ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ତାରିଖ ଘୋଷଣା କଲା ସିଏଚ୍‌ଏସ୍‌ଇ

Published: Dec 24, 2021, 2:17 pm IST

ଭୁବନେଶ୍ୱର: ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେଣୁ ଏହି ପରୀକ୍ଷା ପାଇଁ ଫର୍ମପୂରଣ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୨୭ ତାରିଖରୁ ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ହେବ। ତେବେ ଉକ୍ତ ଫର୍ମ ପୂରଣ ପ୍ରକ୍ରିୟା ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। କିନ୍ତୁ ଯେଉଁ ଛାତ୍ରାଛତ୍ରୀମାନେ ଏହି ସମୟ ମଧ୍ୟରେ ଫର୍ମ ପୂରଣ କରିବା ପାଇଁ ସକ୍ଷମ ହୋଇପାରିବେ ନାହିଁ, ସେମାନେ ପରବର୍ତ୍ତୀ ତାରିଖରେ ଫର୍ମ ପୂରଣ କରିପାରିବେ। ହେଲେ ଛାତ୍ରଛାତ୍ରୀମାନଙ୍କୁ ସେଥିପାଇଁ ଜରିମାନା ଦେବାକୁ ପଡିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଏଥିପାଇଁ ତାରିଖ ସହ ଜରିମାନା ପରିମାଣ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନେ ଜାନୁୟାରୀ ୫ ରୁ ୬ ତାରିଖ ମଧ୍ୟରେ ଫର୍ମ ପୂରଣ କରିବେ, ସେମାନଙ୍କୁ ୧୦୦ଟଙ୍କା ଜରିମାନା ଦେବାକୁ ପଡିବ। ସେହିଭଳି ଯେଉଁମାନେ ୭ ରୁ ୮ ତାରିଖ ମଧ୍ୟରେ ଫର୍ମ ପୂରଣ କରିବେ, ସେମାନଙ୍କୁ ୪୫୦ ଟଙ୍କା ଜରିମାନା ଦେବାକୁ ପଡିବ। ଫର୍ମ ପୂରଣ ବାବଦରେ ୫୨୦ ଟଙ୍କା ଦାଖଲ କରିବାକୁ ହେବ।

କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିବେ। ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା ପାଇଁ ସିଏଚ୍‌ଏସ୍‌ଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ଅଧ୍ୟକ୍ଷ/ଅଧ୍ୟକ୍ଷାମାନଙ୍କୁ ଚିଠିରେ ନିର୍ଦ୍ଦେଶ ହୋଇଛି। ଏହା ସହ ଫର୍ମ ପୂରଣ ପାଇଁ ଗାଇଡଲାଇନ ମଧ୍ୟ ଜାରି ହୋଇଛି।

Related posts