Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୮ ଦଫା ଦାବିନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରିଲେ ଶତାଧିକ ଆଶାକର୍ମୀ
ଆଜିର ଖବର

୮ ଦଫା ଦାବିନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘେରିଲେ ଶତାଧିକ ଆଶାକର୍ମୀ

December 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଶତାଧିକ ଆଶାକର୍ମୀ ୮ ଦଫା ଦାବି ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଇଛନ୍ତି। ଓଡ଼ିଶା ଆଶକର୍ମୀ ଆସୋସିଏସନ, ସିଆଇଟିୟୁ ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁଙ୍କ ନେତୃତ୍ୱରେ ସିଟୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଗିରିଶ ମହାରଣା, ନୟାଗଡ଼ ଜିଲ୍ଲା ଆଶାକର୍ମୀ ସଭାନେତ୍ରୀ ସଂଯୁକ୍ତା ସେଠୀ, ଚିଲିକା ବ୍ଲକ ଆଶାକର୍ମୀ ସଭାନେତ୍ରୀ ମିନା ବେହେରା, ସମ୍ପାଦିକା ବିଳାସିନି ଦେଇଙ୍କ ସମେତ ଶତାଧିକ ଆଶାକର୍ମୀ ଏନେଇ ବାଲୁଗାଁ ଗାନ୍ଧୀଛକ ଠାରୁ ବିଶାଳ ପଦଯାତ୍ରାରେ ବାହାରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଇଛନ୍ତି। ଏହାସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ଅଣଦେଖା କରିବାନେଇ ଆଜି ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ଉକ୍ତ ଦାବିପତ୍ରରେ ଆଶାକର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ସହ ମାସିକ ୨୧ ହଜାର ଟଙ୍କା ଦରମା,ଏନଏଚଏମରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅଧିକ ଅନୁଦାନ ଦେବାସହ ସ୍ଥାୟୀକରଣ, ମାସିକ ପ୍ରୋତ୍ସାହନ ପରିବର୍ତ୍ତେ ନିୟମିତ ଦରମା, ମାସିକ ପାଉଣାର ସବିଶେଷ ତଥ୍ୟ ସହ ଠିକ ସମୟରେ ଦେୟ, ବକେୟା ଥିବା ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ଓ ଉନ୍ନତମାନର ତାଲିମ, ସମସ୍ତ ଆଶାକର୍ମୀଙ୍କୁ ସ୍ମାର୍ଟ ଫୋନ, କୋଭିଡ ସହାୟତା ବୃଦ୍ଧି ଏବଂ ଆଶାକର୍ମୀଙ୍କ ଉପରେ ମେଡିକାଲ କର୍ମଚାରୀଙ୍କ ଦାଦାଗିରି ବନ୍ଦ କରିବାନେଇ ଦାବି ଉଲ୍ଲେଖ ଅଛି। ଉକ୍ତ କାର୍ଯ୍ୟକ୍ରମକୁ ସଂଗଠନର ଚିଲିକାବ୍ଲକ ସଭାନେତ୍ରୀ ମିନା ବେହେରା, ସମ୍ପାଦିକା ବିଳାସିନୀ ପ୍ରମୁଖ ପରିଚାଳନା କରିଥିଲେ।

ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ଜାତୀୟ ବାଳ ପୁରସ୍କାରରେ ସମ୍ମାନିତ ହେଲେ ବୈଭବ ସୂର୍ଯ୍ୟବଂଶୀ: ନିଜେ ରାଷ୍ଟ୍ରପତି ଦେଲେ ପୁରସ୍କାର

December 26, 2025

ବାଂଲାଦେଶ ନିର୍ବାଚନ: ଏକାଠି ହେଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ ରାଜନୈତିକ ସମୀକରଣ

December 26, 2025

ବ୍ରାହ୍ମଣ ବିଧାୟକଙ୍କ ବୈଠକକୁ ନେଇ ବିଜେପି କ୍ଷୁବ୍ଧ: ନକାରାତ୍ମକ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ

December 26, 2025

ପୁଣି ଥରେ କଂଗ୍ରେସ ଦଳକୁ କଡା ଟାର୍ଗେଟ: “ନକଲି ଗାନ୍ଧୀ” କହି ଆକ୍ରମଣ କଲେ କୁମାର ବିଶ୍ୱାସ

December 26, 2025
Latest News

ଏନଆଇଏର ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ 

December 26, 2025

ପ୍ରଧାନମନ୍ତ୍ରୀ ଜାତୀୟ ବାଳ ପୁରସ୍କାରରେ ସମ୍ମାନିତ ହେଲେ ବୈଭବ ସୂର୍ଯ୍ୟବଂଶୀ: ନିଜେ ରାଷ୍ଟ୍ରପତି ଦେଲେ ପୁରସ୍କାର

December 26, 2025

ବାଂଲାଦେଶ ନିର୍ବାଚନ: ଏକାଠି ହେଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ ରାଜନୈତିକ ସମୀକରଣ

December 26, 2025

ବ୍ରାହ୍ମଣ ବିଧାୟକଙ୍କ ବୈଠକକୁ ନେଇ ବିଜେପି କ୍ଷୁବ୍ଧ: ନକାରାତ୍ମକ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ

December 26, 2025

ପୁଣି ଥରେ କଂଗ୍ରେସ ଦଳକୁ କଡା ଟାର୍ଗେଟ: “ନକଲି ଗାନ୍ଧୀ” କହି ଆକ୍ରମଣ କଲେ କୁମାର ବିଶ୍ୱାସ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.