Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ପାଇଁ ଭାରତ ଏବଂ ଭିଏତନାମ ମଧ୍ୟରେ ବୁଝାମଣା
ଆଜିର ଖବର

ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ପାଇଁ ଭାରତ ଏବଂ ଭିଏତନାମ ମଧ୍ୟରେ ବୁଝାମଣା

December 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭିଏତନାମ ସରକାରଙ୍କ ସୂଚନା ଏବଂ ଯୋଗାଯୋଗ ମନ୍ତ୍ରୀ ନୁଏନ ମନ୍ ହଙ୍ଗଙ୍କ ସହ ଏକ ବୁଝାମଣା ପତ୍ର (ଲେଟର ଅଫ ଇଣ୍ଟେଣ୍ଟ (ଏଲ୍‌ଓଆଇ)) ରେ ସ୍ୱାକ୍ଷର କରିଛନ୍ତି।

ଡିଜିଟାଲ୍ ମିଡିଆ ଏବଂ ସୋସିଆଲ୍ ନେଟୱାର୍କ କ୍ଷେତ୍ରରେ ନୀତି ଓ  ନିୟାମକ ପ୍ରତିଷ୍ଠା ଏବଂ ଦୁଇ ଦେଶର ଗଣ ଯୋଗାଯୋଗ କ୍ଷେତ୍ରର ପେଶାଦାର ଓ ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ ଓ  ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ତଥା ସୂଚନା ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରିବାରେ  ଏହି ବୁଝାମଣା ସହାୟକ ହେବ।

ଭାରତ ଏବଂ ଭିଏତନାମ ମଧ୍ୟରେ ଥିବା ସମ୍ପର୍କର ଉଷ୍ମତା ଶ୍ରୀ ଠାକୁରଙ୍କ ବାସଭବନରେ ଦୁଇ ମାନ୍ୟବର ମନ୍ତ୍ରୀଙ୍କ ମଧ୍ୟରେ ଆନ୍ତରିକ ଆଲୋଚନା ସମୟରେ ପ୍ରତିଫଳିତ ହୋଇଥିଲା। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଭିଏତନାମ ମଧ୍ୟରେ ଗଭୀର ସମ୍ପର୍କକୁ ଅଧିକ ସୁଦୃଢ଼ କରାଯାଇଛି ଏବଂ ନିକଟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଏତନାମ ଗସ୍ତରେ ଯାଇଛନ୍ତି। ଆଜିର ଏହି ବୈଠକରେ ନୂତନ ଜ୍ଞାନକୌଶଳ ଏବଂ ଆହ୍ୱାନ, ଯେପରିକି ଇନଫୋଡେମିକ୍, ଯାହା ସମସ୍ତ ଦେଶ କୋଭିଡ-୧୯ ମହାମାରୀ ସମୟରେ ମୁକାବିଲା କରୁଛନ୍ତି ସେ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ନୂଆ ଢାଞ୍ଚା ଦେବ। ଶ୍ରୀ ଠାକୁର ତାଙ୍କର ଭିଏତନାମ ପ୍ରତିପକ୍ଷଙ୍କୁ ଫେବୃଅ।ରୀ ୨୦୨୧ ପରଠାରୁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ମିଡିଆ ଏଥିକ୍ସ କୋଡ୍‌ ବିଷୟରେ ସୂଚନା ଦେଇଛନ୍ତି।

ଶ୍ରୀ ଠାକୁରଙ୍କୁ ଶ୍ରୀ ହଙ୍ଗ ଭିଏତନାମ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ସଫଳତାର କାହାଣୀ ପ୍ରସାର କରିବା ଓ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦୁଇ ରାଷ୍ଟ୍ରର ସାମାଜିକ-ଅର୍ଥନୈତିକ ବିକାଶ ବିଷୟରେ ସୂଚନା ପାଇବାକୁ ଉଭୟ ଦେଶର ସାମ୍ବାଦିକଙ୍କୁ ସକ୍ଷମ କରିବା ବିଷୟରେ ଆଲୋଚନା କରିଥିଲେ।

ଏହି ବୈଠକରେ ପ୍ରସାର ଭାରତୀ ସିଇଓ ଶଶି ଶେଖର ଭେମ୍ପତି; ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟନାଗର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟଙ୍କ ସମେତ ଭାରତ ଏବଂ ଭିଏତନାମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଚଳିତ ବର୍ଷ ଭାରତ ଏବଂ ଭିଏତନାମ ମଧ୍ୟରେ ପାଞ୍ଚବର୍ଷର “ବିସ୍ତୃତ ରଣନୀତିକ ଭାଗିଦାରୀ’ ସମାପ୍ତ ହୋଇଛି ଏବଂ ୨୦୨୨ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ପଚାଶ ବର୍ଷ ପୂରଣ ହେବ।

ଡିଜିଟାଲ୍ ମିଡିଆ ଭାରତ ଭିଏତନାମ
Share. Facebook Twitter LinkedIn Email WhatsApp Copy Link

Related Posts

ଢେଙ୍କାନାଳରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ କଂପ୍ଲେକ୍ସ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଅନୁମୋଦନ

February 1, 2026

ଓଏଚପିସି ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ପରିତ୍ୟକ୍ତ ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

February 1, 2026

ଆଜି ଫେବୃୟାରୀ ୧ ରବିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026
Latest News

ଢେଙ୍କାନାଳରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ କଂପ୍ଲେକ୍ସ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଅନୁମୋଦନ

February 1, 2026

ଓଏଚପିସି ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

February 1, 2026

ପରିତ୍ୟକ୍ତ ନାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

February 1, 2026

ଆଜି ଫେବୃୟାରୀ ୧ ରବିବାରରେ କେତେକ ରାଶିର ଭାଗ୍ୟ ଚମକିବ, ବିଶ୍ବାସ କରିପାରିବେ ନାହିଁ

February 1, 2026

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.