
ନୂଆଦିଲ୍ଲୀ: ଗତକାଲି ଦେଶରେ ୩ ଲକ୍ଷ ୧୭ ହଜାର ୫୩୨ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩ ଲକ୍ଷ ୪୭ ହଜାର ୨୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୭୦୩ ଜଣଙ୍କ ପ୍ରାଣହାନୀ ଘଟିଛି।
ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୫୧ ହଜାର ୭୭୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୮୯ ଲକ୍ଷ ୯୪ ହଜାର ୭୫୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୮ ହଜାର ୩୯୬ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।
ତେବେ ଏପର୍ଯ୍ୟନ୍ତ ୩ କୋଟି ୬୦ ଲକ୍ଷ ୫୮ ହଜାର ୮୦୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୦ ଲକ୍ଷ ୧୮ ହଜାରକୁ ୮୨୫ ବୃଦ୍ଧି ପାଇଛି।
Tags: କରୋନାଜନିତ ମୃତ୍ୟୁ, ନୂଆ ମାମଲା