Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜେନ୍ଦ୍ର କୁମାର ରାଉଳ, ସୃଷ୍ଟିଶ୍ରୀ ନାଏକଙ୍କୁ ଟାଇମପାସ୍‍ ବୁକର ପୁରସ୍କାର
ଆଜିର ଖବର

ରାଜେନ୍ଦ୍ର କୁମାର ରାଉଳ, ସୃଷ୍ଟିଶ୍ରୀ ନାଏକଙ୍କୁ ଟାଇମପାସ୍‍ ବୁକର ପୁରସ୍କାର

December 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜେନ୍ଦ୍ର କୁମାର ରାଉଳ, ସୃଷ୍ଟିଶ୍ରୀ ନାଏକଙ୍କୁ ଟାଇମପାସ୍‍ ବୁକର ପୁରସ୍କାର

ଭୁବନେଶ୍ୱର : ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ସକାଶେ ‘ଟାଇମପାସ୍‍’ ପ୍ରକାଶନ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଉତ୍ସାହଜନକ ‘ଟାଇମପାସ୍‍ ବୁକର ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷିତ ହୋଇଛି । ୨୦୨୦ ମସିହା ପାଇଁ ରାଜେନ୍ଦ୍ର କୁମାର ରାଉଳଙ୍କ ଗଳ୍ପ ପାଣ୍ଡୁଲିପି ‘ଟେଲିଗ୍ରାମ୍‍’ ଓ ୨୦୨୧ ମସିହା ପାଇଁ ସୃଷ୍ଟିଶ୍ରୀ ନାଏକଙ୍କ ଗଳ୍ପ ପାଣ୍ଡୁଲିପି ‘ମତେ ଭୁଲିଯିବନାହିଁ’ ମନୋନୀତ ହୋଇଛି । ପାଣ୍ଡୁଲିପିଗୁଡ଼ିକୁ ପୁସ୍ତକ ଆକାରରେ ପ୍ରକାଶିତ କରାଯିବା ସହ ଲେଖକଦ୍ୱୟଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

ଏଥିସହିତ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ପଞ୍ଚାନନ ନାୟକଙ୍କ ‘ହୃଦୟ କିଛି କହିଲା’, ଚିତ୍ତରଞ୍ଜନ ନାୟକଙ୍କ ‘ଡାକୁଛ ବୋଲି ଜାଣେ’, ଶୁଭନାରାୟଣ ସ୍ୱାଇଁଙ୍କ ‘ବିଚିତ୍ର ବର୍ଣ୍ଣର ଆକାଶ’, ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ‘ଖଙ୍ଗାର’, ଲୋପାମୁଦ୍ରା ମିଶ୍ରଙ୍କ ‘ଗୋଲାପୀ ଜ୍ୟାକେଟ୍‍’ ଏବଂ ନିରୁପମା ବେହେରାଙ୍କ ‘ପାପୁଲିଏ ଜହ୍ନରାତି’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି ।

ବହି ସହ ଗଭୀର ସଂପୃକ୍ତି ପାଇଁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ଚଳିତ ବର୍ଷ ସାହିତ୍ୟ ସଂଗଠିକା, କବି ତଥା ପୁସ୍ତକପ୍ରେମୀ ମାନି ଦାଶଙ୍କୁ ପ୍ରଦାନ କରାଯାଉଛି।
ପ୍ରତିଯୋଗିତା ଭିତ୍ତିରେ ନୂଆ ପିଢ଼ିର ୩୦ଜଣ ଲେଖକଙ୍କୁ ‘ଉଦୟରାଗ’ ସମ୍ମାନ ଓ ୬ଜଣ ଲେଖକଙ୍କୁ ‘ପ୍ରଥମା’ ପୁରସ୍କାର ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।
ଆଗାମୀ ଡିସେମ୍ବର ୧୯ ତାରିଖରେ ଟାଇମପାସ ପକ୍ଷରୁ ଆୟୋଜିତ ‘ଉତ୍‍ସାହିତ୍ୟ’ ସାହିତ୍ୟ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ।

ଦିବସବ୍ୟାପି ଏହି କାର୍ଯ୍ୟକ୍ରମକୁ ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଏକକ ଅତିଥି ଭାବେ ଉଦ୍‍ଘାଟନ କରିବାକୁ ଥିବାବେଳେ ଉଦ୍‍ଯାପନୀ ସଂଧ୍ୟାରେ ପ୍ରସିଦ୍ଧ ହିନ୍ଦୀ ଲେଖକ ଧ୍ରୂବ ଶୁକ୍ଳା, ସୁଖ୍ୟାତ କଥାକାର ଗୌରହରି ଦାସ, କବି ତଥା ଭାଷା-ସାହିତ୍ୟ-ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଏବଂ ବିଖ୍ୟାତ ବ୍ୟଙ୍ଗକବି ଜ୍ଞାନ ହୋତା ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତଯୁଦ୍ଧ, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚୁଇଁ ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ପ୍ରଦର୍ଶନୀ ଆଦି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.