Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ଡୋପ ନିରୋଧୀ ସଂସ୍ଥାର ମାନ୍ୟତା ଫେରି ପାଇଲା ଜାତୀୟ ଡୋପ ପରୀକ୍ଷଣ ଏଜେନ୍ସି
ଆଜିର ଖବର

ବିଶ୍ୱ ଡୋପ ନିରୋଧୀ ସଂସ୍ଥାର ମାନ୍ୟତା ଫେରି ପାଇଲା ଜାତୀୟ ଡୋପ ପରୀକ୍ଷଣ ଏଜେନ୍ସି

December 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାତୀୟ ଡୋପ ପରୀକ୍ଷଣ ଏଜେନ୍ସି (ଏନଡିଟିଏଲ) ବିଶ୍ୱ ଡୋପ ନିରୋଧୀ ସଂସ୍ଥା (ୱାଡା)ର ମାନ୍ୟତା ଫେରି ପାଇଛି। ଏନଡିଟିଏଲକୁ ତା’ର ମାନ୍ୟତା ପୁଣି ଫେରାଇ ଦିଆଯାଇଥିବା ୱାଡା ପକ୍ଷରୁ ବିଧିବଦ୍ଧ ଭାବେ ସୂଚୀତ କରାଯାଇଛି। ଏଥିସହିତ ଏନଡିଟିଏଲର ଡୋପିଂ ନିରୋଧୀ ପରୀକ୍ଷଣ ଏବଂ ଗତିବିଧି ପୁଣିଥରେ ଆରମ୍ଭ କରାଯିବ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏକ ଟୁଇଟ୍‌ ଜରିଆରେ ଏହି ଘୋଷଣା କରିଛନ୍ତି। ଶ୍ରୀ ଠାକୁର ତାଙ୍କର ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ ଏନଡିଟିଏଲର ମାନ୍ୟତା ପୁନଃ ଫେରାଇ ଦିଆଯିବା ଫଳରେ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚ ବିଶ୍ୱସ୍ତରୀୟ ମାନକ ହାସଲ କରିବା କ୍ଷେତ୍ରରେ ଭାରତର ପ୍ରୟାସ ତ୍ବରାନ୍ବିତ ହେବ।

ମାନ୍ୟତା ଫେରାଇ ଆଣିବା ପାଇଁ ଏନଡିଟିଏଲର ଅଧିକାରୀ ଓ କର୍ମଚାରୀଙ୍କ ଏକ ଦଳ ଅବିରାମ ଗତିରେ କାର୍ଯ୍ୟ କରିଥିଲେ। ୨୦ ଅଗଷ୍ଟ ୨୦୧୯ରେ ଏନଡିଟିଏଲର ୱାଡ଼ା ମାନ୍ୟତା ପ୍ରତ୍ୟାହାର କରି ନିଆଯାଇଥିଲା। ସେପ୍ଟେମ୍ବର ୨୦୧୮ରେ ଏହି ପ୍ରୟୋଗଶାଳାର କ୍ଷେତ୍ରସ୍ତରୀୟ ଅନୁପାଳନ କରାନଯିବା ଆଧାରରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଅନ୍ତର୍ଜାତୀୟ ମାନର ପ୍ରୟୋଗଶାଳା (ଆଇଏସଏଲ)ର ସଦ୍ୟତମ ସଂସ୍କରଣ ଏବଂ ୱାଡ଼ା ବୈଷୟିକ ଦସ୍ତାବିଜ, ୨୦୨୧ର ସମ୍ପୂର୍ଣ୍ଣ ଅନୁପାଳନ ଲାଗି ଏନଡିଟିଏଲର ପ୍ରକ୍ରିୟା ଏବଂ ପଦ୍ଧତିରେ ୱାଡ଼ା ପକ୍ଷରୁ ଲଗାତାର ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦିଆଯାଇଥିଲା।

ପରିଣାମସ୍ବରୂପ ଏନଡିଟିଏଲରେ ବ୍ୟାପକ ଉନ୍ନତି ଅଣାଯାଇଥିଲା ଏବଂ ବର୍ତ୍ତମାନ ଏହାର ସୁବିଧା ବିଶ୍ୱସ୍ତରରେ ଥିବା ୱାଡ଼ାର ମାନ୍ୟତାପ୍ରାପ୍ତ ପ୍ରୟୋଗଶାଳା ସହିତ ସମକକ୍ଷ ହୋଇପାରିଛି। ଅଧିକ ଉତ୍କର୍ଷ ହାସଲ କରିବା ଲାଗି ଏନଡିଟିଏଲ ଡୋପିଂ ନିରୋଧୀ ବିଜ୍ଞାନ କ୍ଷେତ୍ରରେ ଗବେଷଣା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସ୍ୟୁଟିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ନାଇପର), ଗୌହାଟୀ ଏବଂ ସିଏସଆଇଆର-ଆଇଆଇଆଇଏମ ଜମ୍ମୁ ସହିତ ସହଭାଗିତା ସ୍ଥାପନ କରାଯାଇଛି। ଡୋପିଂ ନିରୋଧୀ ପ୍ରୟାସ ଏବଂ ଗବେଷଣା ଗତିବିଧିକୁ ସୁଦୃଢ଼ କରିବା ଲାଗି ୱାଡ଼ା ମାନ୍ୟତାପ୍ରାପ୍ତ ଅନ୍ୟ ବିଜ୍ଞାନାଗାର ସହିତ ମଧ୍ୟ ଏନଡିଟିଏଲ ସହଭାଗିତା ସ୍ଥାପନ କରିଛି।

ଦେଶରେ ଅଧିକ ସଂଖ୍ୟାରେ ଡୋପ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ଏବଂ ମାନ୍ୟତା ଦେବା ଲାଗି ସରକାର ବିଶେଷ ଆଗ୍ରହୀ ଅଛନ୍ତି। ଦେଶରେ ଅଧିକ ଜନସଂଖ୍ୟା ଏବଂ ଅଧିକ ସଂଖ୍ୟକ କ୍ରୀଡ଼ାବିତଙ୍କୁ ଦୃଷ୍ଟିରେ ରଖି ଏହିସବୁ ପରୀକ୍ଷାଗାର ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା କରିବାର କ୍ଷମତା ବୃଦ୍ଧି କରିବ। ଏହା ମଧ୍ୟ ଭାରତରେ ବୃହତ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ସୁବିଧା ପ୍ରଦାନ କରିବ।

୧୭ ଡିସେମ୍ବର ୨୦୨୧ରେ ସଂସଦରେ ଜାତୀୟ ଡୋପିଂ ନିରୋଧୀ ବିଲ ୨୦୨୧ ଆଗତ କରାଯିବା, ଭାରତକୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ଦିଗରେ ଆଉ ଏକ ପଦକ୍ଷେପ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.