ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦ ହଜାର ୮୫୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧ ହଜାର ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧ ହଜାର ୧୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୭୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୬୯୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୩୨
ବାଲେଶ୍ଵର ଜିଲ୍ଲାରୁ- ୩୪୨
ବରଗଡ ଜିଲ୍ଲାରୁ- ୧୨୩
ଭଦ୍ରକ ଜିଲ୍ଲାରୁ- ୯୨
ବଲାଙ୍ଗୀରି ଜିଲ୍ଲାରୁ- ୩୧୨
ବୌଦ୍ଧ ଜିଲ୍ଲାରୁ- ୭୧
କଟକ ଜିଲ୍ଲାରୁ – ୮୨୯
ଦେବଗଡ ଜିଲ୍ଲାରୁ- ୨୫
ଢେଙ୍କାନାଳ ଜିଲ୍ଲାରୁ- ୬୫
ଗଜପତି ଜିଲ୍ଲାରୁ- ୭୩
ଗଞ୍ଜାମ ଜିଲ୍ଲାରୁ- ୧୦୮
ଜଗତସିଂହପୁର ଜିଲ୍ଲାରୁ- ୧୬୪
ଯାଜପୁର ଜିଲ୍ଲାରୁ- ୧୭୯
ଝାରସୁଗୁଡା ଜିଲ୍ଲାରୁ- ୧୯୩
କଳାହାଣ୍ଡି ଜିଲ୍ଲାରୁ- ୧୭୩
କନ୍ଧମାଳ ଜିଲ୍ଲାରୁ- ୪୭
କେନ୍ଦ୍ରାପଡା ଜିଲ୍ଲାରୁ- ୭୧
କେନ୍ଦୁଝର ଜିଲ୍ଲାରୁ- ୬୯
ଖୋର୍ଦ୍ଧା ଜିଲ୍ଲାରୁ- ୩୪୨୪
କୋରାପୁଟ ଜିଲ୍ଲାରୁ- ୧୫୨
ମାଲକାନଗିରି ଜିଲ୍ଲାରୁ- ୪୯
ମୟୂରଭଞ୍ଜ ଜିଲ୍ଲାରୁ- ୨୭୬
ନବରଙ୍ଗପୁର ଜିଲ୍ଲାରୁ- ୧୫୫
ନୟାଗଡ ଜିଲ୍ଲାରୁ- ୧୫୯
ନୂଆପଡା ଜିଲ୍ଲାରୁ- ୭୯
ପୁରୀ ଜିଲ୍ଲାରୁ- ୧୪୧
ରାୟଗଡା ଜିଲ୍ଲାରୁ- ୧୮୪
ସମ୍ବଲପୁର ଜିଲ୍ଲାରୁ- ୩୭୯
ସୋନପୁର ଜିଲ୍ଲାରୁ- ୨୩୮
ସୁନ୍ଦରଗଡ ଜିଲ୍ଲାରୁ- ୨୧୩୬
ଷ୍ଟେଟ ପୁଲରୁ- ୭୩୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ ହଜାର ୯୧୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୫ ହଜାର ୬୧୫ ଏବଂ ବର୍ତ୍ତମାନ ୬୯ ହଜାର ୭୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।