
ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବା ପାଇଁ ଏବେ ସ୍ପଷ୍ଟ ହୋଇଛି। ସ୍କୁଲ ଖୋଲିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୩ ତାରିଖରେ ହିଁ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଧାରଣ କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସ୍ପଷ୍ଟ କରିଛନ୍ତି। ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଗତକାଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ।
ତେବେ ଏହାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ଏହା ଉପରେ ଥିବା ସମସ୍ତ ଆଶଙ୍କାକୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଦୂର କରିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ପରିସରକୁ ବିଶୋଧନ କରାଯିବ। ମାସ୍କ ଏବଂ ସାମାଜିକ ଦୁରତ୍ଵ ଉପରେ ଅଧିକ ଗୁରତ୍ଵ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି।