Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଦ୍ୱାରା ଆୟୋଜିତ ଜାତୀୟ ମହିଳା ଓ ଶିଶୁ ଅଧିକାର ଉପରେ ମହା ସମ୍ମିଳନୀ
ଆଜିର ଖବର

ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଦ୍ୱାରା ଆୟୋଜିତ ଜାତୀୟ ମହିଳା ଓ ଶିଶୁ ଅଧିକାର ଉପରେ ମହା ସମ୍ମିଳନୀ

December 18, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଜାତୀୟ ମହିଳା ଓ ଶିଶୁ ଅଧିକାର ସମାବେଶ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଥମଥର ପାଇଁ ଜଣେ ୫ବର୍ଷର ଶିଶୁ ସମନ୍ଧିତା ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ନିଜର ଓଜସ୍ୱିନୀ ଭାଷଣରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିଭୂତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭର୍ଚୁଆଲ ମୋଡ଼ରେ ମହିଳାମାନଙ୍କ ସ୍ୱାଧୀନତା ଓ ମୌଳିକ ଅଧିକାର ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସମାବେଶ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା।

ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମର ଅଧ୍ୟକ୍ଷା ମମତା ସମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଡଃ ଉର୍ମିବାଳା ଦାସ କହିଲେ ଯେ, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭୂମିକା, କର୍ତ୍ତବ୍ୟ ଓ ଆତ୍ମନିର୍ଭରଶୀଳତା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ବବରଣୀ ପ୍ରଦାନ କରିଥିଲେ ଏବଂ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ନିର୍ଦ୍ଦିଷ୍ଟ ରାଜନୈତିକ ଦଳମାନଙ୍କର ହାତବାରିଶ ହେବା ଦ୍ୱାରା ରାଜ୍ୟରେ ମହିଳାଙ୍କ ପ୍ରଗତିରେ ମହାସଙ୍କଟ ଦେଖାଦେଇଛି। ଏଥିରୁ ମହିଳାମାନେ ନିଜକୁ ଦୂରେଇ ନ ରଖିଲେ, ଭବିଷ୍ୟତରେ ରାଜ୍ୟରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବତନ ସୂଚନା କମିଶନର ଶଶୀପ୍ରଭା ବିନ୍ଧାଣୀ କହିଲେ ଯେ, ସୂଚନା ଅଧିକାର ଆଇନକୁ ମହିଳାମାନେ ବହୁଳ ପରିମାଣରେ ବ୍ୟବହାର କରିଲେ ରାଜ୍ୟରେ ଦେଖା ଦେଉଥିବା ମହିଳାମାନଙ୍କ ଉପରେ ବଢୁଥିବା ଦୁର୍ନୀତି, ହିଂସା ଓ ନିଯ୍ୟାତନା ଲୋପ ପାଇପାରିବ। ବରିଷ୍ଠ ଆଇନ୍‌ଜୀବୀ ସୁଜାତା ଜେନା, ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିରୁ ନିଜକୁ ଦୂରେଇ ରଖିବାକୁ ସେ ମହିଳାମାନଙ୍କୁ ଆହ୍ୱାନ କରିଥିଲେ ଏବଂ ଆରୋପ ଜନିତ ଅପରାଧ ଓ ମହିଳାଙ୍କ ଆଇନଗତ ଅଧିକାର ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ଡଃ ବାସୁଦେବ ସୁନାନୀ, ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତିରେ ମହିଳା ଓ ଶିଶୁକନ୍ୟାମାନଙ୍କ ଉପରେ ବଢୁଥିବା ହିଂସା ଓ ନିର୍ଯ୍ୟାତନାକୁ ରୋକିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ। ଯେପରିଜି ଜଣେ ମହିଳା ପରବର୍ତ୍ତୀ ସମୟରେ ନିଜର ମୌଳିକ ଅଧିକାର ହାସଲ କରିବାକୁ ସମର୍ଥ ହୋଇପାରିବ।

ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶରେ ପବ୍ଲିକ ଆଡ଼ମିନଷ୍ଟ୍ରେସନ, ଉତ୍କଳ ୟୁନିଭରସିଟିର ପୂର୍ବତନ ନିର୍ଦ୍ଦେଶିକା ଡଃ ସ୍ୱର୍ଣ୍ଣଲତା ତ୍ରିପାଠୀ ଯୋଗଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କର ସ୍ଥିତି ଏବଂ ରାଜନୈତିକ ଅଧିକାର ଉପରେ ଆଲୋକପାତ କରିଥିଲେ। ଏହା ବିଶେଷଭାବେ ଜଣାକଥା ଯେ, ଆମ ଦେଶ ଓ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଉପଯୁକ୍ତ ସ୍ତରର ନୁହେଁ। ସେମାନଙ୍କର ଅବହେଳା, ପ୍ରବଞ୍ଚନା, ପୀଡ଼ନର ସମ୍ବାଦ ବହୁ ସମୟରେ ଆସୁଛି। ଶାସନ ପ୍ରଶାସନ ତଥା ନାଗରିକ ସମାଜ ଏ ଦିଗରେ ଅଧିକ ସମ୍ବେଦନଶୀଳ ଓ କ୍ର୍ରିୟାଶୀଳ ହେବାର ଆବଶ୍ୟକତା ଆମେ ସମସ୍ତେ ଅନୁଭବ କରୁଥାଏଁ। ଅନ୍ୟପକ୍ଷରେ ମହିଳାମାନେ ଯାବତୀୟ ଅଧିକ ସଂଗଠିତ ହୋଇ ସମୂହଶକ୍ତି, ଦାବୀ ଉପସ୍ଥାପନ, ନୀତିଗତ ଓକିଲାତି ଓ କାର୍ଯ୍ୟକୌଶଳଗତ ମୂଲଚାଲ ଜରିଆରେ ହକ୍ ହାସଲର ଉଦ୍ୟମ କରିବା ମଧ୍ୟ ଦରକାର। ଏହା ପୁଣି ନିରନ୍ତରଭାବେ ହେବା ଆବଶ୍ୟକ। ପ୍ରମୁଖ ବିଦ୍ୟାପୀଠ/ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ବୁଦ୍ଧିଜୀବୀ, ଗଣମାଧ୍ୟମଙ୍କର ମଧ୍ୟ ଏ ଦିଗରେ ସମର୍ଥନ ଓ ସହଯୋଗ ଜରୁରୀ। କାରଣ ଏହା ମହିଳା ସପକ୍ଷ କାର୍ଯ୍ୟ ମାତ୍ର ନୁହେଁ, ଏହା ଏକ ବୃହତ୍ତର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ। ଆତ୍ମ ପରିଚୟରେ କହିବୁ ଯେ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଏକ ରାଜ୍ୟସ୍ତରୀୟ ମହିଳା ମଞ୍ଚ ଯାହା ପ୍ରଧାନତଃ ମହିଳା ଓ ଶିଶୁ ଅଧିକାର ସାବ୍ୟସ୍ତ କରିବା ପାଇଁ କାର୍ଯ୍ୟ କରିଥାଏ। ଏହି ସଂଗଠନ କୌଣସି ପ୍ରକାର ପ୍ରୋଜେକ୍ଟ ବେସ କିମ୍ବା ଆର୍ଥିକ ଅନୁଦାନ ଉପରେ କାମ କରେନାହିଁ। କେବଳ ଅଧିକାର ରାଇଟ ବେସ୍‌ରେ ସେବା ଯୋଗ୍ୟ ଆମ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କ୍ରିୟାଶୀଳ ମହିଳା ସ୍ୱୟଂ ସହାୟକ ଦଳ, ମହିଳା ଓ ଶିଶୁ ଅଧିକାର କର୍ମୀ, ଅଗ୍ରଣୀ ମହିଳା ଉଦ୍ୟୋଗୀ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନଙ୍କ ସଭ୍ୟପଦ ଓ ସହଯୋଗ ଥାଇ ଏକ ବୃହତ ମଞ୍ଚ ହେଉଛି ଷ୍ଟେଟ ପ୍ରୋଗ୍ରେସିଭ ୱମେନ୍ସ ଫୋରମ।

ଆମେ ଜାଣୁ ଯେ ସରକାରୀ ବେସରକାରୀ ନିର୍ବିଶେଷରେ ବବିଧସ୍ତରରେ କିଛି ସମାଧାନ ନହେଲେ ମଧ୍ୟ ବିଭିନ୍ନ ସମୟରେ ମହିଳା ସମସ୍ୟା ସାମ୍ନାକୁ ଆସୁଛି। ବ୍ୟକ୍ତିଗତ ଭାବରେ ବିଚାରାଳୟରେ ଏବଂ ପ୍ରଶାସନିକସ୍ତରରେ କିଛି ପ୍ରତିକାରମୂଳକ ପ୍ରକ୍ରିୟା ଚାଲିଥିଲେ ମଧ୍ୟ, ତାହା ସମାଧାନର ବାଟ ବାହାରିପାରୁନି। ନ୍ୟାୟ ଅଧିକାରରୁ ବଞ୍ôଚତ ଏପରିକି ନିର୍ଯ୍ୟାତିତ ଅବସ୍ଥାରେ ବହୁମହିଳା ଅଛନ୍ତି। ପୁଣି କନ୍ୟାଭ୍ରୁଣ ଠାରୁ ଆରମ୍ଭ କରି ଜନ୍ମ ସୁରକ୍ଷା ଓ ପାଳନ, ଶିକ୍ଷା ଓ ଦକ୍ଷତା ବିକାଶ ସର୍ବୋପରି ସାମାଜିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପ୍ରତ୍ୟେକ ମହିଳା ମାନଙ୍କର ମୌଳିକ ଅଧିକାର ଯାହାର ବାସ୍ତବ ରୂପାୟନ ନିଶ୍ଚିତ ଏକ ରାଷ୍ଟ୍ରୀୟଦାୟ। ଏଥିରେ ସମ୍ବିଧାନ, ସରକାର, ଶିକ୍ଷିତବର୍ଗ, ବୃହତ୍ତର ସମାଜ ଏବଂ ଏହା ଅର୍ନ୍ତଗତ ସମସ୍ତ ସଂଗଠନ, ସମସ୍ତ ଅଂଶୀଦାର ବା ଷ୍ଟକ ହୋଲଡ଼ର। ଏହି ଦିଗରେ କିଛି ପ୍ରକ୍ରିୟା ଉଦ୍ୟମରେ ଆମେ ଭାଗିଦାର ହେବାର ଆବଶ୍ୟକତା ରହଛି। ଶେଷରେ ନିରୂପମା ରଥ ଶିଶୁମାନଙ୍କ ଉପରେ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ତାଇୱାନ ନିକଟରେ ୩୪ଟି ଲଢ଼ୁଆ ବିମାନ ଏବଂ ୧୧ଟି ଯୁଦ୍ଧଜାହାଜ ମୁତୟନ: ଆକ୍ରମଣ କରିବ କି ଚୀନ୍?

January 16, 2026

କେବେ ନିର୍ବାଚିତ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?: ପ୍ରକାଶ ପାଇଲା ତାରିଖ, ବିଜ୍ଞପ୍ତି ଜାରି

January 16, 2026

ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

January 16, 2026

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026
Latest News

ତାଇୱାନ ନିକଟରେ ୩୪ଟି ଲଢ଼ୁଆ ବିମାନ ଏବଂ ୧୧ଟି ଯୁଦ୍ଧଜାହାଜ ମୁତୟନ: ଆକ୍ରମଣ କରିବ କି ଚୀନ୍?

January 16, 2026

କେବେ ନିର୍ବାଚିତ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ?: ପ୍ରକାଶ ପାଇଲା ତାରିଖ, ବିଜ୍ଞପ୍ତି ଜାରି

January 16, 2026

ପୁଞ୍ଚ ଏବଂ ସାମ୍ବାରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ସୁରକ୍ଷା ବାହିନୀ

January 16, 2026

ପଠାଣି ସାମନ୍ତ ପ୍ଲାନେଟାରିୟମର ହେବ ଉନ୍ନତିକରଣ, ବୁଝାମଣା ପତ୍ର ସ୍ବାକ୍ଷରିତ

January 16, 2026

Sisira Sarasa in Bhubaneswar: କିଣାକିଣି କରିବାରେ ଲୋକଙ୍କ ବଢୁଛି ଆଗ୍ରହ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.