
ବରଗଡ: ବର୍ତ୍ତମାନ ଶଦ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ବାଇକ ବା ବୁଲେଟକୁ ଗୋଡାଇ ଗୋଡାଇ ଧରିବ ପୋଲିସ। ଏହିପରି ଏକ ବଡ ପଦକ୍ଷେପ ଗ୍ରହଣ କରିଛି ବରଗଡ ଜିଲ୍ଲା ପୋଲିସ। ସାଧାରଣତଃ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ କେତେକ ବ୍ୟକ୍ତି ସାଇଲେସନରକୁ ବାହାର କରି କିମ୍ବା ତାହାକୁ ମୋଡିଫାଏ କରିଥାନ୍ତି। ଫଳରେ ତାହା ରାସ୍ତାରେ ଗଲାବେଳେ ପ୍ରଚଣ୍ଡ ଶଦ୍ଦ ସୃଷ୍ଟି କରିଥାଏ। ଯାହା ଅନେକଙ୍କୁ ଅସୁବିଧାରେ ପକାଇଥାଏ।
ଏହାକୁ ଦୃଷ୍ଟିରେ ରଖି ଗତ ଦୁଇଦନ ଧରି ବରଗଡ ଜିଲ୍ଲା ପୋଲିସ ଏକ ଅଭିଯାନ ଆରମ୍ଭ କରିଛି। ଯେଉଁଥିରେ ଶଦ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ମୋଟରସାଇକେଲ ବା ବୁଲେଟକୁ ଗୋଡାଇ ଗୋଡାଇ ଧରିଥିଲା। ଫଳରେ ଦୁଇ ଦିନରେ ପୋଲିସ 15ଟି ବାଇକ ଜବତ କରିବା ସହିତ କେତେକଙ୍କୁ ଜରିମାନା ମଧ୍ୟ କରିଛି। (ଫଟୋ ସୌଜନ୍ୟ ବରଗଡ ପୋଲିସ)