Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶିକୁ ଗୁରତ୍ୱ ଦିଅନ୍ତୁ ସବୁ ଅଫିସର କର୍ମଚାରୀ
ଆଜିର ଖବର

ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶିକୁ ଗୁରତ୍ୱ ଦିଅନ୍ତୁ ସବୁ ଅଫିସର କର୍ମଚାରୀ

January 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ଏକ ଜରୁରୀକାଳୀନ ବୈଠକ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦ ସୁବାସ ସିଂ କହିଲେ ଯେ, ଉଠାଦୋକାନୀମାନେ ହେଉଛନ୍ତି ସହରର ଏକ ଅଙ୍ଗ। ଆଇନ୍ ଅନୁଯାୟୀ ସେମାନଙ୍କୁ କେହି ଉଚ୍ଛେଦ କରିପାରିବେ ନାହିଁ। ଯଦି ଦରକାର ପଡ଼େ ପ୍ରଥମେ ଦୋକାନୀ ବା ସଂଘ ସହିତ ଆଲୋଚନା କରି ସର୍ଭେ କରାଯାଇ ଥଇଥାନ କରିବା ପରେ ଉଚ୍ଛେଦ କରାଯାଇପାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଦାସର୍ବଦା ଦୋକାନୀମାନଙ୍କ ସହିତ ଅଛନ୍ତି ଏବଂ ଭବିଷ୍ୟତରେ ରହିବେ ମଧ୍ୟ। ଏବେ ମୁଖ୍ୟମନ୍ତ୍ରୀ କରୋନାର ତୃତୀୟ ସହାୟତା ପ୍ରଦାନ ସହ ନୂତନ ଭେଣ୍ଡିଂଜୋନ ପ୍ରତିଷ୍ଠା ପାଇଁ ୬୦କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥକୁ ସରକାରୀ କର୍ମଚାରୀମାନେ ଠିକ୍ ଭାବରେ ବିନିଯୋଗ କରିବା ଦରକାର। ଏତଦ୍‌ବ୍ୟତୀତ ବିଏମ୍‌ସି କମିଶନରଙ୍କ ସହିତ ମୁଁ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉଠାଦୋକାନୀମାନଙ୍କ ଥଇଥାନ ପାଇଁ ଆଲୋଚନା କରିବୁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହି ବୈଠକରେ ପିପୁଲ୍ସ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ ଡ଼େରାଡ଼ୁନର ନିର୍ଦ୍ଦେଶକ ଡଃ ଦେବାଶିଷ ସେନ୍ ଯୋଗଦେଇ କହିଲେ ଯେ, ସାରା ବିଶ୍ୱରେ ଏବେ ପ୍ରଦୂଷଣ ଏତେମାତ୍ରାରେ ବଢିଚାଲିଛି ଯେ, ତାକୁ ରୋକିବାକୁ ହେଲେ ଉଠାଦୋକାନୀ ଓ ବସ୍ତିବାସିନ୍ଦାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଏହା ଉପରେ ଧ୍ୟାନ ଦେବା ଦରକାର। ସଂଘର ସାଧାରଣ ସମ୍ପାଦକ ସୁରେଶ ପଟ୍ଟନାୟକ କହିଲେ ଯେ, କରୋନାରେ ମୃତ୍ୟୁବରଣ କରିଥିବା ଉଠାଦୋକାନୀମାନଙ୍କୁ ତୁରନ୍ତ ଭେଣ୍ଡିଂଜୋନ ଯୋଗାଇଦେବା, ଗ୍ରାଉଣ୍ଡ ରେଣ୍ଟ, ୟୁଜର ଫି ବିଏମ୍‌ସି ନେବା ପାଇଁ ଅପିଲ୍ କରିଥିଲେ। ଏଥିରେ ଉପଦେଷ୍ଟା ବିପିନ ବିହାରୀ ଦାସ, ନିରଞ୍ଜନ ପାଣ୍ଡେ, ସୁଦର୍ଶନ ପୃଷ୍ଟି, ଅନୁ ମିଶ୍ର, ମିଲି ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୩୧ଟି  ସଂଘର ସଭାପତି ଓ ସମ୍ପାଦକମାନେ ଯୋଗ ଦେଇଥିଲେ।

ଉଠାଦୋକାନୀ ମୁଖ୍ୟମନ୍ତ୍ରୀଙ୍କ ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Latest News

ଅନୁଗୋଳ ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାର ଅର୍ଥନୀତି କ୍ଷେତ୍ରରେ ମଧ୍ୟମ ଧରଣର ଅଭିବୃଦ୍ଧି

April 1, 2026

ଆଜିଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା 

April 1, 2026

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.