିଲ୍ଲୀ: ଆଜି ଦେଶରୁ ୯ ହଜାର ୨୧୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୯୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୧୫ ହଜାର ୭୫୭ ରେ ପହଞ୍ଚିଛି।
ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୦ ହଜାର ୧୧୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୦ ଲକ୍ଷ ୪୫ ହଜାର ୬୬୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୯ ହଜାର ୭୭୬ ଆକ୍ଟିଭ୍ କେସ୍ ରହିଛି।