Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୃତ୍ୟୁସହ ସଂଗ୍ରାମ କରୁଛି ବାଣପୁରର ଛୋଟ ଝିଅ ହିଷିତା, ସହାୟତା ପାଇଁ ପିତାଙ୍କ ଅଶ୍ରୁଳ ନିବେଦନ
ଆଜିର ଖବର

ମୃତ୍ୟୁସହ ସଂଗ୍ରାମ କରୁଛି ବାଣପୁରର ଛୋଟ ଝିଅ ହିଷିତା, ସହାୟତା ପାଇଁ ପିତାଙ୍କ ଅଶ୍ରୁଳ ନିବେଦନ

December 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କୋମଳମତି ଝିଅ ବୟସ ହେବ ୧୧। ଆଖିରେ ଆଖିଏ ସ୍ବପ୍ନ। ବଡ଼ହେଲେ ଡାକ୍ତର ହେବି। ଗରିବଙ୍କ ସେବା କରିବି। କିନ୍ତୁ ଝିଅଟି ଉପରେ ଦାଉ ସାଧିଲା ଦଇବ। ଅଧାରୁ ପାଠ ପଢା ଛାଡିବାକୁ ପଡ଼ିଲା। କାରଣ ଝିଅଟିର ଉଭୟ କିଡ଼ନୀ ନଷ୍ଟ ହୋଇଯାଇଛି। ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର। ଅତି ଗରିବ ପରିବାରର ଝିଅ ହୋଇଥିବାରୁ ଚିକିତ୍ସା ପାଇଁ ଝିଅଟିର ପିତାଙ୍କ ପାଖେ ଲକ୍ଷେ କଣ ୧୦ ହଜାର ଟଙ୍କା ଖର୍ଚ୍ଚ କରିବା ସମ୍ଭବ ନୁହେଁ। ପିତାଙ୍କ ପରିସ୍ଥିତି ଏପରି ଯେ, ଖାଇବା ପାଇଁ ପାଖରେ ପଇସା ନଥିବାରୁ ବାଧ୍ୟହୋଇ ଘର ଛାଡି ସୁଦୂର କୋଲକାତାରେ ଏକ ଘରୋଇ ହୋଟେଲରେ କ୍ଲିନର ଭାବେ କାମ କରନ୍ତି। ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କୁଲେଇ ପଞ୍ଚାୟତ ଅନ୍ତର୍ଗତ ବିଂଝଳା ଗ୍ରାମର ଛୋଟ ଝିଅ ହିଷିତା ନାୟକଙ୍କ କଥା।

ବୟସ ହେବ ମାତ୍ର ଏଗାର। ବାପା ମଦନ ନାୟକ କୋଲକାତାରେ ମୂଲ ଲାଗନ୍ତି। ପରିବାର ବୋଲେ ଗୋଟେ ଛୋଟ ଭାଇ, ମା’ ଏବଂ ବାପା। ତେବେ ୨୦୧୫ରେ ହିଷିତା ବିଂଝଳା ଗ୍ରାମରେ ରହୁଥୁବାବେଳେ ହଠାତ ତାଙ୍କ ଦେହ ଫୁଲିବାକୁ ଲାଗିଲା। ଚିକିତ୍ସା କରାଇବାରୁ ଜଣା ପଡ଼ିଲା ଯେ, ଝିଅର ଗୋଟେ କିଡ଼ନୀ ନଷ୍ଟ ହୋଇଯାଇଛି। ପଞ୍ଚମ ଶ୍ରେଣୀରୁ ପାଠ ଛାଡିବାକୁ ପଡ଼ିଲା ହିଷୀତାଙ୍କୁ। ଘରେ ରହି ସେବେଠାରୁ ଔଷଧ ଖାଇ ଚିକିତ୍ସିତ ହୋଇ ଆସୁଛନ୍ତି।

ତେବେ ଏକ ମାସ ତଳେ ହିଷୀତାଙ୍କ ଦେହ ପୁଣି ଗୁରୁତର ହେବାରୁ କୋଲକାତାରେ ଟେଷ୍ଟ କରିବାରୁ ଜଣାପଡ଼ିଲା ତାଙ୍କର ଦ୍ଵିତୀୟ କିଡ଼ନୀ ମଧ୍ୟ ନଷ୍ଟ ହୋଇଯାଇଛି। ଏହା ଜାଣି ବାପା ମା’ ଙ୍କ ମୁଣ୍ଡରେ ଚଡକ ପଡିଯାଇଛି। କିପରି ପିଲାଟିକୁ ବଞ୍ଚାଇବେ କିଛି ବୁଦ୍ଧି ବାଟ ଦିଶୁନାହିଁ।  ଡାକ୍ତର କହୁଛନ୍ତି ଯଥାଶୀଘ୍ର ୧୫ ଦିନ ମଧ୍ୟରେ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ।  ଯାହାଦ୍ୱାରା ଗୋଟାଏ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ହୋଇପାରିବ ଏବଂ ଝିଅଟି ବଞ୍ଚିପାରିବ।

ଏବେ ଝିଅଟିର ଡ଼ାଇଲିସିସ ଚାଲିଥିବା ବେଳେ ବାପା ମଦନଙ୍କ ପାଖେ ସେହି ପରିମାଣରେ ଅର୍ଥ ନାଇଁ। ଜଣେ କୋଲକାତାରେ ଦିନ ମଜୁରିଆ ଭାବେ କାମ କରି ମାସକୁ ଅତି ବେଶୀରେ ୧୫ ହଜାର କମାଉଥିବା ବାପାଟି ଝିଅ ପାଇଁ ୧୫ ଲକ୍ଷ କୁଆଡୁ ଆଣିବ କହି ପାଗଳଙ୍କ ପରି କାନ୍ଦୁଥୁବାର ଦେଖାଯାଇଛି। କୋହ ବିକଳରେ ସୁଦୂର କୋଲକାତାରୁ ଗଣମାଧ୍ୟମ ଜରିଆରେ ସେ ତାଙ୍କ ଝିଅଙ୍କୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି। ଏଥି ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଚିଲିକା ବିଧାୟକ ଏବଂ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି ବାପା ମଦନ।

ଝିଅଟି ବର୍ତ୍ତମାନ କୋଲକାତା ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଚାଇଲଡ ହେଲଥ ନାମକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତିବିଶେଷ ଛୋଟ ଝିଅଟିର ଜୀବନ ବଞ୍ଚାଇବା ପାଇଁ ଆର୍ଥିକ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ପିତା ମଦନ ନାୟକଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ ପେ ନମ୍ବରରେ ଅର୍ଥ ପଠାଇବାକୁ ମଦନ ଅଶ୍ରୁଳ ନିବେଦନ କରିଛନ୍ତି। ସେଥିପାଇଁ ମୋବାଇଲ ନମ୍ବର ୯୯୦୩୩୮୩୭୫୩ ରେ ଯୋଗାଯୋଗ କରି କିଛି ଆର୍ଥିକ ସାହାଯ୍ୟ କଲେ ପିଲାଟିର ଜୀବନ ବଞ୍ଚିପାରନ୍ତା।

ତେବେ ନିମ୍ନଲିଖିତ ବ୍ୟାଙ୍କ ବିବରଣୀ ମାଧ୍ୟମରେ ଆପଣମାନେ ମଧ୍ୟ କୁନି ଝିଅଟିକୁ ଆର୍ଥିକ ସାହାଯ୍ୟ କରିପାରିବେ।

ବ୍ୟାଙ୍କ- ଇଣ୍ଡିଆନ ବ୍ୟାଙ୍କ
ଆକାଉଣ୍ଟ ହୋଲଡ଼ର ନାମ- ମଦନ ନାୟକ
ଶାଖା- ଟଲିଗଞ୍ଜ, କୋଲକାତା
ଆକାଉଣ୍ଟ ନମ୍ବର- ୪୪୮୭୫୪୩୦୨
ଆଈଏଫଏସସି କୋଡ଼- ଆଇଡିଆଇବି୦୦୦ଟି୦୫୧ (IDIB000T051)
ଫୋନ ପେ ନମ୍ବର- ୯୯୦୩୩୮୩୭୫୩
ଯୋଗାଯୋଗ ନମ୍ବର- ୯୯୦୩୩୮୩୭୫୩

(ଉପର ଲିଖିତ ନମ୍ବରରେ ଯୋଗାଯୋଗ କରି ପ୍ରଥମେ ନିଶ୍ଚିତ କରନ୍ତୁ, ତାପରେ ସହଯୋଗ କରନ୍ତୁ)

Share. Facebook Twitter LinkedIn Email WhatsApp Copy Link

Related Posts

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025
Latest News

ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ

September 7, 2025

ପୁଣି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଭାପତି ମନମୋହନ ସାମଲ, କାରଣ କଣ?

September 7, 2025

ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ରାଜନୈତିକ ମହଲରେ ହଲଚଲ

September 7, 2025

କେନ୍ଦୁଝର ଜିଲ୍ଲାରେ ଶୂନ୍ୟ ଦୁର୍ଘଟଣା ଦିବସ ଅଭିଯାନ

September 7, 2025

ନୂତନ ଜିଏସଟି ହାର ଚାଷୀମାନଙ୍କ ପାଇଁ ଏକ ବରଦାନ: କେନ୍ଦ୍ର କୃଷି ମନ୍ତ୍ରୀ

September 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.