ଭୁବନେଶ୍ବର: ଶାସକ ବିଜେଡି ବିଧାୟକ ତଥା ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘନ କରୁଛନ୍ତି। ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଉ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛି ବିଜେପି।
ନିର୍ବାଚନ କମିଶନର ସାରା ରାଜ୍ୟରେ ଆଚରଣ ବିଧି ଲାଗୁ ହେଲା ବୋଲି ଘୋଷଣା କରିଛନ୍ତି ହେଲେ ବିଜେଡି ତାହା ମାନୁ ନାହିଁ ବୋଲି କହିଛି। ଏପରିକି ନିର୍ବାଚନ ପ୍ରଚାର, ଶୋଭାଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଇଛି। ହେଲେ ପୋଲସରା ବିଧାୟର ଶ୍ରୀକାନ୍ତ ସାହୁ ଏବଂ ଜଗତସିଂହପୁରରେ ମନ୍ତ୍ରୀ ସମୀର ଦାସ ଶହଶହ କର୍ମିଙ୍କ ଗହଣରେ ସଭା କରିଛନ୍ତି।
ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛି ବିଜେପି।