Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୨୯ରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ୧ ଲକ୍ଷ ପାଇକଙ୍କ ଭୁବନେଶ୍ୱରରେ ଜନଗର୍ଜନ ସମାବେଶ
ଆଜିର ଖବର

ମାର୍ଚ୍ଚ ୨୯ରେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ୧ ଲକ୍ଷ ପାଇକଙ୍କ ଭୁବନେଶ୍ୱରରେ ଜନଗର୍ଜନ ସମାବେଶ

January 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ପାଇକ ରେଜିମେଣ୍ଟ ଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି, ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ହସ୍ତାନ୍ତର କରିବା ପାଇଁ ଆଜି ଓଡ଼ିଶା ପାଇକ ଏକାଡ଼େମୀ ପକ୍ଷରୁ ଭୁବନେଶ୍ୱର କଳ୍ପନାଛକ ନିକଟସ୍ଥ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଭା, ଘୋଡ଼ା ତଥା ପାଇକ ଆଖଡ଼ା ସହ ଶୋଭାଯାତ୍ରା, ଶପଥ ଉତ୍ସବ ଓ ସଂଗ୍ରାମ ଅଭିଯାନର ଶୁଭାରମ୍ଭ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ସଭାରେ ଓଡ଼ିଶା ପାଇକ ଏକାଡ଼େମୀର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ହେଲେ ଓଡ଼ିଶାର ହଜାର ହଜାର ଯୁବକ କର୍ମନିଯୁକ୍ତି ପାଇବା ସହ ଦେଶମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରିବେ। ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଆଦି ଗଠନ ହୋଇଥିବା ବେଳେ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ପାଇଁ ଆଜିଠାରୁ ସଂଗ୍ରାମ ଅଭିଯାନ ଆରମ୍ଭ ହେଲା ଓ ମାର୍ଚ୍ଚ ମାସ ୨୯ ତାରିଖ ଦିନ ଭୁବନେଶ୍ୱରର ରାଜରାସ୍ତାରେ ଏକଲକ୍ଷ ପାଇକଙ୍କ ଜନଗର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଜନତା ମଇଦାନରେ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ।

ସେହିପରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ଯଥାଶୀଘ୍ର ହସ୍ତାନ୍ତର କରିବା ପାଇଁ ମଧ୍ୟ ଦାବି ରହିବ। ଏହିସବୁ ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଓଡ଼ିଶାର କୋଣ ଅନୁକୋଣରେ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିବ ବୋଲି ଡଃ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି।

ଏହି ସଭାରେ ଓଡ଼ିଶା ବୀର ମହାସଂଘର ସଭାପତି ତଥା ପାଇକ ସର୍ଦ୍ଦାର ଡଃ ପ୍ରକାଶ ଶ୍ରୀଚନ୍ଦନ, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି, ସମାଜସେବୀ ଗଣେଶ ସାମନ୍ତ, ସୁନିଲ ସୁନ୍ଦରାୟ, ଅଜୟ ଗୁମାନସିଂ ତଥା ବହୁ ବୁଦ୍ଧିଜୀବୀ ଓ ଐତିହସିକମାନେ ଯୋଗଦେଇ ପାଇକ ବିଦ୍ରୋହ ହିଁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ସେ ସମ୍ପର୍କରେ ତଥ୍ୟଭିତ୍ତିକ ମତ ରଖିବା ସହିତ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଜର ସମର୍ଥନ ଜ୍ଞାପନ କରିଥିଲେ।

ଓଡ଼ିଶା ପାଇକ ରେଜିମେଣ୍ଟ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025
Latest News

ପଞ୍ଚମ ଟି-୨୦ରେ ହାର୍ଦ୍ଦିକ-ତିଲକଙ୍କ ବିସ୍ଫୋରଣ: ଦକ୍ଷିଣ ଆଫ୍ରିକାକୁ ହରାଇ ୩-୧ ରେ ସିରିଜ ଜିତିଲା ଭାରତ

December 19, 2025

ପିସି, ପିଏନଡିଟି ଜିଲ୍ଲାସ୍ତରୀୟ ପରାମର୍ଶଦାତା ମଣ୍ଡଳୀ ବୈଠକ

December 19, 2025

ଓଡିଶା ଖାଦ୍ୟ ମହୋତ୍ସବ: ଭୁବନେଶ୍ବରରେ ପ୍ରଦର୍ଶିତ ହେବ ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟ ପଦାର୍ଥ

December 19, 2025

ଆଦିବାସୀ ବିକାଶକୁ ତ୍ୱରାନ୍ୱିତ କରିବାକୁ ଜୁଏଲ୍ ଓରାମଙ୍କ ନେତୃତ୍ୱରେ ଆଦିବାସୀ ସାଂସଦମାନଙ୍କ ଏକତା

December 19, 2025

‘ବନ୍ଦର ସୁରକ୍ଷା ବ୍ୟୁରୋ’ ଗଠନ ସମ୍ପର୍କରେ ଅମିତ ଶାହଙ୍କ ସମୀକ୍ଷା ବୈଠକ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.