ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ, ଭୋଟର ହନ୍ତସନ୍ତ

Published: Apr 23, 2019, 11:08 am IST
34 PERCENT POOLING TILL 1 O CLOCK

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର 6ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହିତ ଚାଲିଥିବା ବେଳେ କିଛି ଜାଗାରେ ଇଭିଏମ୍ ଅଚଳ ଓ ତ୍ରୁଟି ଦେଖାଦେଇଥିବାର ଖବର ଆସିଛି । ଇଭିଏମ୍ ଅଚଳ ହେବା କାରଣରୁ ସାଧାରଣ ଭୋଟରଙ୍କୁ ଟାଣ ଖରାରେ ଛିଡା ହେବାକୁ ପଡୁଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆର 36ନଂ ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି ।କରଞ୍ଜିଆ ନିର୍ବାଚନମଣ୍ଡଳୀର ଏକ ବୁଥ୍‌ର ଇଭିଏମ୍‌ରେ ମଧ୍ୟ ତ୍ରୁଟି ହୋଇଛି । ସେହିପରି କେନ୍ଦୁଝର ମ୍ୟୁନିସିପାଲିଟିର 3ଟି ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି । କୁଚିଣ୍ଡା କତରାପାଲି 122 ନମ୍ବର ବୁଥ୍‌ର ଇଭିଏମ୍‌ରେ ତ୍ରୁଟି ହୋଇଛି ।କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୁରୁଣାବାନ୍ଦଗୁଡ଼ା 281ନଂ ବୁଥ୍‌ର ଇଭିଏମ୍‌ ଅଚଳ ହୋଇଥିବା ସୂଚନା ଆସିଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ନିକୋପାର୍କ ଆଶ୍ରମ ସ୍କୁଲ 32ନଂ ବୁଥ୍ ଇଭିଏମ୍‌ ଅଚଳ ହୋଇଥିବା ଜଣାପଡ଼ିଛି । କଟକ ରାଜାବଗିଚା 179 ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଛି । ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀର 112ନଂ ବୁଥ୍‌ ଓ ସେହିପରି ମଧ୍ୟ ଭୁବନେଶ୍ବରର ୧୧୧ ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁଁ ଭୋଟିଂ ବିଳମ୍ବିତ ହୋଇଛି । ଏହି ସମସ୍ତ ସ୍ଥାନରେ ଇଭିଏମ୍‌ ଅଚଳ ହେବା ଯୋଗୁଁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଛି।

Related posts