Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଫେସର ଆଚାର୍ଯ୍ୟଙ୍କୁ ଖଡଗପୁର ଆଇଆଇଟି ପକ୍ଷରୁ ପୁରାତନ ଛାତ୍ର ସମ୍ମାନ
ଆଜିର ଖବର

ପ୍ରଫେସର ଆଚାର୍ଯ୍ୟଙ୍କୁ ଖଡଗପୁର ଆଇଆଇଟି ପକ୍ଷରୁ ପୁରାତନ ଛାତ୍ର ସମ୍ମାନ

January 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନ୍ତର୍ଜାତିକ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ.) ଦାମୋଦର ଆଚାର୍ଯ୍ୟଙ୍କୁ ନିକଟରେ ତାଙ୍କ ନିଜର ପୂର୍ବତନ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି, ଖଡଗପୁର ପକ୍ଷରୁ ସମ୍ମାନ ଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ନିଜର ଉଚ୍ଚକୋଟୀର ସଫଳତା ଏବଂ ଅବଦାନ ନିମନ୍ତେ ପ୍ରଫେସର (ଡ.) ଆଚାର୍ଯ୍ୟଙ୍କୁ ଆଇଆଇଟି, ଖଡଗପୁର ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସେ ହେଉଛନ୍ତି ଆଇଆଇଟି, ଖଡଗପୁରର ପ୍ରଥମ ପୁରାତନ ଛାତ୍ର ଯିଏ କି ପ୍ରଥମ ଥର ପାଇଁ ଓ ପ୍ରଥମ ଓଡ଼ିଆ ଭାବେ ସେହି ଅନୁଷ୍ଠାନର ସମ୍ମାନ ଜନକ ନିର୍ଦ୍ଦେଶକ ଦାୟିତ୍ୱ ସମ୍ପନ୍ନ କରିଥିଲେ। ତାଙ୍କ କାର୍ଯ୍ୟକାଳ (୨୦୦୭ ରୁ ୨୦୧୨) ମଧ୍ୟରେ ସେ ଅନୁଷ୍ଠାନର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଥିଲେ।

ପ୍ରଫେସର ଡ. ଆଚାର୍ଯ୍ୟ ରିଜିଓନାଲ କଲେଜ ଅଫ ଇଞ୍ଜିନିୟରିଂ, ରାଉରକେଲା (ବର୍ତମାନ ଏନଆଇଟି)ର ମଧ୍ୟ ପୁରାତନ ଛାତ୍ର ଅଟନ୍ତି। ସେଠାରୁ ସେ ନିଜର ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ। ପୂର୍ବରୁ ସେହି ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନ ଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ଓଡ଼ିଆ ଭାବେ ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ସେ ଏଆଇସିଟିଇର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ।

ସେହିପରି ପ୍ରଫେସର ଆଚାର୍ଯ୍ୟ ହେଉଛନ୍ତି ରାଜ୍ୟର ପ୍ରଥମ ବ୍ୟକ୍ତି ଯିଏ କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସେଂଟ୍ରାଲ ବୋର୍ଡର ନିର୍ଦ୍ଦେଶକ ଦାଇତ୍ୱ ମଧ୍ୟ ତୁଲାଇଛନ୍ତି। ୨୦୦୨ ରୁ ୨୦୦୫ ମଧ୍ୟରେ ସେ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକନୋଲଜିର (ବିପିୟୁଟି) ର ପ୍ରଥମ କୁଳପତି ଭାବେ ଦାଇତ୍ୱ ନିର୍ବାହ କରିଥିଲେ।

ଭୁବନେଶ୍ୱରରେ ଆଇଆଇଟି, ଖଡଗପୁରର କ୍ୟାମ୍ପସ ଆରମ୍ଭ କରିବା ଏବଂ ପରବର୍ତୀ ସମୟରେ ଆଇଆଇଟି, ଭୁବନେଶ୍ୱରର ପ୍ରତିଷ୍ଠା ଏବଂ ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲଜି (ଇଣ୍ଡିଆନ ଅଏଲ ଓଡ଼ିଶା କ୍ୟାମ୍ପସ)ର ପ୍ରତିଷ୍ଠା ଦିଗରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ୨୦୧୩ ମସିହାରୁ ସେ ସୋଆ ଆନ୍ତର୍ଜାତୀକ ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଆଇଆଇଟି, ଖଡଗପୁରରେ ଶିକ୍ଷା ଗ୍ରହଣ କରିଥିବା ତାଙ୍କର ୨ ଛାତ୍ର ପ୍ରଫେସର କେ. ରାଧାକ୍ରିଷ୍ଣନ୍ (ଇସ୍ରୋର ପୂର୍ବତନ ଅଧ୍ୟକ୍ଷ) ଏବଂ ସ୍ୱର୍ଗତ ଗୋପାଳ ଚନ୍ଦ୍ର ମିତ୍ର (ଓଡ଼ିଶା ସରକାରଙ୍କର ପୁର୍ତ ବିଭାଗର ପୂର୍ବତନ ସଚିବ) ମଧ୍ୟ ପୂର୍ବରୁ ଏହି ସମ୍ମାନଜନକ ପୁରାତନ ଛାତ୍ର ସମ୍ମାନ ପାଇସାରିଛନ୍ତି।

ପ୍ରଫେସର ରାଧାକ୍ରିଷ୍ଣନ୍ ଯିଏକି ପଦ୍ମ ଭୂଷଣ ଉପାଧିରେ ସମ୍ମାନିତ ହୋଇଛନ୍ତି ସେ ବର୍ତମାନ ଆଇଆଇଟି, କାନପୁରର ବୋର୍ଡ ଅଫ ଗଭର୍ନସଙ୍କର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ନିକଟରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ମିତ୍ର ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026
Latest News

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍: ୭ ବିଦେଶୀ ନାଗରିକ ଗିରଫ

March 17, 2026

ଭୁବନେଶ୍ବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମୁଖ୍ୟମନ୍ତ୍ରୀ କଲେ ସାକ୍ଷାତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.