Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାତ ବର୍ଷ ପୂରଣ କଲା ଉଜାଲା: ବାର୍ଷିକ ୪୭,୭୭୮ ମିଲିୟନ କିଲୋୱାଟ୍‌ ଶକ୍ତି ସଞ୍ଚୟ
ଆଜିର ଖବର

ସାତ ବର୍ଷ ପୂରଣ କଲା ଉଜାଲା: ବାର୍ଷିକ ୪୭,୭୭୮ ମିଲିୟନ କିଲୋୱାଟ୍‌ ଶକ୍ତି ସଞ୍ଚୟ

January 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଉଜାଲା କାର୍ଯ୍ୟକ୍ରମ ସଫଳତାପୂର୍ବକ ୭ ବର୍ଷ ପୂରଣ କରିଛି। ଏହି ଫ୍ଲାଗସିପ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଏଲଇଡି ଲାଇଟ୍‌ ବିତରଣ ଓ ବିକ୍ରୟ କରାଯାଇଥାଏ।

୨୦୧୫ ମସିହା ଜାନୁଆରୀ ୫ ତାରିଖରେ ମାନନୀୟ ପ୍ରଧାନମନ୍ତ୍ରୀ ‘‘ଉନ୍ନତ ଜ୍ୟୋତି ବାଏ ଆଫର୍ଡେବଲ ଏଲଇଡିଜ୍‌ ଫର ଅଲ୍‌’’ ବା ସମସ୍ତଙ୍କ ପାଇଁ ଶସ୍ତା ଏଲଇଡି ମାଧ୍ୟମରେ ଉନ୍ନତ ଆଲୋକ ବ୍ୟବସ୍ଥା-ଉଜାଲା ଯୋଜନାର ଶୁଭାରମ୍ଭ କରିଥିଲେ। ଅତି କମ ସମୟ ମଧ୍ୟରେ, ଏହି କାର୍ଯ୍ୟକ୍ରମ ବିଶ୍ବର ସର୍ବବୃହତ ଶୂନ୍ୟ ସବସିଡି ଘରୋଇ ଲାଇଟ୍‌ ବିତରଣ କାର୍ଯ୍ୟକ୍ରମ ଭାବେ ଉଭା ହୋଇଥିଲା ଯାହାକି ଶକ୍ତି ଦକ୍ଷତାବିହୀନ ଆଲୋକୀକରଣ କାରଣରୁ ଦେଖାଦେଉଥିବା ଉଚ୍ଚ ବିଦ୍ୟୁତିକରଣ ଖର୍ଚ୍ଚ ଏବଂ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ଭଳି ସମସ୍ୟା ଦୂର କରିବାରେ ସହାୟକ ହୋଇଥିଲା। ବର୍ତ୍ତମାନ ସୁଦ୍ଧା, ସାରା ଦେଶରେ ୩୬.୭୮ କୋଟି ଏଲଇଡି ବିତରଣ କରାଯାଇସାରିଛି। ଏହି କାର୍ଯ୍ୟକ୍ରମର ସଫଳତାରେ ଶକ୍ତି ଦକ୍ଷତା ପାଇଁ ଏକ ଅଦ୍ବିତୀୟ ରଣନୈତିକ ଦୃଷ୍ଟିକୋଣ ନିହିତ ରହିଛି ଯାହାକି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇ ଦେଇପାରିଛି।

୨୦୧୪ରେ, ଦେଶରେ ଗୋଟିଏ ଏଲଇଡି ବଲ୍‌ବ ୩୦୦ରୁ ୩୫୦ ଟଙ୍କାରେ ବିକ୍ରି ହେଉଥିଲା, ମାତ୍ର ଉଜାଲା ଆସିବା ପରେ ଏହା ୭୦ -୮୦ ଟଙ୍କାରେ ମିଳିଲା। ସମସ୍ତଙ୍କ ପାଇଁ ଶସ୍ତା ଓ ଦକ୍ଷ ଶକ୍ତି ଉପଲବ୍ଧ କରାଇବା ସହିତ ଏହା ବିପୁଳ ପରିମାଣର ଶକ୍ତି ସଞ୍ଚିତ କରିବାରେ ସଫଳ ହୋଇଥିଲା। ବର୍ତ୍ତମାନ ସୁଦ୍ଧା, ବାର୍ଷିକ ୪୭,୭୭୮ ମିଲିୟନ ଟନ ଶକ୍ତି ସଞ୍ଚୟ ହୋଇପାରିଛି। ଅଧିକ ଉପଯୋଗ ସମୟରେ ୯,୫୬୫ ମେଗାୱାଟ୍‌ ବିଦ୍ୟୁତ ଚାହିଦା ଏଡ଼ାଇ ଦିଆଯାଇପାରିଛି। ଏଥିସହିତ ୩.୮୬ କୋଟି ଟନ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଛି।

ଉଜାଲା କାର୍ଯ୍ୟକ୍ରମକୁ ସମସ୍ତ ରାଜ୍ୟ ତତ୍ପରତା ପୂର୍ବକ ଗ୍ରହଣ କରିଛନ୍ତି। ଏହା ବାର୍ଷିକ ପାରିବାରିକ ବିଦ୍ୟୁତ ବିଲ୍‌ କମାଇ ପାରିଛି। ଉପଭୋକ୍ତାମାନେ ଅର୍ଥ ସଞ୍ଚୟ କରିବାରେ ସଫଳ ହେବା ସହ ସେମାନଙ୍କ ଜୀବନ ଧାରଣରେ ସୁଧାର ଆସିଛି ଏବଂ ସେମାନେ ଦେଶର ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧିରେ ଯୋଗଦାନ କରିବାକୁ ସକ୍ଷମ ହୋଇଛନ୍ତି।

ସରକାର ଏହି କାର୍ଯ୍ୟକ୍ରମ ଅଧୀନରେ, ସ୍ବଚ୍ଛତା ସୁନିଶ୍ଚିତ କରିଛନ୍ତି। ସାମଗ୍ରୀ ଓ ସେବାର ଇ-କ୍ରୟ ମାଧ୍ୟମରେ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିଛନ୍ତି। ଏହାଦ୍ବାରା କାରବାର ଖର୍ଚ୍ଚ ଓ ସମୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି, ଯାହା ଦକ୍ଷତା ପ୍ରକ୍ରିୟାକୁ ବୃଦ୍ଧି କରିଛି। ଉଜାଲା ସହିତ, ଏଲଇଡି ବଲବ ଖର୍ଚ୍ଚ ୮୫ ପ୍ରତିଶତ ହ୍ରାସ ପାଇଛି। ଫଳସ୍ବରୂପ ଅଧିକ ସଂଖ୍ୟକ ବିଡର୍ସଙ୍କ ଏକ ପୁଲ୍‌ ସୃଷ୍ଟି କରାଯାଇପାରିଛି। ଉପଭୋକ୍ତାଙ୍କ ପାଇଁ ଉତ୍ପାଦର ଗୁଣବତ୍ତାରେ ସୁଧାର ଏବଂ ଉନ୍ନତ ବିଶେଷତ୍ବ ଉପଲବ୍ଧ କରାଇବାରେ ଏହା ସଫଳ ହୋଇଛି।

ବର୍ଦ୍ଧିତ ଉଦ୍ୟୋଗ ପ୍ରତିଯୋଗିତା ଏବଂ ଅଧିକ ପରିମାଣର କ୍ରୟର ଲାଭ ଉଠାଇ, ଇଇଏସଏଲ ଏକ ଅଭିନବ କ୍ରୟ ରଣନୀତି ଆପଣାଇଛି, ଯାହାର ବିଶେଷ ଫାଇଦା ମିଳିଛି। ଏବେ ଏହି କାର୍ଯ୍ୟକ୍ରମ ଉଜାଲାର ଏକ ପ୍ରମୁଖ ବିଶେଷତ୍ବ ପାଲଟିଛି।

ଉଜାଲା– ଅନ୍ୟ ଉଲ୍ଲେଖନୀୟ ଉପଲବ୍ଧି:

ଗୁରୁତ୍ବପୂର୍ଣ୍ଣ ପରିବେଶ ଲାଭ ପ୍ରଦାନ କରିବାରେ ଉଜାଲା ବିଶେଷ ସହାୟକ ହୋଇଛି। ଅଧିକନ୍ତୁ, ଏହା ଶକ୍ତି ଦକ୍ଷତା ସହ ଜଡ଼ିତ ଆର୍ଥିକ ଓ ପରିବେଶଗତ ଲାଭ ଉପରେ ଉପଭୋକ୍ତାଙ୍କ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଛି।

ଏହା ଘରୋଇ ଲାଇଟିଂ ଉଦ୍ୟୋଗକୁ ବିଶେଷ ପ୍ରୋତ୍ସାହନ ଦେଇଛି। ମେକ୍‌ ଇନ ଇଣ୍ଡିଆ ଅଭିଯାନକୁ ଆଗକୁ ବଢ଼ାଇବା ସହିତ ଦେଶରେ ମାସିକ ଏଲଇଡି ବଲ୍‌ବ ଉତ୍ପାଦନ ଏବେ ୧ ଲକ୍ଷରୁ ୪୦ ନିୟୁତକୁ ବୃଦ୍ଧି ପାଇଛି।

ନିୟମିତ ଅଧିକ ପରିମାଣର କ୍ରୟ ଜରିଆରେ ଉଜାଲା ଉତ୍ପାଦନକାରୀମାନଙ୍କୁ ଆର୍ଥିକ ଲାଭ ଯୋଗାଇ ଦେଇଛି। ଫଳରେ ସେମାନେ ଖୁଚୁରା ବିକ୍ରୟ ପାଇଁ ଏଲଇଡି ବଲ୍‌ବର ମୂଲ୍ୟ ହ୍ରାସ କରିପାରିଛନ୍ତି। ୨୦୧୪ ଏବଂ ୨୦୧୭ ମଧ୍ୟରେ କ୍ରୟ ମୂଲ୍ୟ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି, ଯାହାକି ୩୧୦ ଟଙ୍କାରୁ ୩୮ ଟଙ୍କାରେ ପହଞ୍ଚିଛି।

ଏହି କାର୍ଯ୍ୟକ୍ରମ ଭାରତର ଶୀର୍ଷ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନଗୁଡ଼ିକର ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି। ଏହା ବର୍ତ୍ତମାନ ଅହମ୍ମଦାବାଦର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ)ର ନେତୃତ୍ବ କେସ ଷ୍ଟଡିରେ ଏକ ଅଂଶବିଶେଷ ପାଲଟିଛି। ଅଧିକନ୍ତୁ, ହାର୍ଭାର୍ଡ ବିଜନେସ ସ୍କୁଲର ପାଠ୍ୟକ୍ରମରେ ଏହାକୁ ସାମିଲ କରିବା ଲାଗି ମଧ୍ୟ ବିଚାର କରାଯାଉଛି।

ଉଜାଲା କାର୍ଯ୍ୟକ୍ରମର ଫଳସ୍ବରୂପ, ଦେଶର ମଧ୍ୟବିତ ବର୍ଗ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ଗ୍ରାହକମାନଙ୍କୁ ଶକ୍ତି ଦକ୍ଷ, ମୂଲ୍ୟ ସଞ୍ଚୟକାରୀ ଆଲୋକ ବ୍ୟବସ୍ଥା ମିଳିପାରିଛି। ନିମ୍ନ ଆୟ ବର୍ଗ ସମୁଦାୟଙ୍କ ମଧ୍ୟରେ ସମାବେଶୀ ବିକାଶକୁ ଆଗେଇ ନେବା ଲାଗି ଉଜାଲା କାର୍ଯ୍ୟକ୍ରମ ଅଧୀନରେ ଏଲଇଡି ବଲ୍‌ବ ବିତରଣ ଲାଗି ଇଇଏସଏଲ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

September 21, 2025
Latest News

ଏପରି ପରାଜୟକୁ ଭୁଲିପାରିବେ ନାହିଁ ପାକିସ୍ତାନୀ: ଦୁବାଇରେ ପୁଣି ଥରେ ଧୋଇଲା ଭାରତ

September 22, 2025

ଟ୍ରମ୍ପଙ୍କ ‘ଭିସା ବୋମା’କୁ ଏଡ଼ାଇବା ପାଇଁ ଉପାୟ ପାଇଲେ ଭାରତୀୟ; ଜାଣନ୍ତୁ ବିକଳ୍ପ

September 21, 2025

ରାଜରାସ୍ତାରେ ସରକାରୀ ମାଧ୍ୟମିକ ସ୍କୁଲ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଂଘ

September 21, 2025

ଆସନ୍ତୁ ଏପରି ଉତ୍ପାଦ କିଣିବା ଯାହା ଭାରତରେ ତିଆରି ହୋଇଛି: ପ୍ରଧାନମନ୍ତ୍ରୀ

September 21, 2025

ନବ ବିବାହିତ ଯୁବକଙ୍କ ଆତ୍ମହତ୍ୟା

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.