Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମସ୍ତ ଘରୋଇ ସ୍କୁଲ୍ ପରିଚାଳନା ଓ ଫି ନିର୍ଦ୍ଧାରଣ ନିମନ୍ତେ ଦୃଢ ନିୟନ୍ତ୍ରଣ ଆଇନ୍ କର: ଆଇପା
ଆଜିର ଖବର

ସମସ୍ତ ଘରୋଇ ସ୍କୁଲ୍ ପରିଚାଳନା ଓ ଫି ନିର୍ଦ୍ଧାରଣ ନିମନ୍ତେ ଦୃଢ ନିୟନ୍ତ୍ରଣ ଆଇନ୍ କର: ଆଇପା

December 22, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ସର୍ବଭାରତୀୟ ଅଭିଭାବକ ସଂଘ (ଆଇପା) ତରଫରୁ ଡ. ଅମୀୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷାବିତ୍‌, ଶିକ୍ଷକ ସଂଘ, ଅଭିଭାବକ ଓ ଶିକ୍ଷା ଅଧିକାରର କର୍ମୀମାନଙ୍କର ଏକ ମିଳିତ ରାଜ୍ୟସ୍ତରୀୟ ବୈଠକରେ ଆଇପା ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ରାଜ୍ୟରେ ଘରୋଇ ବିଦ୍ୟାଳୟ ପରିଚାଳନା ଓ ଫି ନିର୍ଦ୍ଧାରଣ ଆଇନ୍‌’ ଏକ ପ୍ରସ୍ତାବିତ ଖସଡ଼ାକୁ ରାଜ୍ୟ ସଭାପତି ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଯୋଗ ଦେଇଥିବା ବିଭିନ୍ନ ରାଜନେତା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ସାମଲ, ସୁରେଶ ଚନ୍ଦ୍ର ରାଉତରାୟ, ସିି.ପି.ଆଇ.ଏମ୍‌. ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଜେଡ଼ି ବିଧାୟକ ରୋହିତ ପୂଜାରୀ, ପ୍ରଶାନ୍ତ ବେହେରା, ବିଶ୍ୱବ୍ରତ ରାଉତରାୟ, ବରିଷ୍ଠ ସି.ପି.ଆଇ(ଏମ୍‌) ନେତା ସନ୍ତୋଷ ଦାସ, ପୂର୍ବତନ ବିଧାୟକ ତଥା ସି.ପି.ଆଇ ନେତା ନାରାୟଣ ରେଡ଼ି, ପୂର୍ବତନ ବିଧାୟକ ତଥା ସି.ପି.ଆଇ (ଏମ୍‌.ଏଲ) ନେତା ରାଧାକାନ୍ତ ସେଠି, ଫରୱାର୍ଡ଼ ବ୍ଲକ ନେତା ଜ୍ୟୋତିରଞ୍ଜନ ମହାପାତ୍ର, ବରିଷ୍ଠ ଶିକ୍ଷକ ନେତା ପ୍ରଧ୍ୟାପକ ସୁରେନ୍ଦ୍ର ଜେନା, ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ମହାନ୍ତି, ବିରଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଡ଼ାଏଲଗର ଆବାହକ ଡ. ରାଜେଶ ମହାପାତ୍ର, ସିଟିଜେନ୍ସ ଫୋରମର ରାଜ୍ୟ ସଭାପତି ଡ. ମଧୁସୂଦନ ମିଶ୍ର, ଅକ୍ସଫାମର ରାଜ୍ୟ ମୁଖ୍ୟ ଅକ୍ଷୟ କୁମାର, ଶିକ୍ଷା ଅଧିକାର ଫୋରମର ଆବାହକ ଅନିଲ ପ୍ରଧାନ, ପପାଫର ରାଜ୍ୟ ସଭାପତି ଗଗନ ବିହାରୀ ରାଉତ ପ୍ରଭୃତ ବରିଷ୍ଠ ବ୍ୟକ୍ତିବିଶେଷ ଯୋଗଦେଇ ରାଜ୍ୟ ସରକାର ତୁରନ୍ତ ‘ଘରୋଇ ବିଦ୍ୟାଳୟ ପରିଚାଳନା ଏବଂ ଫି ନର୍ଦ୍ଧାରଣ ଆଇନ’ ଆଣନ୍ତୁ ଏବଂ ଘରୋଇ ସ୍କୁଲ୍ ଗୁଡ଼ିକୁ ଆଇନର ପରିସରଭୁକ୍ତ କରନ୍ତୁ। ରାଜନୈତିକ ଦଳ ତରଫରୁ ଏହି ଦାବିକୁ ଉପସ୍ଥାପନ କରିବା ପାଇଁ ଉପସ୍ଥିତ ରାଜନେତାମାନେ ପ୍ରତିଶ୍ରୁତି ଦେଇଥିଲେ।

ରାଜ୍ୟ ତମାମ ଖୋଲି ଯାଇଥିବା ହଜାର ହଜାର ଇଂରାଜୀ ମାଧ୍ୟମ ସ୍କୁଲ୍ ଓ ର୍ଧାମିକ ଅନୁଷ୍ଠାନର ଓଡ଼ିଆ ସ୍କୁଲ ଓ ନିଜ ନିଜ ମାଲିକାନାରେ ପରିଚାଳିତ ହେବା ସହିତ ଛାତ୍ର ଓ ଅଭିଭାବକମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନାମରେ ଶୋଷଣ କରୁଛନ୍ତି। ମନଇଚ୍ଛା ନାମଲେଖା ଫି, ମାସିକ ଟିଉସନ ଫି, କମ୍ପୁଟର, ଖେଳ, ଲାଇବ୍ରେରୀ ଫି, ହଷ୍ଟେଲ, ପରିବହନ ଓ ଭିତ୍ତିଭୂମି ନିର୍ମାଣ ଇତ୍ୟାଦି ଫି ତଣ୍ଟି ଚିପିକରି ଆଦାୟ କରୁଛନ୍ତି। ଏମିତିକି କରୋନା ମହାମାରୀ ସମୟରେ ବର୍ଷାଧିକ କାଳ ଶିକ୍ଷାଦାନ ବନ୍ଦ ଥିବା ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଭିଭାବକ ନିଜ ରୋଜଗାର ହରାଇଥିବା ବେଳେ ମଧ୍ୟ ତଥା କଥିତ ଡ଼ିଜିଟାଲାଇଜ୍‌ଡ଼ ଓ ଅନଲାଇନ ଶିକ୍ଷା ପ୍ରଦାନ ନାମରେ କୋର୍ଟ କଚେରୀ ଓ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ପୂର୍ଣ୍ଣମାତ୍ରାରେ ସମ୍ପୃକ୍ତ ଘରୋଇ ସ୍କୁଲ୍‌ମାନେ ଜୋର ଜବରଦସ୍ତ ଫି ଆଦାୟ କରୁଛନ୍ତି। ଯଦି କେଉଁଠାରେ ଅଭିଭାବକମାନେ ବିରୋଧ କରୁଛନ୍ତି, ସେଠାରେ ପୋଲିସ୍ ଓ ପ୍ରଶାସନକୁ ହାତ କରି ଅଭିଭାବକମାନଙ୍କୁ ଥାନାରେ ପୁରାଉଛନ୍ତି। ଫି ନଦେଇ ପାରିଥିବା ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍ ଶିକ୍ଷା ଲିଙ୍କ କାଟିଦେଇ ସେମାନଙ୍କୁ ମାନସିକ ଓ ସାମାଜିକ ନିର୍ଯ୍ୟାତନା ଦେଉଛନ୍ତି। ରାଜ୍ୟ ତମାମ ହଜାର ହଜାର ସଂଖ୍ୟାରେ ଅଭିଭାବକ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ନେବାକୁ ଟି.ସି. ମାଗିଥିବା ବେଳେ ସେମାନଙ୍କୁ ଟି.ସି. ନଦେଇ ହଇରାଣ କରୁଛନ୍ତି। ଫଳରେ ସେମାନେ ଘରର ସମ୍ପତ୍ତି ଓ ସୁନା ଅଳଙ୍କାର ବିକ୍ରି କରି ଟି.ସି. ଆଣିବାକୁ ବାଧ୍ୟ ହେଉଛନ୍ତି।

ଆନ୍ତର୍ଜାତୀୟ ଖ୍ୟାତନାମା ସାମାଜିକ ଅନୁଷ୍ଠାନ ଅକ୍ସଫାମ ଦ୍ୱାରା କୋଭିଡ଼ ଲକଡ଼ାଉନ ସମୟରେ କରାଯାଇଥିବା ଏକ ସର୍ଭେ ସୂତ୍ରରୁ ଜଣାପଡ଼େ ଯେ ଆମ ରାଜ୍ୟରେ ୩୪ଭାଗ ଅଭିଭାବକଙ୍କୁ ନାମଲେଖା ସମୟରେ କ୍ୟାପିଟେସନ ଫି ଦେବାକୁ ପଡ଼ିଛି ଯାହା ଶିକ୍ଷା ଅଧିକାର ଆଇନ ୨୦୦୯ ମୁତାବକ ସମ୍ପୂର୍ଣ୍ଣ ବେନିୟମ କାର୍ଯ୍ୟ ମାନ୍ୟବର ସୁପ୍ରିମକୋର୍ଟ ତଥା ସରକାରୀ ନିର୍ଦ୍ଦେଶନାମାକୁ ସମ୍ପୂର୍ଣ୍ଣ ବେଖାତିର କରି ଘରୋଇ ବିଦ୍ୟାଳୟମାନେ ବାଧ୍ୟ କରି ବହି, ଖାତା, ଡ୍ରେସ୍‌, ଚପଲ ଇତ୍ୟାଦି ନିଜେ ବିକ୍ରି କରୁଛନ୍ତି ଓ ଯାହାର ଶିକାର ୫୩ଭାଗ ଅଭିଭାବକ ହେଉଛନ୍ତି। ଅଭିଯୋଗ କଲେ କିଛି ଫଳ ମିଳୁନାହିଁ ବୋଲି ୯୫ଭାଗ ଅଭିଭାବକ ମତ ଦେଇଛନ୍ତି। ମାତ୍ର ୧୮ଭାଗ କହିଛନ୍ତି ଯେ, ସେମାନଙ୍କ ପିଲା ପଢୁଥିବା ଘରୋଇ ସ୍କୁଲ୍‌ରେ ଅଭିଭାବକ ଶିକ୍ଷକ କମିଟି (ପିଟିଏ) ଅଛି ବୋଲି ସରକାରୀ ହେଉ କିମ୍ବା ଘରୋଇ ପିଟିଏ ପ୍ରତ୍ୟେକ ସ୍କୁଲ୍‌ରେ ବାଧ୍ୟତାମୂଳକ। ଏହି ସର୍ଭେରୁ ଜଣାପଡ଼ିଛି ଯେ ୬୧ଭାଗ ଅଭିଭାବକ କହିଛନ୍ତି କୋଭିଡ଼ ମହାମାରୀ ଲକଡ଼ାଉନ ଜନିତ କ୍ଲାସରୁମ୍‌, ପାଠପଢା ବନ୍ଦ ସମୟରେ ଘରୋଇ ସ୍କୁଲ୍ ଅର୍ଥପିପାଶୁ ମାଲିକମାନେ ସ୍କୁଲ୍ ଫି ବୃଦ୍ଧି କରି ଜୋର ଜବରଦସ୍ତ ଆଦାୟ କରିଛନ୍ତି।

ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ଆଇପାର ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ଦାଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଦିବ୍ୟ ରଞ୍ଜନ ଦାଶ।

ଲୋହିଆ ଏକାଡ଼େମୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026

ବାଣପୁର: ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ “ମାଗଣା ହାଟ” ନାମକ ସମାଜ କଲ୍ୟାଣ କାର୍ଯ୍ୟକ୍ରମ

January 11, 2026

ଜାନୁଆରୀ ୧୨ରେ ଯୁବ ନେତୃତ୍ୱକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

January 11, 2026
Latest News

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026

କେବେ ବି ମୁଣ୍ଡ ବିନ୍ଧାକୁ ସାଧାରଣ ଭାବନ୍ତୁ ନାହିଁ, ହୋଇପାରେ ମାରାତ୍ମକ ରୋଗର ଲକ୍ଷଣ

January 11, 2026

ବଜେଟ ପୂର୍ବରୁ କୃଷି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ, ରାଜ୍ୟଗୁଡ଼ିକୁ ଦିଆଗଲା ବଡ ନିର୍ଦ୍ଦେଶ

January 11, 2026

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ମ୍ୟାଚ୍ ସମୟ ଏବଂ ଲାଇଭ୍ ଷ୍ଟ୍ରିମିଂ ବିବରଣୀ

January 11, 2026

ବାଣପୁର: ସେଣ୍ଟ ଜାଭିୟର ହାଇସ୍କୁଲ ପକ୍ଷରୁ “ମାଗଣା ହାଟ” ନାମକ ସମାଜ କଲ୍ୟାଣ କାର୍ଯ୍ୟକ୍ରମ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.