Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଦୋକାନୀଙ୍କ ସହିତ ଅଛନ୍ତି: ସାଂସଦ ଅମର ପଟ୍ଟନାୟକ
ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଦୋକାନୀଙ୍କ ସହିତ ଅଛନ୍ତି: ସାଂସଦ ଅମର ପଟ୍ଟନାୟକ

January 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜାତୀୟ ଉଠାଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଇଡ଼କଲ ଅଡ଼ିଟୋରିୟମଠାରେ ରାଜ୍ୟ ସରକାରଙ୍କ କୋଭିଡ଼ ନିୟମ ପାଳନ ପୂର୍ବକ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଅମର ପଟ୍ଟନାୟକ କହିଲେ ଯେ, ରାଜ୍ୟ ସରକାର ଓଡ଼ିଶାରେ ଥିବା ଉଠାଦୋକାନୀମାନଙ୍କୁ କୋଭିଡ ସହାୟତା ଦେଇଥିବା ବେଳେ ଅନ୍ୟ ରାଜ୍ୟରେ ତାହା ଦିଆଯାଇନାହିଁ। କେନ୍ଦ୍ର ସରକାର ବହୁ ସମୟରେ ଉଠାଦୋକାନୀମାନଙ୍କ ସମସ୍ୟାକୁ ଅଣଦେଖା କରୁଥିବା ବେଳେ ରାଜ୍ୟ ସରକାର ସେସବୁ ପୂରଣ କରିଚାଲିଛନ୍ତି। ଆଗକୁ ମଧ୍ୟ ଉଠଦୋକାନୀମାନଙ୍କ ସମସ୍ୟାର ସମାଧନ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ଭର୍ଚର୍ୁଆଲ ମାଧ୍ୟମରେ ସାସଂଦ ତଥା ଟ୍ରଷ୍ଟର ଉପଦେଷ୍ଟା ସୁବାସ ସିଂ କହିଲେ ଯେ, ସରକାର ସଦା ସର୍ବଦା ଉଠାଦୋକାନୀମାନଙ୍କ ସହିତ ଅଛନ୍ତି ଓ ରହିବେ ମଧ୍ୟ। ଯେକୌଣସି ସସମୟରେ ଉଠାଦୋକାନୀମାନଙ୍କର ସମସ୍ୟା ଦେଖାଦେବ, ତତ୍‌କ୍ଷଣାତ ସେସବୁ ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ର ସିଂ କହିଥିଲେ। ଅନ୍ୟତମ ଉପଦେଷ୍ଟା ତଥା ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ଗରୀବ ଉଠାଦୋକାନୀମାନଙ୍କ ତ୍ରାଣକର୍ତ୍ତା ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଫାଇଲନ ହେଉ ବା ହୁଡ୍‌ହୁଡ୍ ଅବା ମହାମାରୀ କରୋନା, ସବୁ ଦୈବଦୁର୍ବିପାକ ସମୟରେ ଉଠାଦୋକାନୀମାନଙ୍କ ପ୍ରତ୍ୟେକ ସମସ୍ୟାକୁ ନବୀନ ପଟ୍ଟନାୟକ ପୂରଣ କରି ଆସିଛନ୍ତି।

ଅନ୍ୟତମ ଅତିଥି ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଲେ ଯେ, ରାଜଧାନୀରେ ଭେଣ୍ଡିଂଜୋନ ପ୍ରତିଷ୍ଠା ହେବା ଦିନଠାରୁ ନବୀନ ବାବୁ ସବୁ ସମୟରେ ଉଠାଦୋକାନୀମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଆସିଛନ୍ତି। ଏବେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ନବୀନ ପଟ୍ଟନାୟକ ୬୦କୋଟି ଟଙ୍କାର ନୂତନ ଭେଣ୍ଡିଂଜୋନ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଉଚ୍ଚତମ ନ୍ୟାୟାଳୟର ଆଡ଼ଭୋକେଟ ବିଭୂପ୍ରସାଦ ତ୍ରିପାଠୀ ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ଷ୍ଟ୍ରିଟ ଭେଣ୍ଡର୍ସ ଆଇନ୍ ଅନୁଯାୟୀ ଟାଉନ ଭେଣ୍ଡିଂ କମିଟି ଗଠନ କରିବା କଥା, କିନ୍ତୁ ତାହା ଆଜିପର୍ଯ୍ୟନ୍ତ କରାଗଲା ନାହିଁ। ଅନ୍ୟତମ ଆଡ଼ଭୋକେଟ ଶ୍ରୀନିବାସ ମହାନ୍ତି କହିଲେ ଯେ, ରାଜ୍ୟ ସରକାର ଆଇନ୍‌କୁ ଠିକ୍ ଭାବରେ କାର୍ଯ୍ୟକାରୀ ନକରିବାରୁ ବହୁ ଗରୀବ ଉଠାଦୋକାନୀମାନେ ବାଧ୍ୟ ହୋଇ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ସରକାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଆଡ଼ଭୋକେଟ ମ୍ୟାଡ଼ମ କବିତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ନିରଞ୍ଜନ ପାଣ୍ଡେ, ଧନେଶ୍ୱର ବାରିକ, ଜୟଦେବ ସାହୁ, ଭରତ ସାହୁ, କୈଳାସ ଚନ୍ଦ୍ର ସ୍ୱାଇଁ, ବିପିନ ବିହାରୀ ଜେନା, ମହମ୍ମଦ କଇଁମ୍ ଖାନ, ଡ଼ମ୍ବରୁଧର ପ୍ରଧାନ, ଅନୁ ମିଶ୍ର, ଶାନ୍ତନୁ କୁମାର ସାହୁ, ମନୋଜ କୁମାର ସାହୁ, ବିଜୟ ସେନାପତି, ବସନ୍ତ କୁମାର ରାଉତ, ସୂର୍ଯ୍ୟମଣି ସାହୁ, ଶ୍ୟାମଚନ୍ଦ୍ରର କଅଁର, ଗିରିଧାରୀ ପଣ୍ଡା, ଗୋଲପୀ ବଇରିଗଞ୍ଜନ, ଶୁଭଲକ୍ଷ୍ମୀ ମହାନ୍ତି, ମନୋଜ ପ୍ରଧାନ, ଅନମୋଲ୍ ଖାନ, ଗୀତା ବିଶ୍ୱାସ ପ୍ରମୁଖ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଉଠାଦୋକାନୀ ମନୋଜ ପ୍ରଧାନଙ୍କୁ ତାଙ୍କର ଉପନ୍ୟାସ ଲେଖା ପାଇଁ ‘ଉଠାଦୋକାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ଅମର ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Latest News

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.