Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୭ ବର୍ଷରେ ଟପ୍‌ଲେସ୍‌ ଅଭିନେତ୍ରୀରୁ ସାଧ୍ବୀ ମମତା କୁଲ୍‌କର୍ଣ୍ଣୀ
ଆଜିର ଖବର

୪୭ ବର୍ଷରେ ଟପ୍‌ଲେସ୍‌ ଅଭିନେତ୍ରୀରୁ ସାଧ୍ବୀ ମମତା କୁଲ୍‌କର୍ଣ୍ଣୀ

April 20, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ୍‌ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କ ଆଜି ୪୭ତମ ଜନ୍ମଦିବସ। ୧୯୭୨ ମସିହା ଏପ୍ରିଲ୍‌ ୨୦ ତାରିଖରେ ମୁମ୍ବାଇର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମମତା।  ୧୯୯୨ ମସିହାରେ ’ତ୍ରିରଙ୍ଗା’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଥାପିଥିଲେ ଏହି ସୁନ୍ଦରୀ ଲଳନା ଜଣକ। ୧୯୯୩ ମସିହାରେ ‘ଆଶିକ୍‌ ଆଓ୍ବାରା’ ଫିଲ୍ମରେ ଅଭିନୟ କରି ସେ ନବାଗତାର ଫିଲ୍ମଫେୟାର୍‌ ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ ସେ ‘ଓ୍ବକ୍ତ ହମାରା ହୈ’, ‘କ୍ରାନ୍ତିବୀର୍‌’, ‘କରନ୍‌ ଅର୍ଜୁନ୍‌’, ‘ସବ୍‌ସେ ବଡ଼ା ଖିଲାଡି’, ‘ବାଜି’, ପ୍ରମୁଖ ଫିଲ୍ମରେ ବେଶ୍‌ ଉଚ୍ଚକୋଟୀର ଅଭିନୟ କରିଛନ୍ତି। ଏତତ୍‌ବ୍ୟତୀତ ମମତା ଅନେକଗୁଡ଼ିଏ ଫିଲ୍ମରେ ଆଇଟମ୍‌ ଡ୍ୟାନ୍ସ ମଧ୍ୟ କରିଛନ୍ତି। ଶେଷଥର ପାଇଁ ମମତାଙ୍କୁ ୨୦୦୩ରେ ଆସିଥିବା ‘କଭି ତୁମ୍‌ କଭି ହମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ସେ ଷ୍ଟାର୍‌ଡଷ୍ଟ୍‌ ମ୍ୟାଗାଜିନ୍‌ ପାଇଁ ଟପ୍‌ଲେସ୍‌ ଫଟୋଶୁଟ୍‌ କରି ବେଶ୍‌ ଚର୍ଚ୍ଚାରେ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଅଶ୍ଲୀଳତାର ପ୍ରଚାର କରିବା ଅଭିଯୋଗ ମଧ୍ୟ ରହିଥିଲା। ଏତଦ୍‌ବ୍ୟତୀତ ଅଣ୍ଡରଓ୍ବାଲ୍ଡ  ସହିତ ତାଙ୍କ ସମ୍ପର୍କ ପାଇଁ ସେ ବହୁତ ବିବାଦୀୟ ହୋଇପଡ଼ିଥିଲେ। ଏଥିପାଇଁ ତାଙ୍କୁ ‘ଚାଇନା ଗେଟ୍‌ ’ ଫିଲ୍ମରୁ ମଧ୍ୟ ଆଉଟ୍‌ କରାଯାଇଥିଲା। ଶୁଣିବାକୁ ମିଳିଥିଲା ଯେ, ଅଣ୍ଡରଓ୍ବାଲ୍ଡ ଡନ୍‌ ଛୋଟା ରାଜନ୍‌ ଏହି ଫିଲ୍ମର ନିର୍ଦ୍ଦେଶକଙ୍କ ଉପରେ ଚାପ ପ୍ରୟୋଗ କରିବା ପରେ ମମତାଙ୍କୁ ପୁଣି ଥରେ ସେହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ମମତା ଡ୍ରଗ୍ସ ମାଫିଆ ବିକି ଗୋସ୍ବାମୀଙ୍କୁ ବିବାହ କରଥିଲେ। ସୂଚନା ମୁତାବକ ଦୁହେଁ ଜେଲ୍‌ରେ ବିବାହ କରିଥିଲେ। ତଥାପି ମମତାଙ୍କ ତାଙ୍କ ବିବାହକୁ ନେଇ ସବୁବେଳେ ଗୁଜବ ବୋଲି କହିଆସିଛନ୍ତି। ପରବର୍ତ୍ତୀ ସମୟରେ ମମତା ଏ ସମସ୍ତ ଦୁନିଆରୁ ସମ୍ପର୍କ ଛିଡାଇ ସାଧ୍ବୀ ହୋଇଯାଇଛନ୍ତି। ୨୦୧୩ ମସିହାରେ ସେ ତାଙ୍କ ଜୀବନୀ ପୁସ୍ତକ ‘ଅଟୋବାୟୋଗ୍ରାଫି ଅଫ୍‌ ଏନ୍‌ ଯୋଗିନୀ’ର ରିଲିଜ୍‌ କରିଥିଲେ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.