ସୋଆ ଓ ଭାରତୀୟ ଜଳ ପରିଚାଳନା ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

Published: Dec 10, 2021, 7:25 pm IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତୀୟ ଜଳ ପରିଚାଳନା ସଂସ୍ଥା (ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ-ଆଇଆଇଡବ୍ଲୁଏମ୍‌) ଭୁବନେଶ୍ୱର ମଧ୍ୟରେ ଶୁକ୍ରବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ଅନୁଷ୍ଠାନ ମଧ୍ୟରେ ଜଳ ପରିଚାଳନା ନେଇ ଉଚ୍ଚତର ଗବେଷଣା ଓ ଶିକ୍ଷାର ଆଦାନ ପ୍ରଦାନ ନିମନ୍ତେ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ବି.ବି. ପ୍ରଧାନ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ପ୍ରଫେସର ଶିଶିର କାନ୍ତ ବେହେରା ଏବଂ ଆଇଆଇଡବ୍ଲୁଏମ୍‌, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଆତ୍ମାରାମ ମିଶ୍ର ଏବଂ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୁଶାନ୍ତ କୁମାର ଜେନା ଓ ଡକ୍ଟର ସଚିନ୍ କାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts