
ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ 21 ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଫଳରେ ଯେଉଁମାନେ ନାମାଙ୍କନ ପତ୍ର ଦାଖଲ କରି ନାହାଁନ୍ତି ତାଙ୍କ ପାଇଁ ଆଉ ଗୋଟିଏ ଦିନ ହାତରେ ରହିଲା। ଏହି ନାମାଙ୍କନ ପତ୍ର ଦାଖଲ ପକ୍ରିୟା 17 ତାରିଖରୁ ଆରମ୍ଭ ହୋଇଥିଲା। ଏହାପରେ 22 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। 25 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଚାହିଁବେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।
ତେବେ ଆଜି ସାରା ରାଜ୍ୟରୁ କେଉଁ ପଦବୀ ପାଇଁ କେତେ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ ତାହାର ରିପୋର୍ଟ ଆସିଛି। ସେହି ଅନୁସାରେ
ୱାର୍ଡ ମେମ୍ବର -୪୦୭୩୨ଜଣ
ସରପଞ୍ଚ -୮୮୪୨ଜଣ
ପଞ୍ଚାୟତ ସମିତ ସଦସ୍ୟ-୭୮୩୨ଜଣ
ଜିଲ୍ଲା ପରିଷଦ-୧୧୮୨ଜଣ