
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ଦୋକାନ ବଜାର ବନ୍ଦ ରହିବ। ଜାନୁୟାରୀ ସାତ ତାରିଖରୁ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ସେହି ଅନୁସାରେ ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ବଢାଇ ଦିଆଯାଇଛି। ଫଳରେ ପୂର୍ବରୁ ରାତି ୧୦ ଟାରେ ଦୋକାନବଜାର ବନ୍ଦ କରିବାକୁ କୁହାଯାଇଥିଲା। ଏବେ ତାହା ରାତି ୯ ଟାରୁ ତା ପରଦିନ ସକାଳ ୫ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ।
ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ନୂଆ କୋଭିଡ ଗାଇଡ ଲାଇନ ଜାରୀ କରାଯାଇଛି। ସେହି ଅନୁସାରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଭିଡକୁ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପ୍ରେକ୍ଷାଳୟ, ସିନେମା ହଲ ପ୍ରଭୃତି ସ୍ଥାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ଏହି କଟକଣା ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ରହିବ।
Tags: କରୋନା କଟକଣା, କୋଭିଡ କଟକଣା