Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଡେଫର୍ଡ ସ୍ପେକ୍ଟ୍ରମ୍ ଦେୟ ବାବଦ ୩୦,୭୯୧ କୋଟି ଅଗ୍ରୀମ ପ୍ରଦାନ କଲା ରିଲାଏନ୍ସ
ଆଜିର ଖବର

ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ଡେଫର୍ଡ ସ୍ପେକ୍ଟ୍ରମ୍ ଦେୟ ବାବଦ ୩୦,୭୯୧ କୋଟି ଅଗ୍ରୀମ ପ୍ରଦାନ କଲା ରିଲାଏନ୍ସ

January 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ୨୦୧୪, ୨୦୧୫, ୨୦୧୬ ବର୍ଷରେ ହୋଇଥିବା ନିଲାମରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ଏବଂ ୨୦୨୧ ବର୍ଷରେ ଭାରତୀ ଏୟାରଟେଲ୍ ସହିତ ଟ୍ରେଡିଂ ଅଫ୍ ରାଇଟ୍ ଜରିଆରେ ହାସଲ କରିଥିବା ସ୍ପେକ୍ଟ୍ରମ୍ ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ସ୍ପେକ୍ଟ୍ରମ୍ ଦେୟ ବାବଦରେ ଟେଲିକମ୍ ବିଭାଗକୁ ୩୦,୭୯୧ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି। ଏହି ନିଲାମ ଓ ଟ୍ରେଡିଂରେ କଂପାନି ମୋଟ ୫୮୫.୩ ମେଗାହର୍ଜ ସ୍ପେକ୍ଟ୍ରମ୍ ହାସଲ କରିଥିଲା।

୨୦୧୬ ବର୍ଷରେ ନିଲାମରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍ ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ୨୦୨୧ ଅକ୍ଟୋବର ମାସରେ ପ୍ରଥମ କିସ୍ତିର ଅଗ୍ରୀମ ଦେୟ ପ୍ରଦାନକୁ କାର୍ଯ୍ୟକାରୀ କରାଯାଇଥିଲା। ଏହା ପରେ ୨୦୨୧ ଡିସେମ୍ବର ମାସରେ ଟେଲିକମ୍ ବିଭାଗ ନିଷ୍ପତି ଅନୁସାରେ ଘୁଂଚିଥିବା (ଡେଫର୍ଡ) ସ୍ପେକ୍ଟ୍ରମ୍ ଦେୟକୁ ଯେକୌଣସି ତାରିଖରେ ଦେଇପାରିବା ଲାଗି ଟେଲିକମ୍ କଂପାନିଗୁଡ଼ିକୁ ଅନୁମତି ପ୍ରଦାନ କରାଯିବା ପରେ ଆର୍‌ଜେଆଇଏଲ୍ ଚଳିତ ମାସରେ ୨୦୧୪ ଓ ୨୦୧୫ର ନିଲାମରେ ହାସଲ କରାଯାଇଥିବା ତଥା ଟ୍ରେଡିଂ ଜରିଆରେ ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍ ପାଇଁ ଘୁଂଚିଥିବା ସମସ୍ତ ସ୍ପେକ୍ଟ୍ରମ୍ ଦେୟର ଅଗ୍ରୀମ ପେମେଂଟ୍ କରାଯାଇଛି।

ଏହି ଦେୟଗୁଡ଼ିକୁ ୨୦୨୨-୨୩ ବର୍ଷରୁ ୨୦୩୪-୩୫ ଆର୍ଥିକ ବର୍ଷ ମଧ୍ୟରେ ୭ ବର୍ଷରୁ ଅଧିକ ହାରାହାରି ଅବଧି ସହିତ ବାର୍ଷିକ ୯.୩୦% ରୁ ୧୦% ଭଳି ସୁଧ ହାରରେ ବାର୍ଷିକ କିସ୍ତି ଜରିଆରେ ପ୍ରଦାନ କରିବାର ଥିଲା। କଂପାନିର ଆକଳନ ଅନୁଯାୟୀ ଏବେ ସମୟ ପୂର୍ବରୁ ଏହି ଅଗ୍ରୀମ ଦେୟ ପ୍ରଦାନ ଜରିଆରେ ଆର୍‌ଜେଆଇଏଲ୍ କେବଳ ସୁଧ ବାବଦରେ ଖର୍ଚ୍ଚ ହେବାକୁ ଥିବା ବାର୍ଷିକ ପ୍ରାୟ ୧୨୦୦ କୋଟି ଟଙ୍କାର ସଂଚୟ କରିପାରିବ।

ଭାରତୀ ଏୟାରଟେଲ୍‌ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026
Latest News

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026

ସିଫା ପରିଦର୍ଶନ କଲେ ତେଲଙ୍ଗାନାର ଗଣମାଧ୍ୟମ ପ୍ରତିନିଧି ଦଳ

February 4, 2026

ଅପରେସନ ଅନ୍ଵେଷଣ-୨: ୫୪୫୧ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଓଡ଼ିଶା ପୋଲିସ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.