ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୬୭୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ହଜାର ୭୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୧୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୫୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୯୫୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୨୨
ବାଲେଶ୍ଵର ଜିଲ୍ଲାରୁ- ୧୨୩
ବରଗଡ ଜିଲ୍ଲାରୁ- ୫୬
ଭଦ୍ରକ ଜିଲ୍ଲାରୁ- ୭
ବଲାଙ୍ଗୀରି ଜିଲ୍ଲାରୁ- ୯୯
ବୌଦ୍ଧ ଜିଲ୍ଲାରୁ- ୬
କଟକ ଜିଲ୍ଲାରୁ – ୩୬୦
ଦେବଗଡ ଜିଲ୍ଲାରୁ- ୩୬
ଢେଙ୍କାନାଳ ଜିଲ୍ଲାରୁ- ୯
ଗଜପତି ଜିଲ୍ଲାରୁ- ୩୨
ଗଞ୍ଜାମ ଜିଲ୍ଲାରୁ- ୭୦
ଜଗତସିଂହପୁର ଜିଲ୍ଲାରୁ- ୬୩
ଯାଜପୁର ଜିଲ୍ଲାରୁ- ୮୩
ଝାରସୁଗୁଡା ଜିଲ୍ଲାରୁ- ୧୫୪
କଳାହାଣ୍ଡି ଜିଲ୍ଲାରୁ- ୧୫
କନ୍ଧମାଳ ଜିଲ୍ଲାରୁ- ୧୩
କେନ୍ଦ୍ରାପଡା ଜିଲ୍ଲାରୁ- ୧୦
କେନ୍ଦୁଝର ଜିଲ୍ଲାରୁ- ୪୩
ଖୋର୍ଦ୍ଧା ଜିଲ୍ଲାରୁ- ୧୬୧୯
କୋରାପୁଟ ଜିଲ୍ଲାରୁ- ୬୫
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୧୧୩
ନବରଙ୍ଗପୁର ଜିଲ୍ଲାରୁ- ୩୭
ନୟାଗଡ ଜିଲ୍ଲାରୁ- ୩୪
ନୂଆପଡା ଜିଲ୍ଲାରୁ- ୩୨
ପୁରୀ ଜିଲ୍ଲାରୁ- ୧୧୯
ରାୟଗଡା ଜିଲ୍ଲାରୁ- ୩୧
ସମ୍ବଲପୁର ଜିଲ୍ଲାରୁ- ୪୩୭
ସୋନପୁର ଜିଲ୍ଲାରୁ- ୪୬
ସୁନ୍ଦରଗଡ ଜିଲ୍ଲାରୁ- ୬୬୨
ଷ୍ଟେଟ ପୁଲରୁ- ୩୧୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୨୩୧ ଏବଂ ବର୍ତ୍ତମାନ ୧୬୧୧୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।