ବ୍ରହ୍ମପୁତ୍ର ନଦୀ ଉପରେ ବଡ ବନ୍ଧ ନିର୍ମାଣ କରୁଛି ଚୀନ୍: ଏଜିପି ସାଂସଦ ବିରେନ୍ଦ୍ର ପ୍ରସାଦ ବୈଶ୍ୟ

Published: Dec 9, 2021, 2:26 pm IST

ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ଦ୍ୱାରା ବୃହତ ବନ୍ଧ ନିର୍ମାଣ କରାଯାଉଛି। ଯାହାଫଳରେ ନଦୀରେ ଜଳ ପ୍ରବାହକୁ ବାଧା ଦେଇଛି ଏବଂ ବ୍ରହ୍ମପୁତ୍ର ଉପତ୍ୟକା ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି। ଆସାମ ଗଣ ପରିଷଦ (ଏଜିପି) ସଦସ୍ୟ ତଥା ବରିଷ୍ଠ ନେତା ବିରେନ୍ଦ୍ର ପ୍ରସାଦ ବୈଶ୍ୟ ଗୁରୁବାର ଦିନ ଶୂନ୍ୟ କାଳରେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଭାରତ ସରକାରଙ୍କୁ ତୁରନ୍ତ ଏହି ପ୍ରସଙ୍ଗରେ ଚୀନ୍ ସହ ଆଲୋଚନା କରିବାକୁ ଏବଂ ମେକୋଙ୍ଗ ନଦୀ ଜଳ ଚୁକ୍ତିନାମା ଅନୁଯାୟୀ ଏକ ଚୁକ୍ତିନାମା କରିବାକୁ ବୈଶ୍ୟ ଅନୁରୋଧ କରିଛନ୍ତି। ସେଠାରେ ଏକ ପ୍ରାଚୀନ ସଭ୍ୟତା ଅଛି। କିନ୍ତୁ ଏହାଦ୍ଵାରା ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ବ୍ରହ୍ମପୁତ୍ର ହେଉଛି ଆମର ଲାଇଫ୍ ଲାଇନ୍। ଆମେ ବ୍ରହ୍ମପୁତ୍ର ନଦୀରୁ ୫୦ ପ୍ରତିଶତରୁ ଅଧିକ ଜଳ ପାଇଥାଉ। ଚାଇନାରେ ବ୍ରହ୍ମପୁତ୍ର ନଦୀର ସ୍ରୋତ ରହିଛି। ଚୀନ୍ ଏହି ସ୍ରୋତ ମୁହଁରେ ବିଶାଳ ବନ୍ଧ ନିର୍ମାଣ କରି ଜଳକୁ ଅନ୍ୟ ପାର୍ଶ୍ୱକୁ ପଠାଉଛି।

Related posts