Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରିବର୍ତ୍ତନ ହେଲା ପଞ୍ଜାବ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ
ଆଜିର ଖବର

ପରିବର୍ତ୍ତନ ହେଲା ପଞ୍ଜାବ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ

January 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ୟର ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଉପଲବ୍ଧ ସମସ୍ତ ତଥ୍ୟକୁ ବିଚାର କରିବା ପରେ, ପଞ୍ଜାବ ରାଜ୍ୟର ବିଧାନସଭା ପାଇଁ ୨୦୨୨ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ୮ ଜାନୁଆରୀ ୨୦୨୨ରେ କାର୍ଯ୍ୟସୂଚୀ ଘୋଷଣା କରିଥିଲେ। ଏହି ଘୋଷଣା ଅନୁଯାୟୀ, ୨୧ ଜାନୁଆରୀ ୨୦୨୨ରେ ବିଜ୍ଞପ୍ତି ଜାରି କରାଯିବା ସହିତ ୧୪ ଫେବୃଆରୀ ୨୦୨୨ରେ ମତଦାନ ଅନୁଷ୍ଠିତ ହୋଇଥାନ୍ତା।

ତେବେ ରାଜ୍ୟ ସରକାର, ବିଭିନ୍ନ ରାଜନୈତିକ ଦଳ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ କେତେକ ଅନୁରୋଧ ପ୍ରାପ୍ତ ହୋଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ୧୬ ଫେବୃଆରୀ ୨୦୨୨ରେ ଶ୍ରୀ ଗୁରୁ ରବି ଦାସଙ୍କ ଜୟନ୍ତୀ ପାଳନ କରାଯିବ। ଏଥିରେ ଅଂଶଗ୍ରହଣ କରିବା ଲାଗି ପଞ୍ଜାବରୁ ବହୁସଂଖ୍ୟକ ଭକ୍ତ ବାରାଣସୀ ଯାତ୍ରା କରିବେ। ଅନୁରୋଧରେ ଆହୁରି ଦର୍ଶାଯାଇଥିଲା ଯେ, ଜୟନ୍ତୀ ସମାରୋହର ଗୋଟିଏ ସପ୍ତାହ ପୂର୍ବରୁ ବହୁସଂଖ୍ୟାରେ ଭକ୍ତ ବାରାଣସୀ ଅଭିମୁଖେ ଯାତ୍ରା କରିଥାନ୍ତି। ଫେବୃଆରୀ ୧୪ ତାରିଖରେ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଗଲେ ବହୁ ସଂଖ୍ୟାରେ ମତଦାତା ମତଦାନରୁ ବଞ୍ଚିତ ରହିବେ। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ମତଦାନର ତାରିଖକୁ ବଦଳାଇ ୧୬ ଫେବୃଆରୀ ଠାରୁ କିଛି ଦିନ ପରେ ଧାର୍ଯ୍ୟ କରିବା ଲାଗି ଅନୁରୋଧ କରାଯାଇଥିଲା। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗ ରାଜ୍ୟ ସରକାର ଏବଂ ପଞ୍ଜାବ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।

ଏସବୁ ଅନୁରୋଧ – ପତ୍ର, ରାଜ୍ୟ ସରକାର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା, ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ଜଡ଼ିତ ବିଭିନ୍ନ ଦିଗ ଓ ପରିସ୍ଥିତି କାରଣରୁ ସୃଷ୍ଟି ହୋଇଥିବା ନୂତନ ତଥ୍ୟ ଉପରେ ବିଚାର କରିବା ପରେ ଏବେ ଆୟୋଗ ପଞ୍ଜାବ ବିଧାନସଭାର ସାଧାରଣ ନିର୍ବାଚନ ଆୟୋଜନ ପାଇଁ ପୁଣିଥରେ କାର୍ଯ୍ୟସୂଚୀ ନିମ୍ନମତେ ନିର୍ଦ୍ଧାରଣ କରିଛନ୍ତି:

ବିଜ୍ଞପ୍ତି ଜାରି ହେବାର ତାରିଖ : ୨୫ ଜାନୁଆରୀ ୨୦୨୨ (ମଙ୍ଗଳବାର)
ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ : ୧ ଫେବୃଆରୀ ୨୦୨୨ (ମଙ୍ଗଳବାର)
ପ୍ରାର୍ଥିପତ୍ର ଯାଞ୍ଚର ଶେଷ ତାରିଖ : ୨ ଫେବୃଆରୀ ୨୦୨୨ (ବୁଧବାର)
ପ୍ରାର୍ଥିପତ୍ର ପ୍ରତ୍ୟାହାର ତାରିଖ : ୪ ଫେବୃଆରୀ ୨୦୨୨ (ଶୁକ୍ରବାର)
ମତଦାନ ତାରିଖ : ୨୦ ଫେବୃଆରୀ (ରବିବାର)

ଭୋଟ୍ଗଣତି ୧୦ ମାର୍ଚ୍ଚ ୨୦୨୨ (ଗୁରୁବାର) ଅନୁଷ୍ଠିତ ହେବ।

କାର୍ଯ୍ୟସୂଚୀ ପଞ୍ଜାବ ବିଧାନସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026
Latest News

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.