
ଜନନାୟକ ଜନତା ପାର୍ଟି ପକ୍ଷରୁ ସୋମବାର ଏହାର ବାକି ତିନି ଆସନ ପାଇଁ ହରିୟାଣାରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳ ପକ୍ଷରୁ ଯୁବ ଶାଖା ସଭାପତି ଦିଗ୍ବିଜୟ ସିଂ ଚୌତାଲାଙ୍କୁ ସୋନୀପତରେ ପ୍ରାର୍ଥୀ କରାଯାଇଛି। ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭୁପିନ୍ଦର ସିଂ ହୁଡାଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ। ଦଳର ଅନ୍ୟତମ ପ୍ରାର୍ଥୀ ମେହମୁଦ ଖାନ୍ଙ୍କୁ ଦଳ ଗୁରୁଗ୍ରାମରୁ ପ୍ରାର୍ଥୀ କରିଥିବା ବେଳେ ଡିଡି ଶର୍ମାଙ୍କୁ କୁରୁକ୍ଷେତ୍ରରୁ ପ୍ରାର୍ଥୀ କରିଛି। ଦଳର ପ୍ରାର୍ଥୀ ତାଲିକାରେ ଏକମାତ୍ର ସଂଖ୍ୟାଲଘୁ ପ୍ରାର୍ଥୀ ମେହମୁଦ ଖାନ୍ ଆଇଆଇଏମ୍ ଅହମ୍ମଦାବାଦରୁ ଏମ୍ବିଏ ଡିଗ୍ରୀ ହାସଲ କରିଛନ୍ତି। ଚୌତାଲା ପ୍ରତିଦ୍ବନ୍ଦିତା କରୁଥିବା ସୋନୀପତ ଜାଟ୍ ବହୁଳ ଆସନ ହୋଇଥିବାରୁ ଏହା ଚୌତାଲାଙ୍କ ପାଇଁ ଫାଇଦା ଜନକ ରହିବ ବୋଲି ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି।