
ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୯୪ ହଜାର ୭୨୦ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨ ଲକ୍ଷ ୪୭ ହଜାର ୪୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୪୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୩୮୦ ଜଣଙ୍କ ପ୍ରାଣହାନୀ ଘଟିଛି।
ତେବେ ଏହି ସମୟ ମଧ୍ୟରେ ୮୪ ହଜାର ୮୨୫ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୬୦ ଲକ୍ଷ ୫୧୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୫ ହଜାର ୩୫ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।
ତେବେ ଏପର୍ଯ୍ୟନ୍ତ ୩ କୋଟି ୪୭ ଲକ୍ଷ ୧୫ ହଜାର ୩୬୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୧ ଲକ୍ଷ ୧୭ ହଜାର ୫୩୧ କୁ ବୃଦ୍ଧି ପାଇଛି।