Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜଧାନୀରେ ସଦ୍‌ଭାବନା ରାଲି ଉପଲକ୍ଷେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ ସେବାଦଳ
ଆଜିର ଖବର

ରାଜଧାନୀରେ ସଦ୍‌ଭାବନା ରାଲି ଉପଲକ୍ଷେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ ସେବାଦଳ

December 26, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦୀର୍ଘଦିନ ପରେ, ପଞ୍ଚାୟତ ଓ ନଗର ପାଳିକା ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ କଂଗ୍ରେସ ଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

କଂଗ୍ରେସ ସେବାଦଳର ୯୮ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବିରାଟ ସଦ୍‌ଭାବନା ରାଲିକୁ ଆଜି ପୂର୍ବାହ୍ନରେ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓଡ଼ିଶା ପ୍ରଭାରୀ ଡଃ ଏ. ଚେଲାକୁମାରଜୀ ଆନୁଷ୍ଠାନିକ ଭାବବେ ଉଦ୍‌ଘାଟନ କରିବା ସହ ସେବାଦଳ କର୍ମକର୍ତ୍ତା ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, କଂଗ୍ରେସ ସେବାଦଳର ଏକ ଗରିମାମୟ ଇତିହାସ ରହିଛି। ପଣ୍ଡିତ ଜବାହାରଲାଲ ନେହେରୁ ସେବାଦଳ ସଂଗଠନର ପ୍ରଥମ ସଭାପତି ଥିଲେ। ଭାରତବର୍ଷର ଯୁବକମାନଙ୍କୁ ରାଷ୍ଟ୍ରୀୟ ଏକତା ମନ୍ତ୍ରରେ ଦୀକ୍ଷିତ କରାଇ ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପଣ କରିବା ପାଇଁ ଏହି ସଂଗଠନ ଗଠନ କରାଯାଇଥିଲା। ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟ୍ଟରେ କଂଗ୍ରେସ ସେବାଦଳର ଏକ ମୁଖ୍ୟ ଭୂମିକା ରହିଛି। ଗାନ୍ଧୀ ଓ ନେହେରୁଜୀଙ୍କ ଆଦର୍ଶକୁ ସାଧାରଣ ଜନତା ବିଶେଷଭାବରେ ଯୁବକମାନଙ୍କ ନିକଟରେ ପହଞ୍ଚାଇବାକୁ ସେ ସେବା ଦଳର ଆହ୍ୱାନ ଦେଇଥିଲେ। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, କଂସ ବନ୍ଦୀଶାଳାରେ କୃଷ୍ଣଙ୍କ ଜନ୍ମ ଭଳି ବ୍ରିଟିଶ ସରକାରଙ୍କ ନାଗପୁର ବନ୍ଦୀଶାଳାରେ ସେବାଦଳର ଜନ୍ମ। ଏଣୁ ଭାରତରତ୍ନ ଇନ୍ଦିରା ଗାନ୍ଧୀ ସବୁବେଳେ କହୁଥିଲେ କଂଗ୍ରେସ ସେବାଦଳ, କଂଗ୍ରେସ ସଂଗଠନର ମେରୁଦଣ୍ଡ।

ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଉଦ୍‌ବୋଧନ ଦେଇ ନିଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ଶ୍ରୀ ଜି, ରୁଦ୍ରରାଜୁ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ଆଶୀର୍ବାଦରେ ସେବାଦଳ ସଂଗଠନ ପ୍ରତଷ୍ଠା ହୋଇଥିଲା, ରାଷ୍ଟ୍ରୀୟ ଏକତା, ରାଷ୍ଟ୍ରୀୟ ସଦ୍‌ଭାବନା ସହ ଯୁବକ ଓ ଛାତ୍ରମାନଙ୍କୁ ସେବା ପାଇଁ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ନିଖିଳ ଭାରତ କଂଗ୍ରେସ କମିଟିର ଅନ୍ୟତମ ସମ୍ପାଦକ ଶରତ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସମାଜରେ ଛାତ୍ର ଯବୁକମାନେ ହେଲେ ନୂତନତାର ବାର୍ତ୍ତାବହ। ସେମାନେ ଯେତେ ଶୃଙ୍ଖଳିତ ଓ ନିତିନିଷ୍ଠ ହେବେ, ସମାଜ ସେତେ ଆଗେଇବ ବୋଲି କହିଥିଲେ।

ଏହି ବର୍ଣ୍ଣାଢ୍ୟ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ସେବାଦଳର କେନ୍ଦ୍ରୀୟ ପଦାଧିକାରୀ ଚୈନସିଂ ସାୱଲେ, ଅଜିତ କୁମାର ଓ ନାରାୟଣ କୁମାର ସେବାଦଳର କର୍ମୀମାନଙ୍କୁ ମାର୍ଗଦର୍ଶନ ଦେବା ସହ ୨୦୨୨ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳକୁ ଜିତାଇବାକୁ ଆହ୍ୱାନ ଦେଇଥିଲେ।

ଆଜିର ରାଲି କଂଗ୍ରେସ ଭବନରୁ ବାହାରି, ୟୁନିଟ୍‌-୩ ଗୁରୁଦ୍ୱାର, ରାମମନ୍ଦିର, ସ୍କାଉଟ ଗାଇଡ଼ କାର୍ଯ୍ୟାଳୟ ଦେଇ ବୁଦ୍ଧମନ୍ଦିର, ରାଜଧାନୀ ମସ୍‌ଜିଦ୍ ଓ ୟୁନିୟନ ଚର୍ଚ୍ଚ ଦେଇ କଂଗ୍ରେସ ଭବନଠାରେ ପହଞ୍ôଚଥିଲା। ଆଜିର ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଘଣ୍ଟବାଦ୍ୟ, ସେବାଦଳ ବ୍ୟାଣ୍ଡ, ଲଉଡ଼ି ଖେଳ, ମହିଳା ପାଇକ ଦଳ ଓ ପୁରୁଷ ପାଇକଦଳ ଏବଂ ଡ଼ଙ୍ଗରିଆ କନ୍ଧ ନୃତ୍ୟ ଓ ଶକ୍ତି ପ୍ରଦର୍ଶନ କରିଥିଲେ। ସେବାଦଳ କର୍ମୀମାନେ କାନ୍ଧରେ ବାଉଁଶ ଲାଠି ଧରିଥିଲେ। ସାରା ଓଡ଼ିଶାରୁ ୩ ହଜାରରୁ ଉର୍ଦ୍ଧ୍ୱ ସେବାଦଳ କର୍ମୀ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗଣେଶ୍ୱର ବେହେରା, ମନୋରଞ୍ଜନ ଦାସ, ଅନନ୍ତ ପ୍ରସାଦ ସେଠୀ, ଚିନ୍ମୟ ପ୍ରସାଦ ବେହୁରା, ପୃଥ୍ୱୀବଲ୍ଲବ ପଟ୍ଟନାୟକ, ଶିବାନନ୍ଦ ରାୟ, ଚିନ୍ମୟ ଦାସ, ଛାତ୍ର କଂଗ୍ରେସ ସଭାପତି ୱାସିର ନୱାଜ, ସସ୍ମିତା ବେହେରା, ଶ୍ରୀମତୀ ମଞ୍ଜୁ ମହାନ୍ତି, ବିଶ୍ୱଜିତ ଦାସ, ରଜନୀ ମହାନ୍ତି, ସକୁନା କହଁର, ସୁବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ମହମ୍ମଦ ଶହଦୁଲ୍ଲା, ସୁଶାନ୍ତ ମହାରଣା, କୁଳମଣି ସାହୁ, ରମେଶ ବରାଳ, ଅଶୋକ ସିଂହ, ମୁରଲୀ ମନୋହର ଯାଦବ, ବରୁଣ ରାଜ, ସୁଶାନ୍ତ କୁମାର ପଣ୍ଡା, ଶିଶିର ମହାପାତ୍ର, ସନ୍ତୋଷ ଲେଙ୍କା, ଜ୍ୟୋତିଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

କଂଗ୍ରେସ ସେବାଦଳ ଶକ୍ତି ପ୍ରଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026

ରାହୁଲ ଗାନ୍ଧୀଙ୍କ ସମେତ ୨୫ ସାଂସଦଙ୍କୁ ଗୁଳି ଧମକ ମାମଲା: ପୋଲିସ ହେପାଜତରେ ଅଭିଯୁକ୍ତ

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.