ଆଜି ହସପିଟାଲରୁ ବାହାରିଲେ ‘ସାହାରା ଇଣ୍ଡିଆ ପରିବାର’ ଅଧ୍ୟକ୍ଷ ସୁବ୍ରତ ରୟ

Published: Jan 10, 2022, 5:08 pm IST

ମୁମ୍ବାଇ: ଆଜି ‘ସାହାରା ଇଣ୍ଡିଆ ପରିବାର’ କଂପାନୀର ଅଧ୍ୟକ୍ଷ ସାହାରାଶ୍ରୀ ସୁବ୍ରତ ରୟ ହସପିଟାଲରୁ ଡିସଚାର୍ଯ୍ୟ ହୋଇଛନ୍ତି। ଏ ନେଇ କଂପାନୀ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ଅବଗତ କରାଯାଇଛି। ସେ ମସ୍ତିସ୍କ ଜନତ ରୋଗରେ ପିଡିତ ହୋଇଥିଲେ। ଫଳରେ ତାଙ୍କୁ ଚଳିତ ଜାନୁଆରୀ 6 ତାରିଖରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭତ୍ତି କରାଯାଇ ଥିଲା।

ସେଠାରେ ଡକ୍ଟର ମନୀଷ ଶ୍ରୀବାସ୍ତବଙ୍କ ଦ୍ବାରା ତାଙ୍କ ମସ୍ତିସ୍କରେ ଏକ ଅପରେସନ କରାଯାଇଥିଲା। ଏହି ଅପରେସନ ସଫଳ ହୋଇଥିବାରୁ ଆଜି ତାଙ୍କୁ ଡିସଚାର୍ଯ୍ୟ କରାଯାଇଛି। କଂପାନୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ‘ସାହାରାଶ୍ରୀ’ ସୁବ୍ରତ ରୟ ସାହାରା ବର୍ତ୍ତମାନ ଭଲ ଅଛନ୍ତି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ସେଥିପାଇଁ ସେ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Related posts