ଶାନ୍ତି ଶୃଙ୍ଖଳା ସହିତ ଓଡିଶାରେ ଆରମ୍ଭ ହୋଇଛି ତୃତାୟ ପର୍ଯ୍ୟାୟ ନିର୍ବାଚନ,6ଟି ଲୋକସଭା 42ଟି ବିଧାନସଭା ପାଇଁ ଭୋଟ

Published: Apr 23, 2019, 8:10 am IST
3rd phase election strats in Odisha

ଆଜି ସକାଳ 7ଟାରୁ ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥର ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି 42ଟି ବିଧାନସଭା ଆସନରେ ୩୫୬ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ତୃତୀୟ ପର୍ଯ୍ୟାୟରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୦୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧,୧୬୩ ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି । ସେହପିରି ୧ ଲକ୍ଷ ୫୮ ହଜାର ୪୯୫ ଜଣ ଭିନ୍ନକ୍ଷମ ଭୋଟର୍‌ ଅଛନ୍ତି। ସେହିପରି ନିର୍ବାଚନରେ ୫୯,୫୦୦ ପୋଲିଂ ଅଧିକାରୀ ନିୟୋଜିତ ରହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପାଇଁ ୧୦ ହଜାର ୪୬୪ଟି ପୋଲିଂ ଷ୍ଟେସନ ରହିଥିବାବେଳେ ସେଥିମଧ୍ୟରୁ ୩,୧୮୬ଟି ସମ୍ବେଦନଶୀଳ ବୁଥ ରହିଛି। ନିର୍ବାଚନ ସୁରକ୍ଷା ପାଇଁ ୬୦୦ଟି ବୁଥରେ ସିଏପିଏଫ୍‌ ଫୋର୍ସ ନିୟୋଜିତ କରାଯାଇଛି। ଏହି ନିର୍ବାଚନରେ ପିନାକୀ ମିଶ୍ର, ସମ୍ବିତ ପାତ୍ର,ଅପରାଜିତା ଷଡଙ୍ଗୀ, ଅରୂପ ପଟ୍ଟନାୟକ, ଭର୍ତ୍ତୁହରି ମହତାବ, ପ୍ରକାଶ ମିଶ୍ର ପ୍ରମୁଖ ଲୋକସଭା ପ୍ରାର୍ଥାୀ ଭାଗ୍ୟ ପରୀକ୍ଷା ହେଉଛି।

Related posts