ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକେଇ, ଅଭିଯୁକ୍ତଙ୍କୁ ବାନ୍ଧିଲା ରଣପୁର ପୋଲିସ

Published: Jan 12, 2022, 11:32 pm IST

ନୟାଗଡ/ରଣପୁର: ଠକେଇ ଅଭିଯୋଗରେ ଜଣେ ଯୁବକକୁ ରଣପୁର ଥାନା ପୋଲିସ ଗିରଫ କରିଛି। ନଗଦ ୨ ଲକ୍ଷ ଟଙ୍କା ସହ ଏକ ସ୍ଵିଫ୍ଟ ଡିଜେୟାର କାରକୁ ମଧ୍ୟ ରଣପୁର ପୋଲିସ୍ ଜବତ କରିଛି।

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ରଣପୁର ଥାନା ଅଧୀନସ୍ଥ ହଂସରା ଗ୍ରାମର ରାଜୀବ ପ୍ରଧାନଙ୍କ ଠାରୁ ଭଦ୍ରକ ଜିଲ୍ଲା ନାୟକ ନିଧୀ ଥାନା ତଳ ସାହି ଗ୍ରାମର ମାନସ କୁମାର ସେନାପତି ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷେ କୋଡ଼ିଏ ହଜାର ଟଙ୍କା ନେଇଥିଲେ। ହେଲେ ମାନସଙ୍କ କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ରଣପୁର ଥାନାରେ ରାଜୀବ ପ୍ରଧାନ ଅଭିଯୋଗ କରିଥିଲେ। ଏହାପରେ ଏକ ରଣପୁର ପୋଲିସର ଏକ ଟିମ୍ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିଥିଲା।

ତେବେ ଅଭିଯୁକ୍ତ ମାନସ ସେନାପତି ନିଜକୁ ପୋଲିସ ଅଫିସର କହି ବେକାରୀ ଯୁବକ ଓ ଯୁବତୀ ମାନଙ୍କ ଠାରୁ ଟଙ୍କା ହଡପ କରୁଥିଲା ବୋଲି ପୋଲିସ ଏସଆଇ ପ୍ରୀତିପ୍ରକାଶ ମହାନ୍ତି କହିଛନ୍ତି।

Related posts