
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗ୍ରହଣ କରିଥିବା ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇବା ପରେ ଗୁରୁବାର ଦିନ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଏହାପୂର୍ବରୁ କୃଷକଙ୍କ ବିଚାରାଧୀନ ଦାବି ଉପରେ କୃଷି ସଚିବଙ୍କ ଦସ୍ତଖତରେ ସରକାର ଏକ ଚିଠି ପଠାଇଥିଲେ। ଏହା ପରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଏକ ବୈଠକ କରିଥିଲେ। ବୈଠକ ଶେଷ ହେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରାଯାଇଛି।
ଏହାପୂର୍ବରୁ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ପାଞ୍ଚ ଜଣିଆ କମିଟିର ସଦସ୍ୟ ଅଶୋକ ଧାୱଲେ କହିଛନ୍ତି ଯେ, ସରକାର ଗ୍ରହଣ କରିଥିବା ନୂତନ ଡ୍ରାଫ୍ଟ ଆଜି ବୈଠକରେ ଆଲୋଚନା ହେବ। ଏହା ପରେ ଆନ୍ଦୋଳନକୁ ଶେଷ କରିବା ପାଇଁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଦ୍ୱାରା ନିଷ୍ପତ୍ତି ନିଆଯିବ।